ASI Gopal Das: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଗୋପାଳଦାସ କିଏ ? ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା...
Advertisement

ASI Gopal Das: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଗୋପାଳଦାସ କିଏ ? ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା...

ASI Gopal Das News: ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଅପରେସନ୍ ଥିଏଟରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁଳିମାଡ ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ହେଲେ ସବୁଠାରୁ ବଡ ପ୍ରଶ୍ନ ନବଦାସଙ୍କୁ ଗୁଳି କରିଥିବା ଏଏସଆଇ ଗୋପାଳ ଦାସ କିଏ, କାହିଁକି ସେ ଏତେବଡ଼ ଦୁଃସାହସ କଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ASI Gopal Das: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ଗୋପାଳଦାସ କିଏ ? ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା...

ASI Gopal Das: ଝାରସୁଗୁଡାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସବୁଠାରୁ ବଡ଼ କଥା, ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି। ASI ଗୋପାଳ ଦାସ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା  ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି। 

ତେବେ ରାଜ୍ୟବାସୀଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କିଏ ଏହି ଏଏସଆଇ ଗୋପାଳ ଦାସ(Asi Gopal Das) । ମନ୍ତ୍ରୀ ନବଦାସଙ୍କ ସହ କେମିତି ଥିଲା ତାଙ୍କ ସମ୍ପର୍କ । ତେବେ ଏଏସଆଇଙ୍କ ପୁରା ନାଁ ହେଉଛି ଗୋପାଳ କୃଷ୍ଣ ଦାସ। ପ୍ରଥମେ ବ୍ରହ୍ମପୁରରେ ସେ କନେଷ୍ଟବଳ ଭାବେ ତାଙ୍କର ଚାକିରୀ ଜୀବନ ଆରମ୍ଭ କରିଥିଲେ। ତାଙ୍କ ଘର ବ୍ରହ୍ମପୁରରେ । ପରେ ଚାକିରୀରେ ପଦୋନ୍ନତି ପାଇଥିଲେ ଏଏସଆଇ ଗୋପାଳ ଦାସ । ଏଏସଆଇ ଭାବେ ଗୋପାଳ ଦାସ ଝାରସୁଗୁଡାରେ ନିଯୁକ୍ତି ପାଇଥିଲେ ।

ଝାରସୁଗୁଡାରେ ସେ ୧୨ ବର୍ଷରୁ ଅଧିକ ସମୟ ଧରି ଚାକିରୀ କରିଆସୁଥିଲେ। ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡି ଦାୟିତ୍ୱରେ ଥିଲେ ASI Gopal Das। ସେହିପରି ଗୋପାଳଦାସଙ୍କ ପତ୍ନୀ ଜୟନ୍ତି ଦାସଙ୍କ କହିବା କଥା, ତାଙ୍କ ସ୍ୱାମୀ ଖୁବ ଭଲ। ସେ ପାଞ୍ଚ ମାସ ପୂର୍ବେ ନିଜ ପୈତୃକ ଘର ବ୍ରହ୍ମପୁରକୁ ମଧ୍ୟ ଆସିଥିଲେ। ସେହିପରି ପତ୍ନୀ ମଧ୍ୟ ୧୫ ଦିନ ତଳେ ଝାରସୁଗୁଡାରେ(Jharsuguda) ରହୁଥିବା ଗୋପାଳ ଦାସଙ୍କ ପାଖକୁ ଯାଇଥିଲେ । ଗୋପାଳ ଦାସ ସେଠାରେ ସରକାରୀ କ୍ୱାର୍ଟରରେ ରହୁଥିଲେ। ପତ୍ନୀ ଜୟନ୍ତୀ ଦାସ କହିଛନ୍ତି ଯେ, ଗୋପାଳ ଦାସ ଅର୍ଥାତ୍ ତାଙ୍କ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିଲା ସେହି କାରଣରୁ ସେ ୮ ବର୍ଷ ଧରି ମେଡିସିନ ମଧ୍ୟ ଖାଉଥିଲେ। 

ଗୋପାଳ ଦାସ ଉଚ୍ଚ ରକ୍ତଚାପ (High Blood Pressure) ଓ ୟୁରିକ ଏସିଡ ରୋଗରେ ଆକ୍ରାନ୍ତ ଥିଲେ । ଯେଉଁଥି ପାଇଁ ସେ ବ୍ରହ୍ମପୁରରୁ ଏକ କ୍ଲିନିକ୍ ରେ ନିଜର ଚିକିତ୍ସା କରାଉଥିଲେ ଓ ଔଷଧ ମଧ୍ୟ ଖାଉଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ସେ କାହିଁକି ମନ୍ତ୍ରୀ ନବଦାସଙ୍କୁ ଗୁଳି ମାରିଛନ୍ତି। ସେନେଇ ଗୋପାଳ ଦାସଙ୍କୁ ପଚରାଉଚରା କରାଯାଉଥିବା ବେଳେ କୌଣସି ସୂଚନା ହସ୍ତାନ୍ତର ହୋଇନାହିଁ।  

Also Read: Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ, ଜାଣନ୍ତୁ ଟିମରେ ଅଛନ୍ତି କେଉଁ ବିଭାଗର ବରିଷ୍ଠ ଡାକ୍ତର

Also Read: Naba Kishor Das shot: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନବ ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ; ୧୦ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା

Also Read: Viral Video: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ସମୟର ଦୃଶ୍ୟ...