National Cartoonist Day: ବିଦେଶ ଡାକୁଛି 'ସେଖର ବାବୁ', ନିଜ ଘରେ ପରିଚୟ ପାଇଁ କରୁଛନ୍ତି ସଙ୍ଘର୍ଷ
Advertisement
Article Detail0/zeeodisha/odisha1175543

National Cartoonist Day: ବିଦେଶ ଡାକୁଛି 'ସେଖର ବାବୁ', ନିଜ ଘରେ ପରିଚୟ ପାଇଁ କରୁଛନ୍ତି ସଙ୍ଘର୍ଷ

ଶେଖର ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଠ ପଢିବା ବି ତାଙ୍କ ପାଇଁ କଷ୍ଟ ଥିଲା। ହେଲେ ବ୍ୟଙ୍ଗଚିତ୍ର ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ବାଳୁତ କାଳରୁ ରହିଥିଲା । ସେ ବିଭିନ୍ନ ସମୟରେ ବିଭିନ୍ନ ବ୍ୟଙ୍ଗଚିତ୍ର ଆଙ୍କି ବିଭିନ୍ନ ଅନୁଷ୍ଠାନ କୁ ପଠାଉଥିଲେ, ପ୍ରଥମ କରି ୧୯୮୫ ମସିହାରେ ନ୍ୟୁଜ ଟୁଡେ ପ୍ରାଇଭେଟ ଲିମିଟେଡ଼ର ଏକ ପତ୍ରିକାରେ ତାଙ୍କ ଚିତ୍ର ସ୍ଥାନ ପାଇଥିଲା ।

National Cartoonist Day: ବିଦେଶ ଡାକୁଛି 'ସେଖର ବାବୁ', ଘରେ ପରିଚୟ ପାଇଁ କରୁଛନ୍ତି ସଙ୍ଘର୍ଷ

ଗଜପତି: ଗୁରୁବାର ସାରା ବିଶ୍ୱରେ ଜାତୀୟ କାର୍ଟୁନିଷ୍ଟ ଡେ ପାଳନ କରାଯାଇଛି। ସମାଜିକ ପରିବର୍ତ୍ତନ କ୍ଷେତ୍ରରେ ଜଣେ ସାମ୍ବାଦିକଙ୍କର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଜଣେ କାର୍ଟୁନିଷ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାର୍ଟୁନିଷ୍ଟ ବା ବ୍ୟଙ୍ଗଚିତ୍ର କଳାକାର ନିଜ ଚିତ୍ର ମାଧ୍ୟମରେ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳିକୁ ସଠିକ ଉପସ୍ଥାପନ କରିଥାଏ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏମ.ଶେଖର ହେଉଛନ୍ତି ସେଭଳି ଜଣେ କଳାକାର। ଦେଶ ବିଦେଶରେ ବିଭିନ୍ନ ପତ୍ରପତ୍ରିକା ମାଗାଜିନରେ ତାଙ୍କ ବ୍ୟଙ୍ଗଚିତ୍ର ସ୍ଥାନ ପାଇଛି। ଅନେକ ଅନୁଷ୍ଠାନ ଦ୍ଵାରା ମଧ୍ୟ ସେ  ସନ୍ମାନିତ ହୋଇଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ନିଜ ମାଟିରେ ନିଜ ପରିଚୟ ପାଇଁ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ହେଲାଣି ତାଙ୍କ କଳାକୁ ସମ୍ମାନ ମିଳିପାରିନାହିଁ। ଏଥିପାଇଁ ଶେଖର କୌଣସି ସରକାରୀ ପ୍ରୋତ୍ସାହନ ମଧ୍ୟ ପାଇନାହାନ୍ତି । ତଥାପି ସେ ହାରି ନାହାନ୍ତି, ଆଉ ଆଜି ବି ସେ ସଂଘର୍ଷ ଜାରି ରଖିଛନ୍ତି । 

ବ୍ୟଙ୍ଗଚିତ୍ରକାର (Cartoonist Day) ନିଜ ଚିତ୍ରକଳା ମାଧ୍ୟମରେ ସମାଜକୁ ଦିଗଦର୍ଶନ ଓ ସଚେତନ କରାଇଥାଏ । ସେଭଳି ଜଣେ କାର୍ଟୁନିଷ୍ଟ ଗଜପତି (Gajapati) ଜିଲ୍ଲାର ଏମ ଶେଖର । ପଙ୍କରୁ ଜାତ ପଦ୍ମ ଭଳି ବହୁ ଦେଶରେ ସେ ତାଙ୍କର ଏହି କଳା ପାଇଁ ପ୍ରଶଂସା ପାଉଛନ୍ତି । କିନ୍ତୁ ତାଙ୍କ ଜନ୍ମ ମାଟି ଓଡିଶା ତାଙ୍କୁ ପ୍ରତ୍ସାହନ ତ ଦୂରର କଥା, ପରିଚୟ ମଧ୍ୟ ଦେଇ ପାରିନାହିଁ। ଅନ୍ୟପଟେ ଏବେବି ଆବଶ୍ୟକ ମୁତାବକ ବିଦେଶର ପତ୍ର ପତ୍ରିକା, ଅନୁଷ୍ଠାନ ବିଭିନ୍ନ ସୋସିଆଲ ସାଇଡ ପାଇଁ ବ୍ୟଙ୍ଗଚିତ୍ର (Cartoon) ବରାଦ କରୁଛନ୍ତି ଏବଂ ତାହା ସ୍ଥାନ ବି ପାଉଛି । ଶେଖର ପିଲାଦିନୁ ବ୍ୟଙ୍ଗଚିତ୍ରକୁ ନିଜର ହବି ଭାବରେ ବାଛି ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା କିଛି ରୋଜଗାରର ସୁଯୋଗ ଯୋଗାଇ ଥିଲା । 

