Guru Gochar 2024: ବୃହସ୍ପତି ଚଳନ ବଦଳାଇବ ଏହି ରାଶି ଲୋକଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha2088441

Guru Gochar 2024: ବୃହସ୍ପତି ଚଳନ ବଦଳାଇବ ଏହି ରାଶି ଲୋକଙ୍କ ଭାଗ୍ୟ

Jupiter Transit 2024: ଦେବଗୁରୁ ବୃହସ୍ପତି ଦେବ ଚଳିତ ବର୍ଷ ମେ ମାସରେ ବିଛା ରାଶିରେ ଚଳନ କରିବେ । ଏହି ସମୟରେ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହାର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କୁ ଆଜି କହିବୁ ଯେ, ବୃହସ୍ପତିଙ୍କ ଚଳନର ଶୁଭ ପ୍ରଭାବ କେଉଁ ସବୁ ରାଶିଗୁଡିକ ଉପରେ ପଡିବ ।

Guru Gochar 2024: ବୃହସ୍ପତି ଚଳନ ବଦଳାଇବ ଏହି ରାଶି ଲୋକଙ୍କ ଭାଗ୍ୟ

Guru Gochar Effect 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଚଳନ କରିଥାନ୍ତି । ଗ୍ରହମାନଙ୍କର ଏହି ଚଳନ ସମସ୍ତ ୧୨ ଟି ରାଶିର ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଗ୍ରହମାନଙ୍କର ଗୁରୁ ଭାବେ ବିବେଚନା କରାଯାଉଥିବା ଦେବଗୁରୁ ବୃହସ୍ପତି ଚଳିତ ବର୍ଷ ମେ ୧ ତାରିଖରେ ଗୋଟିଏ ରାଶିରୁ ଅନ୍ୟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାଫଳରେ ୧୨ଟି ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡିବ । ଅବଶ୍ୟ ବୃହସ୍ପତିଙ୍କ ଚଳନର ପ୍ରଭାବ କ୍ୱଚିତ୍ ଲୋକଙ୍କ ଜୀବନରେ ଦେଖିବାକୁ ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଦେବ ଗୁର ବୃହସ୍ପତି ଖୁବ୍ ଦୟାଳୁ । ବୃହସ୍ପତିଙ୍କ କୃପା ହେଲେ ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ଇଶ୍ବରଙ୍କ ଉପରେ ସେମାନଙ୍କର ବିଶ୍ୱାସ ବଢିଯାଏ । ଏଥିସହ ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରନ୍ତି । ପାଠ ପଢା କ୍ଷେତ୍ରରେ ଅଧିକ ସଫଳତା ମିଳିଥାଏ । ଜୀବନ ଉପରେ ବିଶେଷ ସକାରାତ୍ମକ ପ୍ରଭାବ ପକାଇଥାଏ । ଗୁରୁଙ୍କ ଶୁଭ ପ୍ରଭାବ ଯୋଗୁଁ ଧନ ଏବଂ ସୌଭାଗ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ ।

ବିଛା ରାଶିରେ ବୃହସ୍ପତି ଚଳନ

ଚଳିତ ବର୍ଷ ତଥା ୨୦୨୪ ମସିହା ମଇ ୧ ତାରିଖ ଦିନ ରାତି ୨ଟା୨୯ ସମୟରେ ବୃହସ୍ପତି ମେଷ ରାଶିରୁ ବାହାରି ବିଛା ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବ କାରଣରୁ ସମସ୍ତ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପରିବର୍ତ୍ତନ ହେବ । ସେଥିମଧ୍ୟରୁ ୩ଟି ରାଶିକୁ ଅଧିକ ଶୁଭାଶୁଭ ଫଳାଫଳ ମିଳିବ । ଏହି ସମୟ ମଧ୍ୟରେ ଏହି ୩ଟି ରାଶିର ଭାଗ୍ୟ ବଦଳିବାର ସମ୍ଭାବନା ରହିଛି । ଜୀବନରେ ସୁଖ ଏବଂ ଶାନ୍ତି ରହିବ ।

କର୍କଟ
ବୃହସ୍ପତିଙ୍କ ଚଳନ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ବୃହସ୍ପତିଙ୍କ ଚଳନ ସମୟରେ ଏହି ରାଶିର ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଆପଣ ଯେକୌଣସି କାର୍ଯ୍ୟରେ ହାତ ରଖିବେ ତାହା ସଫଳ ହେବାର ଅଧିକ ସମ୍ଭାବନା ରହିଛି । ଆର୍ଥିକ ଦୃଷ୍ଟିରୁ ଆପଣ ସ୍ୱଚ୍ଛଳ ରହିବେ । ନୂତନ ଆୟର ଉତ୍ସ ବୃଦ୍ଧି ପାଇବ । ଏହି ସମୟରେ ଆପଣଙ୍କୁ ସମସ୍ତ ଖୁସି ମିଳିବ ।

କନ୍ୟା
ବୃହସ୍ପତିଙ୍କ ଚଳନ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ ହେବ । ଏହି ସମୟରେ ଚାକିରି ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସବୁ ଚେଷ୍ଟାରେ ସଫଳତାର ଯୋଗ ରହିଛି । ଅର୍ଥ ପ୍ରାପ୍ତିର ମଧ୍ୟ ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ବିଶେଷ ଲାଭ ମିଳିପାରେ । ଟିକିଏ କଠିନ ପରିଶ୍ରମ ଆପଣଙ୍କୁ ଅଧିକ ଫଳାଫଳ ଦେବ । ଆପଣଙ୍କ ସାଥୀଙ୍କ ସହ ଥିବା ମତାନ୍ତରରେ ପୂର୍ଣ୍ଣଛେଦ ପଡିବ । ଇଶ୍ବର ଆପଣଙ୍କ ସମସ୍ତ ଇଚ୍ଛା ପୂରଣ କରିବେ ।

ଧନୁ
ବୃହସ୍ପତିଙ୍କ ଚଳନ କାରଣରୁ ଧନୁ ରାଶିର ବ୍ୟକ୍ତିବିଶେଷମାନେ ଶୁଭଫଳ ପ୍ରାପ୍ତି କରିବେ । ଜୀବନରେ ଅଗ୍ରଗତି କରିବାର ସୁଯୋଗ ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ମଧ୍ୟ ଏକ ବଡ଼ ଡିଲ୍ କରିବା ନେଇ ନିଷ୍ପତ୍ତି ନେଇପାରନ୍ତି । ଯଦି ଆପଣ କିଛି ନୂଆ କାର୍ଯ୍ୟ କରିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏଥିରେ ସଫଳତାର ଯୋଗ ରହିଛି । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି । ସମ୍ପତ୍ତି କିମ୍ବା ନୂଆ ଯାନବାହାନ କିଣିବାର ସମ୍ଭାବନା ରହିଛି । ବିଦେଶ ଯିବାର ଇଚ୍ଛା ପୂରଣ ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।