Mangal Gochar 2024: ମେଷ ରାଶିରେ ମଙ୍ଗଳ ଚଳନ, ୨ରାଶି ପାଇଁ ଅତ୍ୟନ୍ତ ଶୁଭ
Advertisement
Article Detail0/zeeodisha/odisha2287489

Mangal Gochar 2024: ମେଷ ରାଶିରେ ମଙ୍ଗଳ ଚଳନ, ୨ରାଶି ପାଇଁ ଅତ୍ୟନ୍ତ ଶୁଭ

Mangal Gochar 2024: ସମସ୍ତ ରାଶିର ଲୋକମାନେ ମଙ୍ଗଙ୍କ ପ୍ରଭାବରୁ ପ୍ରଭାବିତ ହେବେ, କିନ୍ତୁ ଦୁଇଟି ରାଶିର ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ।

Mangal Gochar 2024: ମେଷ ରାଶିରେ ମଙ୍ଗଳ ଚଳନ, ୨ରାଶି ପାଇଁ ଅତ୍ୟନ୍ତ ଶୁଭ

Mangal Gochar 2024: ଗ୍ରହମାନଙ୍କ ସେନାପତି ମଙ୍ଗଳ ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ମଙ୍ଗଳଙ୍କୁ ଶକ୍ତିର କାରକ ଭାବରେ ବିବେଚନା କରାଯାଇଥାଏ । ଏହା ବ୍ୟତୀତ ମଙ୍ଗଳଙ୍କୁ କ୍ୟାରିୟର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଜ୍ୟୋତିଷଙ୍କ ଆକଳନ ଅନୁଯାୟୀ ମଙ୍ଗଳଙ୍କ ରାଶି ପରିବର୍ତ୍ତନ ପ୍ରଭାବ ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ରହିଥାଏ । କିନ୍ତୁ ଏଥର ୨ ଟି ରାଶିର ବ୍ୟକ୍ତି ମଙ୍ଗଳଙ୍କ ଚଳନରୁ ବିଶେଷ ଲାଭ ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ଠାରୁ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ । ଜ୍ୟୋତିଷଙ୍କ ଅନୁଯାୟୀ ମଙ୍ଗଳ ୧ ଜୁନ୍ ୨୦୨୪ ରେ ମେଷ ରାଶିରେ ଚଳନ। ମଙ୍ଗଳ ଏହି ରାଶିରେ ୪୧ ଦିନ ରହିବେ । ୧୯ ଜୁନ୍ ରେ ଧରଣୀ ନକ୍ଷତ୍ରରେ ଚଳନ କରିବେ । ଏହା ପରେ ଜୁଲାଇ ୭ରେ କ୍ରିତିକା ନକ୍ଷତ୍ରକୁ ମଙ୍ଗଳଙ୍କ ଆଗମନ ହେବ । ଜୁଲାଇ ୧୨ ରେ, ମେଷ ଛାଡି ବୃଷରେ ଚଳନ କରିବେ । ଯଦିଓ ଏହି ୪୧ ଦିନରେ, ସମସ୍ତ ରାଶିର ଲୋକମାନେ ମଙ୍ଗଙ୍କ ପ୍ରଭାବରୁ ପ୍ରଭାବିତ ହେବେ, କିନ୍ତୁ ଦୁଇଟି ରାଶିର ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ ।

ତୁଳା ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମଙ୍ଗଳଙ୍କ ଚଳନ କାରଣରୁ ତୁଳା ରାଶିର ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି । ଏହି ସମୟ ମଧ୍ୟରେ, ପ୍ରେମ ବିବାହର ସମ୍ଭାବନା ରହିଛି । ଏହା ସହିତ, ଯଦି ଦୀର୍ଘ ସମୟ ଧରି ପ୍ରେମ ସଂପର୍କରେ ଥିବା ବିବାଦର ସମାଧାନ ହେବ । ଏଥିସହ ଏହି ସମୟରେ ପ୍ରତିଟି କ୍ଷେତ୍ରରେ ଆପଣଙ୍କ ପାଇଁ ସଫଳତାର ସୁଯୋଗ ମଳିବ ।

ଧନୁ ରାଶି
ମଙ୍ଗଳଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କୁ ଜୀବନରେ ଅପାର ସୁଖ ମିଳିବ । ହଜିଯାଇଥିବା ପ୍ରେମକୁ ଫେରି ପାଇପାରିବେ । ଉଭୟଙ୍କର ସହମତରେ ବିବାହ ହୋଇପାରେ । ଜୁଲାଇ ୧୨ରେ ଆପଣଙ୍କୁ ନିଶ୍ଚିତ ଭାବରେ କିଛି ଭଲ ଖବର ମିଳିବ । ସମ୍ପର୍କରେ ପ୍ରେମ ଏବଂ ମଧୁରତା ରହିବ । ମୋଟ ଉପରେ, ଏହି ସମୟରେ ପ୍ରେମ ସମ୍ପର୍କ ପାଇଁ ବହୁତ ଭଲ ସମୟ ଚାଲିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Rahu Gochar 2024: ଏହି ରାଶି ଉପରେ ୨୦୨୫ ପର୍ଯ୍ୟନ୍ତ ରାହୁଙ୍କ ବିଶେଷ ଆଶୀର୍ବାଦ, କ୍ୟାରିୟରରେ ମିଳିବ ସଫଳତା