Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା
Advertisement
Article Detail0/zeeodisha/odisha2354431

Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା

Mangal Gochar 2024: ଜୁଲାଇ ୨୭ ଶନିବାର ଦିନ ମଙ୍ଗଳ ସୂର୍ଯ୍ୟଙ୍କ କୃତିକି ନକ୍ଷତ୍ର ଛାଡି ଚନ୍ଦ୍ରଙ୍କ ନକ୍ଷତ୍ର ରୋହିଣୀରେ ଚଳନ କରିବେ । ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ଚଳନ ପ୍ରଭାବରୁ କେଉଁ ୩ଟି ରାଶି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Mangal Gochar 2024: ଅଗଷ୍ଟ ୧୬ ପର୍ଯ୍ୟନ୍ତ ୩ ରାଶିର ଭାଗ୍ୟରେ ଧନର ବର୍ଷା

Mangal Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରଭାବଶାଳୀ ଗ୍ରହମାନଙ୍କ ମଧ୍ୟରୁ ମଙ୍ଗଳ ଗ୍ରହଙ୍କ ସ୍ଥାନ ସ୍ୱତନ୍ତ୍ର । ମଙ୍ଗଳଙ୍କ ଚଳନ ସମସ୍ତ ରାଶିର ବ୍ୟକ୍ତି ଏବଂ ଦେଶ ତଥା ବିଶ୍ୱର ଉପକୁ ପ୍ରଭାବିତ କରିଥାଏ । ଗ୍ରହମାନଙ୍କର ସେନାପଚି ଭାବେ ବିବେଚନା କରାଯାଉଥିବା ମଙ୍ଗଳ, ଅସ୍ଥାବର ସମ୍ପତ୍ତି, ସାହସ, ଆତ୍ମବିଶ୍ୱାସ, ସୈନ୍ୟ, ଯୁଦ୍ଧ, ସାହସ, ବଡ଼ ଭାଇ, ପ୍ରଶାସନିକ ନେତୃତ୍ୱ ଇତ୍ୟାଦି ସହ ଜଡିତ ଥାଆନ୍ତି । ଯେତେବେଳେ ମଙ୍ଗଳ ନକ୍ଷତ୍ର ପରିବର୍ତ୍ତନ କରନ୍ତି ସେତେବେଳେ ଏହା ଏହି ସବୁ ଦିଗକୁ ପ୍ରଭାବିତ କରିଥାଏ । ଜୁଲାଇ ୨୭ ଶନିବାର ଦିନ ମଙ୍ଗଳ ସୂର୍ଯ୍ୟଙ୍କ କୃତିକି ନକ୍ଷତ୍ର ଛାଡି ଚନ୍ଦ୍ରଙ୍କ ନକ୍ଷତ୍ର ରୋହିଣୀରେ ଚଳନ କରିବେ । ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ଚଳନ ପ୍ରଭାବରୁ କେଉଁ ୩ଟି ରାଶି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

ମେଷ ରାଶି
ରୋହିଣୀ ନକ୍ଷତ୍ରରେ ମଙ୍ଗଳଙ୍କ ଚଳନ ଆପଣଙ୍କ ଜୀବନରେ ଅନୁକୂଳ ପ୍ରଭାବ ପକାଇବ । ଆପଣଙ୍କଠାରେ ନୂତନ ଶକ୍ତି, ସାହସ ଏବଂ ଆତ୍ମବିଶ୍ୱାସ ଦେଖିବାକୁ ମିଳିବ । ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବ । ଅର୍ଥ ପ୍ରବାହର ନୂତନ ଉତ୍ସ ସୃଷ୍ଟି ହେବ । ଚାକିରି, ବ୍ୟବସାୟ ଏବଂ ବୃତ୍ତି ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ଅଛି । ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିବ । ବଡ଼ ଭାଇ ଓ ଭଉଣୀଙ୍କଠାରୁ ଆପଣ ଆଦର ପାଇବେ । ଜମି ଏବଂ ସମ୍ପତ୍ତିକୁ ନେଇ ଥିବା ବିବାଦ ଶେଷ ହେବ । ପରିବାରରୁ ସମସ୍ତ ପ୍ରକାରର ସହାୟତା ପାଇବେ ।

କର୍କଟ ରାଶି
ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପଡିବ । ବ୍ୟକ୍ତିତ୍ୱରେ ଏକ ନୂଆ ଝଲକ ଦେଖାଯିବ । ଛାତ୍ରମାନଙ୍କ ସୃଜନଶୀଳତା ବୃଦ୍ଧି ପାଇବ । ଆପଣଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ପୂର୍ଣ୍ଣ ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ କାର୍ଯ୍ୟକୁ ପ୍ରଶଂସା ମିଳିବ । ମାନ ସମ୍ମାନ ବୃଦ୍ଧି ପାଇବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ସହଭାଗୀତା ବ୍ୟବସାୟରେ ବିପୁଳ ଲାଭର ସମ୍ଭାବନା ରହିଛି । ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ପାରିବାରିକ ଜୀବନ ଭଲରେ କଟିବ ।

ସିଂହ ରାଶି
ଆପଣଙ୍କ ପାଇଁ ଏହି ସମୟ ଲାଭଦାୟକ ପ୍ରମାଣିତ ହେବ । ଚିନ୍ତାଧାରା ଏବଂ କାର୍ଯ୍ୟରେ ସ୍ଥିରତା ରହିବ । ଛାତ୍ରମାନେ ନିଜ କ୍ୟାରିୟରେ ଉନ୍ନତୀ କରିବେ । ଟଙ୍କା ରୋଜଗାର କରିବାର ଇଚ୍ଛା ସଫଳ ହେବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଛି ।ପାରିବାରିକ ଜୀବନ ହସ ଖୁସିରେ କଟିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Budget 2024: ଓଡ଼ିଆ ସିନେମା ବଜେଟ୍ ନେଇ ଚିନ୍ତା ପ୍ରକଟ କଲେ କଳାକାର