Balangir Muder Case: ସିନେମା ହଲରେ ଫୋନ ଆସିଲା ବୋଲି ପ୍ରେମିକାକୁ ମାରି ଜାଳି ଦେଲା ଦୁର୍ଦ୍ଦାନ୍ତ ଯୁବକ
Advertisement

Balangir Muder Case: ସିନେମା ହଲରେ ଫୋନ ଆସିଲା ବୋଲି ପ୍ରେମିକାକୁ ମାରି ଜାଳି ଦେଲା ଦୁର୍ଦ୍ଦାନ୍ତ ଯୁବକ

Balangir Muder Case: ଯୁବତୀଙ୍କୁ ହତ୍ୟା କରିବା ପରେ ଜାଳି ଦେଇଥିବା ଅଭିଯୋଗରେ ପ୍ରେମିକ ସଚିନ ଅଗ୍ରୱାଲକୁ ପୋଲିସ ଗିରଫ କରିଛି। ସନ୍ଦେହ କରି ପ୍ରେମିକାକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱିକାର କରିଛି। ସେ ୨୦୧୯ ମସିହାରୁ ମହିଳାଙ୍କୁ ଜାଣିଥିଲା। ନଭେମ୍ବର ୧୯ରେ ସଚିନ, ରାୟପୁର ଆସିଥିଲେ ଏବଂ ମହିଳାଙ୍କ ସହ ଫିଲ୍ମ ଦେଖିବା ପାଇଁ ଏକ ସପିଂମଲକୁ ଯାଇଥିଲେ।

ପ୍ରତିକାତ୍ମକ ଫଟୋ

Balangir Muder Case, ବଲାଙ୍ଗିର: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପି ଚହଳ ଖେଳିଯାଇଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ବିଭିତ୍ସ ହତ୍ୟାକାଣ୍ଡର ଖବର ସାମନାକୁ ଆସୁଛି। ବଲାଙ୍ଗିରର ଏକ କାଜୁ ଜଙ୍ଗଲରେ ନଭେମ୍ବର ୨୪ ତାରିଖରେ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରାଯାଇଛି। ଯୁବତୀଙ୍କୁ ହତ୍ୟା କରିବା ପରେ ଜାଳି ଦେଇଥିବା ଅଭିଯୋଗରେ ପ୍ରେମିକ ସଚିନ ଅଗ୍ରୱାଲକୁ ପୋଲିସ ଗିରଫ କରିଛି। ସନ୍ଦେହ କରି ପ୍ରେମିକାକୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱିକାର କରିଛି।

ଗତ ସପ୍ତାହରେ ବୋଲାଙ୍ଗିରର ୪୦ ବର୍ଷିୟ ସଚିନ ଅଗ୍ରୱାଲକୁ ପୋଲିସ ଗିରଫ କରିଛି। ଜଣେ ୨୬ ବର୍ଷ ବୟସ୍କା ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ଡିଏସପି ଲକ୍ଷ୍ମୀନାରାୟଣ ମାରାଣ୍ଡି କହିଛନ୍ତି ଯେ, ଛତିଶଗଡର ରାୟପୁରରେ ଏକ ବ୍ୟାଙ୍କରେ କାମ କରୁଥିବା ମହିଳାଙ୍କୁ ଗୁଳି କରି ହତ୍ୟା କରିଥିବା ସଚିନ ଅଗ୍ରୱାଲ ସ୍ୱୀକାର କରିଛନ୍ତି। ନଭେମ୍ବର ୨୪ରେ କିଛି ସ୍ଥାନୀୟ ଲୋକ ତୁରେକେଲା କାଜୁ ଜଙ୍ଗଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାଞ୍ଚ କରିବା ପରେ ପୋଲିସ ମୃତକଙ୍କ ପରିଚୟ ପାଇଥିଲା।

Also Read: Brutal Murder: ୧୦ ଲକ୍ଷର ସୁପାରୀ, ଦୁଇକୋଟିର ଇନ୍ସୁରାନ୍ସ ଟଙ୍କା ସ୍ୱାମୀକୁ ସଜାଇଲା ହତ୍ୟାକାରୀ

ପୋଲିସର କହିବା ଅନୁସାରେ, ମୃତଦେହ ମିଳିବାର ଦୁଇ ଦିନ ପୂର୍ବେ ମହିଳାଙ୍କ ପରିବାର ଦ୍ୱାରା ନିଖୋଜ ରିପୋର୍ଟ ଲେଖାଯାଇଥିଲା। ପ୍ରାରମ୍ଭିକ ତଦନ୍ତ ପରେ ସଚିନ ଅଗ୍ରୱାଲକୁ ଗିରଫ କରାଯାଇଥିଲା। ନଭେମ୍ବର ୧୯ରେ ଶେଷ ଥର ପାଇଁ ମୃତକଙ୍କୁ ସଚିନ ସହ ଦେଖାଯାଇଥିଲା। ରାୟପୁର ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ଯେ, ମହିଳା ଜଣକ ଛତିଶଗଡର କୋର୍ବାର ବାସିନ୍ଦା। ନଭେମ୍ବର ୨୨ରୁ ସେ ନିଖୋଜ ଥିବା ତାଙ୍କ ପରିବାର ଲୋକ କହିବା ସହ ଦିନକ ପରେ ନିଖୋଜ ରିପୋର୍ଟ ଲେଖାଇଥିଲେ। 

ପୋଲିସର ପ୍ରାଥମିତ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ସଚିନ ଅଗ୍ରୱାଲ ଜଣେ ପେଶଦାର ଅପରାଧି। ସେ ଗଞ୍ଜେଇ କାରବାର କରେ। ତା ନାମରେ ଜିଲ୍ଲାର ଏକାଧିକ ଥାନାରେ ମାମଲା ରହିଛି। ନଭେମ୍ବର ୨୧ରେ ସଚିନ ପ୍ରେମିକାକୁ ଗୁଳି କରି ହତ୍ୟା କରିଥିଲା। ସେ ୨୦୧୯ ମସିହାରୁ ମହିଳାଙ୍କୁ ଜାଣିଥିଲା। ନଭେମ୍ବର ୧୯ରେ ସଚିନ, ରାୟପୁର ଆସିଥିଲେ ଏବଂ ମହିଳାଙ୍କ ସହ ଫିଲ୍ମ ଦେଖିବା ପାଇଁ ଏକ ସପିଂମଲକୁ ଯାଇଥିଲେ। ଏହି ସମୟରେ ମହିଳାଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। ଯାହାପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

Also Read: ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର

ପୋଲିସ କହିଛି ଯେ, ରାୟପୁରରେ ଫିଲ୍ମ ଦେଖିଲା ପରେ ସଚିନ ଅଗ୍ରୱାଲ ୨୧ ନଭେମ୍ବରରେ ପ୍ରେମିକାକୁ ତାଙ୍କ ଘରକୁ ଆଣିଥିଲେ। ପରିବାର ଲୋକଙ୍କୁ ପରିଚିତ କରାଇବା ସହ ବିବାହ କଥା ଚୂଡାନ୍ତ କରିବାପାଇଁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ଘରକୁ ଯିବା ବାଟରେ ସେ ତୁରେକେଲା ଜଙ୍ଗଲରେ ମହିଳାଙ୍କୁ ଗୁଳି କରି ହତ୍ୟା କରିବା ସହ ମୃତଦେହକୁ ସେଠାରେ ପୋଡି ଦେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେଥିରେ ସଫଳ ହୋଇନଥିଲେ। ଧରାପଡିଯିବା ଭୟରେ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛାଡି ଚାଲିଯାଇଥିଲେ।