Naba Das Shot: 'ବଚସା ନା ଛୁଟି' କାହିଁକି ହତ୍ୟା କରିବାକୁ ମନସ୍ଥ କରିଥିଲା ଗୋପାଳ?
Advertisement

Naba Das Shot: 'ବଚସା ନା ଛୁଟି' କାହିଁକି ହତ୍ୟା କରିବାକୁ ମନସ୍ଥ କରିଥିଲା ଗୋପାଳ?

Health Minister Naba Das Last Rites: ମନ୍ତ୍ରୀ ନବଦାସଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଗୁଳି ମାରିଛି ଏଏସଆଇ । ଏନେଇ ଏତଲା ଦେଇଛନ୍ତି ଆଇଆଇସି । ରାଗ ରଖି ଗୋପାଳ ଦାସ ମନ୍ତ୍ରୀଙ୍କୁ ମାରିଥାଇପାରନ୍ତି ବୋଲି କୁହାଯାଉଛି। ଏହାସହ  ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ବ୍ରଜରାଜନଗର IIC ନିଜର ଏତଲା ଦେଇଛନ୍ତି। 

Naba Das Shot: 'ବଚସା ନା ଛୁଟି' କାହିଁକି ହତ୍ୟା କରିବାକୁ ମନସ୍ଥ କରିଥିଲା ଗୋପାଳ?

Naba Das Shot: ଶେଷ ଯାତ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ଗତକାଲି ଠାରୁ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ଘଟଣା ଏବେ ପୁରା ଦେଶକୁ ଦୋହଲାଇ ଦେଇଛି। କେହି ବିଶ୍ୱାସ କରିପାରୁନାହାଁନ୍ତି ଯେ, ଜଣେ ବର୍ଦ୍ଦିଧାରୀ ପୋଲିସ ଏଏସଆଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ଯାହାଫଳରେ ତାଙ୍କର ଗତକାଲି ସନ୍ଧ୍ୟା ବେଳକୁ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟସ୍ତବ୍ଧ ହୋଇଛି। ଜଣେ ପୋଲିସ କର୍ମଚାରୀ କାହିଁକି ଓ କ'ଣ ପାଇଁ ମନ୍ତ୍ରୀଙ୍କୁ ଗୁଳି କଲେ ତାହା ଏବେ ବଡ଼ ପ୍ରଶ୍ନ । ଏହି ଘଟଣା ପରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଏକଥା କୁହାଯାଉଛି ଯେ,ଗୋପାଳ ଦାସ ବାଇପୋଲାର ଡିଜ୍ ଅର୍ଡର ରୋଗରେ ପୀଡ଼ିତ ଥିଲେ ।

ଏହି ରୋଗର ଲକ୍ଷଣ ହେଲା ଜଣେ ବ୍ୟକ୍ତି ଓ ଦୁଇ ଦୁଇଟି କ୍ୟାରେକ୍ଟର । କେତେବେଳେ ସେ ରାଗିବେ କେତେବେଳେ ସେ ଏକଦମ୍ ଶାନ୍ତ ପଡ଼ିଯିବେ। ଏହାସହ କେତେବେଳେ ସେ କଣ କରିବେ ତାହାର କିଛି ଆକଳନ କରାଯାଇପାରିବ ନାହିଁ। ବାଇପୋଲାର ଡିଜ ଅର୍ଡର ବ୍ୟକ୍ତି ରାଗିଗଲେ ନିଜକୁ ମାରିପାରନ୍ତି ନଚେତ୍ ଆଉ କାହାକୁ । ହେଲେ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି କେବେ ଯଦି କାହାକୁ ମାରିବାକୁ ଚାହେଁ ତେବେ ତାଙ୍କ ପାଖରେ ବିକଳ୍ପର ଦରକାର ନଥାଏ। ସାମ୍ନାରେ ଯିଏ ବି ଥାଉ ସେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ହେଲେ ଏତେ ଗହଳି ଭିତରେ ମନ୍ତ୍ରୀ ନବଦାସଙ୍କୁ ଅତି ନିକଟରୁ ଗୁଳି କରିବା ଗୋପାଳ ଦାସଙ୍କ ମାନସିକ ରୋଗକୁ ବୟାନ କରୁନାହିଁ ବୋଲି ଚର୍ଚ୍ଚା ହେଉଛି। 

