ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ
Advertisement
Article Detail0/zeeodisha/odisha2301604

ବାଲେଶ୍ବରରେ କୋହଳ ହେଲା କର୍ଫ୍ୟୁ

Curfew Imposed In Baleswa : ବାଲେଶ୍ୱରରେ କୋହଳ ହୋଇଛି କର୍ଫ୍ୟୁ। ଆଜି ୬ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏ କର୍ଫ୍ୟୁ କୋହଳ ହୋଇଛି।

Curfew Imposed In Baleswar

ବାଲେଶ୍ୱର ପୌରାଞ୍ଚଳରେ କୋହଳ ହୋଇଛି କର୍ଫ୍ୟୁ। ଆଜି ୬ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି। ସକାଳ ୬ଟାରୁ ଦିନ ୧୨ଟା ଯାଏ କର୍ଫ୍ୟୁ କୋହଳ ହୋଇଛି। ଏହି ସମୟରେ ଆବଶ୍ୟକ ଜିନିଷପତ୍ର କିଣାକିଣି କରିପାରିବେ ଲୋକେ। କର୍ଫ୍ୟୁ କୋହଳ ନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଏପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ଗତକାଲିଠୁ ଲିଜ୍ ଲାଇନରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଉଥିଲେ ମଧ୍ୟ ମୋବାଇଲ ନେଟୱର୍କରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଆଗାମୀ ପରିସ୍ଥିତିକୁ ଦେଖି ଇଣ୍ଟରନେଟ ଚାଲୁ ହେବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫଙ୍କ ସଂଖ୍ୟା ୪୫କୁ ବୃଦ୍ଧି ହୋଇଛି।

ସୂଚନାଯୋଗ୍ୟ, ସୋମବାର କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା।