ଓଡ଼ିଶାରୁ ଖସି ଆନ୍ଧ୍ରରେ ଧରା ପଡ଼ିଲା ମଦ ଓ ଗୁଟଖା
Advertisement
Article Detail0/zeeodisha/odisha924549

ଓଡ଼ିଶାରୁ ଖସି ଆନ୍ଧ୍ରରେ ଧରା ପଡ଼ିଲା ମଦ ଓ ଗୁଟଖା

ସଟଡାଉନ (Shutdown) ସତ୍ତ୍ୱେ ଓଡିଶା ହାଡୁଭାଙ୍ଗି ଠାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ମଦ ଓ ଗୁଟଖା। ଆନ୍ଧ୍ରରେ ତନଖି ବେଳେ ସିଧି ନିକଟରୁ ସେଗୁଡିକୁ ପାତପାଟଣା ପୋଲିସ ଜବତ କରିଛି। ଏକ ବୋଲେରୋ ପିକ ଅପ୍ ଗାଡ଼ିରେ ଗଳାବାଟ ଦେଇ ପାରଳାଖେମୁଣ୍ଡିରୁ ଆନ୍ଧ୍ର ଚାଲାଣ ହେଉଥିଲା।

ଓଡ଼ିଶାରୁ ଖସି ଆନ୍ଧ୍ରରେ ଧରା ପଡ଼ିଲା ମଦ ଓ ଗୁଟଖା

ଗଜପତି: ଓଡିଶାରୁ ଆନ୍ଧ୍ର ଚାଲାଣ ସମୟରେ ପାତପାଟଣା ପୋଲିସ ଦ୍ବାରା  ବିପୁଳ ପରିମାଣର ଗୁଟଖା ସହ ମଦ ଜବତ କରାଯାଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବା ସହ ଚାଲାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି। ଜବାତ ମଦ ଓ ଗୁଟଖାର ଆନୁମାନିକ ମୁଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ। 

ସଟଡାଉନ (Shutdown) ସତ୍ତ୍ୱେ ଓଡିଶା ହାଡୁଭାଙ୍ଗି ଠାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ମଦ ଓ ଗୁଟଖା। ଆନ୍ଧ୍ରରେ ତନଖି ବେଳେ ସିଧି ନିକଟରୁ ସେଗୁଡିକୁ ପାତପାଟଣା ପୋଲିସ ଜବତ କରିଛି। ଏକ ବୋଲେରୋ ପିକ ଅପ୍ ଗାଡ଼ିରେ ଗଳାବାଟ ଦେଇ ପାରଳାଖେମୁଣ୍ଡିରୁ ଆନ୍ଧ୍ର ଚାଲାଣ ହେଉଥିଲା। ପାତପାଟନାମ ଥାନା ଅନ୍ତର୍ଗତ ସିଦି ଗ୍ରାମ କମଳାଆମା ଦୋକାନ ଛକ ନିକଟରୁ ଜବତ ‌ହେଲା  ବିପୁଳ ପରିମାଣର ଗୁଟଖା ଓ ବିଦେଶୀ ମଦ। ଘଟଣାସ୍ଥଳରୁ ଓଡ଼ିଶାର ହାଡୁ ଭାଙ୍ଗି ଗ୍ରାମର ଦୁଇ ସନ୍ଦିଗ୍ଧକୁ ଗିରଫ କରାଯାଇଛି। 

Also Read: ସୀମା ଡେଇଁ ଆସୁଛି କୋରୋନା! ଗଜପତିରେ ପ୍ରହସନ ପାଲଟିଛି କଟକଣା

ପାତପାଟନମ ପୋଲିସ (Patpatnam Police) ୧୦୬ ବସ୍ତା ଗୁଟଖା ଓ ଖଇନି ସହ ୪୦ଟି ବିଦେଶୀ ମଦ ବୋତଲ ଜବତ ‌କରିଛି। ଜବତ ଗୁଟଖା ଓ ମଦର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଗତ କିଛି ଦିନ ପୂର୍ବେ ଏପରି ଏକ ବଡ଼ ଧରଣର ଚୋରା ଚାଲାଣ ହେଉଥିବା ବେଳେ ଆନ୍ଧ୍ର ପୋଲିସ (AP Police) ୨ ଲକ୍ଷ ମୂଲ୍ୟର ମଦ ଜବତ କରିଥିଲା। ପାରଳାଖେମୁଣ୍ଡି ଠାରୁ ପାର ହୋଇ ପାତପାଟନମ ଠାରେ ଧରାପଡିଥିଲା ଉକ୍ତ ମଦ। 

fallback

ଆନ୍ଧ୍ରରେ ମଦ (Alcohol) ଉପରେ କଟକଣା ସହ ଦାମ୍ ବେଶି ରହିଥିବାରୁ ଓଡ଼ିଶାରୁ ଆନ୍ଧ୍ରକୁ ଚୋରା ଚାଲାଣ ହେଉଛି। ଯାହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପୋଲିସ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି। ଫଳରେ ଓଡ଼ିଶାରୁ ଖସି ପଳାଇବାରେ ସଫଳ ହେଉଥିବା ବେଳେ ଆନ୍ଧ୍ର ପୋଲିସ ହାତରେ ଧରା ପଡୁଛନ୍ତି ଚୋରା ଚାଲାଣକାରୀ। ଏପରି ସ୍ଥଳେ ଓଡ଼ିଶାର ଅବକାରୀ ବିଭାଗ ଓ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।