Health Minister Naba Das Shot: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଏୟାରଲିଫ୍ଟ
Advertisement

Health Minister Naba Das Shot: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଏୟାରଲିଫ୍ଟ

Naba Das Health Update: ନିଜ ନିର୍ବାଚନ ମଣ୍ଡଳୀରେ ଗୁଳିମାଡ଼ର ଶିକାର ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ। ଅତି ନିକଟରୁ ASI ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଙ୍କୁ ଗୁଳିକରିଥିବା ଖବର ସାମ୍ନାକୁ ଆସିଛି। ତେବେ ASI ଗୋପାଳ ଦାସଙ୍କୁ ପୋଲିସ ନିଜ ହେପାଜତରେ ନେଇ ପଚରାଉଚାର ଜାରି ରଖିଛି ପୋଲିସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଉଛି। 

 

Health Minister Naba Das Shot: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଏୟାରଲିଫ୍ଟ

Health Minister Naba Das Health Update: ଝାରସୁଗୁଡା ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଉଥିବା ସୂଚନା ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ରହିଛି। ଦୁଇଟି ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳିଚାଳନା କରାଯାଇଥିବା ସୂଚନା ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ମନ୍ତ୍ରୀ ନବଦାସ। 

ଏହି ଘଟଣା ପରେ ରାଜ୍ୟ ସାରା ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ସମର୍ଥକଙ୍କ ଦ୍ୱାରା ଉତ୍ତେଜନା ଦେଖାଦେଇଛି । ସେହିପରି ତାଜା ସୂଚନାନୁଯାୟୀ ଏସଡିପିଓଙ୍କ କହିବା କଥା, ଅତି ନିକଟରୁ ASI ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଙ୍କୁ ଗୁଳିକରିଥିବା ଖବର ସାମ୍ନାକୁ ଆସିଛି। ତେବେ ASI ଗୋପାଳ ଦାସଙ୍କୁ ପୋଲିସ ନିଜ ହେପାଜତରେ ନେଇ ପଚରାଉଚାର ଜାରି ରଖିଛି ପୋଲିସ । ପୋଲିସ  ASI ଗୋପାଳ ଦାସଙ୍କ ନାଁ ରେ  ରିଭରଭଲ ଇସ୍ୟୁ ହୋଇଥିବା ବେଳେ ନିଜ ରିଭରଭଲରୁ ଗୁଳି କରିଥିବା ସୂଚନା ରହିଛି । ଏନେଇ ଏସଡିପିଓ ନିଜେ ସୂଚନା ଦେଇଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ସେତେବେଳେ ଭିଡ଼ ଭିତରେ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ହୋଇଛି । ସବୁଠାରୁ ବଡ଼ କଥା ହେଲା ନିଜ ନିର୍ବାଚନମଣ୍ଡଳୀରେ ଏହି ଘଟଣା ଘଟିଛି । ବ୍ରଜରାଜନଗର ଗାନ୍ଧୀ ଛକରେ ଏହି ଗୁଳିକାଣ୍ଡ ହୋଇଛି। ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲେ ବି ମନ୍ତ୍ରୀଙ୍କ ଦେହରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି। ଆଉ ଏହି ଗୁଳି ସିଧା ଛାତିରେ ବାଜିଥିବା ବେଳେ ରକ୍ତଜୁଡୁ ବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ(Minister Naba Das) ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଝାରସୁଗୁଡାରେ ଏୟାରପୋର୍ଟ ଥିବାରୁ ସେଠାରୁ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଉଛି। 

Also Read: Health Minister Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼, ପୋଲିସ ASI ମାରିଲେ ଗୁଳି