Sweta Kumari Suicide Case: ମୃତ୍ୟୁର ଛଅ ମାସ ପରେ ଶେତ୍ବାଙ୍କ ବୟଫ୍ରେଣ୍ତକୁ ଉଠାଇନେଲା ପୋଲିସ
Advertisement

Sweta Kumari Suicide Case: ମୃତ୍ୟୁର ଛଅ ମାସ ପରେ ଶେତ୍ବାଙ୍କ ବୟଫ୍ରେଣ୍ତକୁ ଉଠାଇନେଲା ପୋଲିସ

Sweta kumari Suicide case: ସଫୱେର ଇଞ୍ଜିନିୟଂର ଶେତ୍ବା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ମୋଡ଼ । ଶେତ୍ବାଙ୍କ ମୃତ୍ୟୁର ୬ ମାସ ପରେ ପୁରୁଷ ବନ୍ଧୁ ସୌମଜିତଙ୍କୁ ସମ୍ବଲପୁର ବଂଶୀଧରେ ନଗରସ୍ଥିତ ଘରୁ ଉଠାଇ ଆଣିଛି ଚନ୍ଦ୍ରଶେଖରପୂର ଥାନା ପୋଲିସ । ଆଇପିସି ଦଫା ୩୦୬ ଆଧାରରେ ବୟଫ୍ରେଣ୍ତକୁ ବାନ୍ଧିଛି ପୋଲିସ । ଏହାପୂର୍ବରୁ ବୟଫ୍ରେଣ୍ତ ସୌମଜିତକୁ ଅନେକ ଥର ଜେରା କରିଥିଲା ପୋଲିସ ।

ସୌ(ସୋସିଆଲ ମିଡିଆ)

Sweta kumari Suicide case: ସଫୱେର ଇଞ୍ଜିନିୟଂର ଶେତ୍ବା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ମୋଡ଼ । ଶେତ୍ବାଙ୍କ ମୃତ୍ୟୁର ୬ ମାସ ପରେ ପୁରୁଷ ବନ୍ଧୁ ସୌମଜିତଙ୍କୁ ସମ୍ବଲପୁର ବଂଶୀଧରେ ନଗରସ୍ଥିତ ଘରୁ ଉଠାଇ ଆଣିଛି ଚନ୍ଦ୍ରଶେଖରପୂର ଥାନା ପୋଲିସ । ଆଇପିସି ଦଫା ୩୦୬ ଆଧାରରେ ବୟଫ୍ରେଣ୍ତକୁ ବାନ୍ଧିଛି ପୋଲିସ । ଏହାପୂର୍ବରୁ ସୌମଜିତକୁ ଅନେକ ଥର ଜେରା କରିଥିଲା ପୋଲିସ ।

ଶେତ୍ବା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ ସୌମଜିତଙ୍କ ବିରୋଧରେ ମାନିସିକ, ଶାରୀରିକ ଓ ଆର୍ଥିକ ଶୋଷଣ ନେଇ ସଙ୍ଗୀନ ଅଭିଯୋଗ ଆଣି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଏନେଇ ସେ ସମୟରେ ମୁହଁ ଖୋଲିନଥିଲେ ବୟଫ୍ରେଣ୍ତ ସୌମଜିତ୍ । ପରେ ସାମ୍ନାକୁ ଆସିଥିଲା ସୌମଜିତ ଓ ଶେତ୍ବା ଭାଇରାଲ ଫୋନ କଲ ରେକଡ଼ିଂ । ଏଥିରେ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ନେଇ ଶୁଣିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସ ୨୧ ତାରିଖରେ ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ରହୁଥିବା ଭଡ଼ା ଘରେ ଶେତ୍ବା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା କରିଥିଲେ । ତେବେ ଘଟଣାସ୍ଥଳରୁ ପୋଲିସ ଶେତ୍ବାଙ୍କ ଡ଼ାଏରୀ ଓ ମୋବାଇଲ ଜବତ କରିଥିଲା ।