ତେବେ ଏହାରି ମଧ୍ୟରେ ଦୁଇଟି କଥା ସାମ୍ନାକୁ ଆସୁଛି । ରାଗ ରଖି ଗୋପାଳ ଦାସ ମନ୍ତ୍ରୀଙ୍କୁ ମାରିଥାଇପାରନ୍ତି ବୋଲି କୁହାଯାଉଛି। ଏହାସହ  ନବ ଦାସଙ୍କ ଉପରେ ଗୁଳିମାଡ଼ ନେଇ ବ୍ରଜରାଜନଗର IIC ନିଜର ଏତଲା ଦେଇଛନ୍ତି। ହତ୍ୟା ଉଦ୍ଦେଶ୍ୟ ନେଇ ASI ଗୋପାଳ ଦାସ ଫାୟାରିଂ କରିଥିବା ଉଲ୍ଲେଖ ରହିଛି ଏହି ଏତଲାରେ। ମନ୍ତ୍ରୀ ନବ ଦାସଙ୍କର କାଲି ଲିଫ୍ଟସିଫ୍ଟ ବିଲ୍ଡିଂରେ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ଏତଲା ଅନୁସାରେ କାଲି ASI ଗୋପାଳ ଟ୍ରାଫିକ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ଗୋପାଳ ତାଙ୍କ ନିକଟକୁ ଚାଲିଯାଇଥିଲେ । ଅତି ପାଖରୁ ନିଜ ସର୍ଭିସ ରିଭଲଭରରୁ ଫାୟାରିଂ କରିଥିଲେ ଗୋପାଳ।

ମନ୍ତ୍ରୀଙ୍କୁ ହତ୍ୟା ଉଦ୍ଦେଶ୍ୟ ନେଇ ଅତି ପାଖରୁ ଗୋପାଳ  ଗୁଳି କରିଥିଲେ ବୋଲି ଆଇଆଇସି କହିଛନ୍ତି । ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଏବଂ ସେ ସେଇଠି ପଡ଼ିଯାଇଥିଲେ । ଧସ୍ତାଧସ୍ତି ମଧ୍ୟରେ ବି ଗୋପାଳ ଆଉ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି IICଙ୍କ ଆଙ୍ଗୁଠିରେ ବାଜିବା ସହ ଜୀବନ ନାୟକ ବି ଆଘାତ ପାଇଥିଲେ । ତେବେ ଗୋପାଳ ଦାସଙ୍କ ପରିବାର ଲୋକଙ୍କ କହିବା କଥା, ଗୋପାଳଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନଥିଲା। ଏଥିପାଇଁ ସେ ଔଷଧ ନେଉଥିଲେ। ଲକ୍‌ଡାଉନ୍‌ ସମୟରେ କ୍ଲିନିକ୍‌ ବନ୍ଦ ହୋଇଯିବାରୁ ତାଙ୍କର ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। ଚିକିତ୍ସା ପାଇଁ ସେ ଛୁଟି ମାଗୁଥିଲେ। ହେଲେ, ତାଙ୍କର ଛୁଟି ସରି ଯାଇଥିବାରୁ ଛୁଟି ମିଳିପାରୁ ନଥିଲା। ଏପରିକି ସେ ନିଜେ ଯାଇ ବାପାଙ୍କ ଉପରିସ୍ଥ ଅଧିକାରୀଙ୍କ ସହିତ କଥା ହୋଇ ଛୁଟି ପାଇଁ ଅନୁରୋଧ କରିଥି‌ଲେ ବୋଲି ପୁଅ ମନୋଜ କହିଥିଲେ।

ସେପଟେ ଅନେକାଂଶରେ ଏକଥା ବି ଚର୍ଚ୍ଚା ହେଉଛି ଯେ, ମନ୍ତ୍ରୀ ଦାସଙ୍କ ସହିତ ଅଭିଯୁକ୍ତ ପୋଲିସ ଅଧିକାରୀ ଗୋପାଳ ଦାସଙ୍କ ମାସେ ପୂର୍ବରୁ କୌଣସି କାରଣକୁ ନେଇ ବଚସା ହୋଇଥିବା ଶୁଣାଯାଉଛି। ଜଣେ ମନ୍ତ୍ରୀଙ୍କ ସହିତ ଏହି ତଳିଆ ଅଧିକାରୀଙ୍କ କାହିଁକି ବଚସା ହୋଇଥିଲା, ସେନେଇ ସଠିକ ଭାବେ କୌଣସି ସୂଚନା ମିଳିପାରୁନାହିଁ। ତେବେ ବ୍ୟକ୍ତିଗତ ରାଗ ରଖି ମନ୍ତ୍ରୀଙ୍କୁ ହତ୍ୟା ପାଇଁ ଗୋପାଳ ଦାସ ଷଡଯନ୍ତ୍ର ରଚିଥିବା କୁହାଯାଉଛି।