Mangal Gochar 2024: ବୃଷ ରାଶିରେ ମଙ୍ଗଳ ଚଳନ, ୬ଟି ରାଶିର ଭାଗ୍ୟ ଉଜ୍ୱଳ
Advertisement
Article Detail0/zeeodisha/odisha2300492

Mangal Gochar 2024: ବୃଷ ରାଶିରେ ମଙ୍ଗଳ ଚଳନ, ୬ଟି ରାଶିର ଭାଗ୍ୟ ଉଜ୍ୱଳ

ସାହସ, ଯୁଦ୍ଧ ଏବଂ ନେତୃତ୍ୱ ସହ ଜଡ଼ିତ ଥିବା ଗ୍ରହ ମଙ୍ଗଳ ଜୁଲାଇ ୧୨ ରେ ବୃଷ ରାଶିରେ ଚଳନ କରିବେ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ପୂର୍ବରୁ ବୃଷ ରାଶିରେ ଉପସ୍ଥିତ ଅଛନ୍ତି । ତେଣୁ ବୃହସ୍ପତି ଏବଂ ମଙ୍ଗଳଙ୍କ ଏକ ମିଳନ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ମଙ୍ଗଳ ବୃଷ ରାଶିରେ ପ୍ରାୟ ୪୬ ଦିନ ପର୍ଯ୍ୟନ

Mangal Gochar 2024: ବୃଷ ରାଶିରେ ମଙ୍ଗଳ ଚଳନ, ୬ଟି ରାଶିର ଭାଗ୍ୟ ଉଜ୍ୱଳ

Mangal Gochar in Vrishabh Rashi: ସାହସ, ଯୁଦ୍ଧ ଏବଂ ନେତୃତ୍ୱ ସହ ଜଡ଼ିତ ଥିବା ଗ୍ରହ ମଙ୍ଗଳ ଜୁଲାଇ ୧୨ ରେ ବୃଷ ରାଶିରେ ଚଳନ କରିବେ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ପୂର୍ବରୁ ବୃଷ ରାଶିରେ ଉପସ୍ଥିତ ଅଛନ୍ତି । ତେଣୁ ବୃହସ୍ପତି ଏବଂ ମଙ୍ଗଳଙ୍କ ଏକ ମିଳନ ମଧ୍ୟ ସୃଷ୍ଟି ହେବାକୁ ଯାଉଛି । ମଙ୍ଗଳ ବୃଷ ରାଶିରେ ପ୍ରାୟ ୪୬ ଦିନ ପର୍ଯ୍ୟନ୍ତ ରହିବେ । ଏହା ପରେ ଏହା ବୃଷ ରାଶିରୁ ବାହାରି ଅଗଷ୍ଟ ୨୬ ରେ ମିଥୁନ ରାଶିରେ ପ୍ରବେଶ କରିବେ । ମଙ୍ଗଳଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡିବ । ତେବେ ଆସନ୍ତୁ ଜାଣିବା ଏହି ରାଶି ପରିବର୍ତ୍ତନର ସକରାତ୍ମକ ପ୍ରଭାବ କେଉଁ ରାଶିର ବ୍ୟକ୍ତିଙ୍କ ଉପରେ ରହିବ ।

ମେଷ ରାଶି
ମଙ୍ଗଳ ଆପଣଙ୍କ ରାଶିର ଦ୍ୱିତୀୟ ସ୍ଥାନରେ ରହିବେ । ଏହି ଅବଧି ମଧ୍ୟରେ, ବିଳାସପୂର୍ଣ୍ଣତା ବୃଦ୍ଧି ପାଇବ । ଉପଭୋଗ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବେ । ଆଧ୍ୟାତ୍ମିକ ବିଷୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ନିଜ ପରିବାର ଏବଂ ଜୀବନସାଥୀଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି । ନିଯୁକ୍ତ ବ୍ୟକ୍ତି ଏବଂ ବ୍ୟବସାୟୀମାନେ ଏହି ସମୟ ମଧ୍ୟରେ ଲାଭ ପାଇଁ ଅନେକ ସୁଯୋଗ ପାଇବେ । ଆପଣଙ୍କ ଜୀବନସାଥୀ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂରଇ ଯିବ ।

ବୃଷ ରାଶି
ଆପଣଙ୍କ ରାଶିର ପ୍ରଥମ ଗୃହରେ ମଙ୍ଗଳ ଚଳନ କରିବେ । ଏହି ସମୟ ମଧ୍ୟରେ ବ୍ୟବସାୟରେ ଆପଣଙ୍କୁ ଶୁଭ ଫଳାଫଳ ମିଳିବ ।  କୌଣସି ବାଧାବିଘ୍ନର ସମ୍ମୁଖୀନ ହେଉଥିଲେ ତାହା ଦୂରେଇ ଯିବ । ବ୍ୟବସାୟରେ ଭଲ ଲାଭ ପାଇବାକୁ ଆପଣ ନୂଆ କୌଶଳ ଆପଣେଇବେ । ଅଟକି ରହିଥିବା ଟଙ୍କା ଫେରିପାଇବେ । ବୈବାହିକ ଜୀବନରେ ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

ସିଂହ ରାଶି
ମଙ୍ଗଳ ଆପଣଙ୍କ ରାଶିର ଦଶମ ସ୍ଥାନରେ ଚଳନ କରିବେ । ଆପଣଙ୍କର ଆୟ ବୃଦ୍ଧି ପାଇବ । ଆପଣ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ । ଚାକିରି କ୍ଷେତ୍ରରେ କ୍ୟାରିୟର ଅଗ୍ରଗତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ । ବର୍ଦ୍ଧିତ ଦରମା ସହ ଅନ୍ୟ କମ୍ପାନୀରୁ ଫଲ ଅଫର ଆସିବ । ସମ୍ପତ୍ତି ଏବଂ ଯାନବାହନ କିଣିବାର ଇଚ୍ଛା ପୂରଣ ହେବ । ପରିବାର ଏବଂ ବୈବାହିକ ଜୀବନରେ ପ୍ରତିଟି ଦାୟିତ୍ୱ ପୂରଣ କରିବେ । ଧାର୍ମିକ କାର୍ଯ୍ୟକଳାପରେ ଧ୍ୟାନ ଦେବେ ।

କନ୍ୟା ରାଶି
ଆପଣଙ୍କ ରାଶିର ନବମ ସ୍ଥାନରେ ମଙ୍ଗଳ ଚଳନ କରିବେ । ବିଦେଶ ଯିବାର ସୁଯୋଗ ମିଳିପାରେ । ଜୀବନର ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ଏକାଧିକ ଉତ୍ସରୁ ଟଙ୍କା ରୋଜଗାର କରିବେ । ଉଭୟ ଚାକିରି ଏବଂ ବ୍ୟବସାୟରେ ଭଲ ଲାଭ ମିଳିବ । ପରିବାରରେ କୌଣସି ମତଭେଦ ଚାଲିଥିଲେ ସେଥିରୁ ମୁକ୍ତି ପାଇବେ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଅଟକିଥିବା ଟଙ୍କା ଫେରି ପାଇବେ । ନିଜ ଜୀବନଶୈଳୀରେ ଉନ୍ନତି ହେବ ।

ତୁଳା ରାଶି
ଆପଣଙ୍କ ରାଶିର ଅଷ୍ଟମ ସ୍ଥାନରେ ମଙ୍ଗଳ ଚଳନ କରିବେ । ଏହି ସମୟ ମଧ୍ୟରେ ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ବହୁତ ବଡ଼ ସୁଯୋଗ ମିଳିବ । ଟଙ୍କା ରୋଜଗାରର ନୂଆ ଉପାୟ ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ହେବ ।   ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ଆପଣଙ୍କର ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ ।

ଧନୁ ରାଶି
ଆପଣଙ୍କ ରାଶିର ଷଷ୍ଠ ସ୍ଥାନରେ ମଙ୍ଗଲ ଚଳନ କରିବେ । ଏହି ସମୟ ମଧ୍ୟରେ ଆପଣ ବନ୍ଧୁ ତଥା ଭାଇ ଭଉଣୀମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଚାକିରିରେ ପଦୋନ୍ନତୀ ଏବଂ ଦରମା ବୃଦ୍ଧିର ସୌଭାଗ୍ୟ ମିଳିବ । ଅର୍ଥ ସଞ୍ଚୟ କରିବାରେ ସକ୍ଷମ ହେବେ । ବ୍ୟବସାୟୀମାନେ ଭଲ ଲାଭ ଉପାର୍ଜନ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)