Also Read: ଆସୁଛି Cyclone Asani! ଓଡ଼ିଶାରେ ଲ୍ୟାଣ୍ଡଫଲ ଆଶଙ୍କା, ୧୮ ଜିଲ୍ଲାକୁ ସତର୍କତା

ଶେଖର ଗୋଟିଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପାଠ ପଢିବା ବି ତାଙ୍କ ପାଇଁ କଷ୍ଟ ଥିଲା।  ହେଲେ ବ୍ୟଙ୍ଗଚିତ୍ର ଚିତ୍ରକଳା ପ୍ରତି ତାଙ୍କର ଆଗ୍ରହ ବାଳୁତ କାଳରୁ ରହିଥିଲା । ସେ ବିଭିନ୍ନ ସମୟରେ ବିଭିନ୍ନ ବ୍ୟଙ୍ଗଚିତ୍ର ଆଙ୍କି ବିଭିନ୍ନ ଅନୁଷ୍ଠାନ କୁ ପଠାଉଥିଲେ, ପ୍ରଥମ କରି  ୧୯୮୫ ମସିହାରେ ନ୍ୟୁଜ ଟୁଡେ ପ୍ରାଇଭେଟ ଲିମିଟେଡ଼ର ଏକ ପତ୍ରିକାରେ ତାଙ୍କ ଚିତ୍ର ସ୍ଥାନ ପାଇଥିଲା । ସେହି ସମୟରେ ଚିତ୍ର ବାବଦକୁ ମାତ୍ର ୫୦ ଟଙ୍କା  ପାଇଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ଚିତ୍ର ଆଙ୍କି ଚାଲିଲେ ବିଭିନ୍ନ ସାମାଜିକ ବାର୍ତ୍ତାକୁ ନେଇ ସାମାଜିକ, ରାଜନୈତିକ, ପରିବେଶ ସଚେତନତା ସମ୍ବର୍ଦ୍ଧିୟ ବହୁ ବାର୍ତ୍ତା ବହନ କରୁଥିବା ବ୍ୟଙ୍ଗଚିତ୍ର ଆଙ୍କୁଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପତ୍ରପତ୍ରିକାରେ ପ୍ରାୟ ଦଶ ହଜାର ଚିତ୍ର ସ୍ଥାନ ପାଇଥିବା ଶେଖର କହିଛନ୍ତି।

fallback

ସେହିଭଳି ସେ ବାହର ରାଜ୍ୟ ତଥା ବିଦେଶରେ କାର୍ଟୁନିଷ୍ଟ ଶେଖର ବାବୁ ନାମରେ ପରିଚିତ। ତାଙ୍କର କାର୍ଟୁନ୍ ଚିତ୍ର ଡେନମାର୍କ, ଋଷ, ଜାପାନ, ଭିଏତନାମ, ଆମେରିକା ଭଳି ଅନେକ ଦେଶର ବଡ଼ବଡ଼ ଖବରକାଗଜ ଓ ମାଗାଜିନରେ ସ୍ଥାନ ପାଇଛି। ଇଣ୍ଡିଆନ ଏକ୍ସପ୍ରେସ, ଦ ହିନ୍ଦୁ, ହିନ୍ଦୁସ୍ତାନ ଟାଇମସ, ଆହୁରି ଅନେକ ଖବର କାଗଜ ଏବଂ ପତ୍ରପତ୍ରିକାରେ ତାଙ୍କ ଚିତ୍ର ପ୍ରକାଶ ପାଇବା ପରେ ଶେଖର ବିଭିନ୍ନ ସମୟରେ ସମ୍ମାନିତ ହେବା ସହ ଆର୍ଥିକ ସହାୟତା ମଧ୍ୟ ପାଇଛନ୍ତି । ଯାହା ତାଙ୍କ ପାଠପଢ଼ାରେ ସହାୟତା ହୋଇଥିଲା । ପରବର୍ତ୍ତୀ ସମୟରେ କିଛି ଦିନ ପାଇଁ ଏଥିରୁ ଓହରି ଯାଇଥିଲେ ଏବଂ ସେ ବର୍ତ୍ତମାନ ସେ ପୂର୍ତ୍ତବିଭାଗରେ ଅସ୍ଥାୟୀ କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି ।  

Also Read: କିଏ ସେ ବୁଲବୁଲ ସାହା, ଯିଏ ୨୮ ବର୍ଷ ବଡ଼ ପୂର୍ବତନ କ୍ରିକେଟର ଅରୁଣ ଲାଲଙ୍କୁ କଲେ ବିବାହ

ଅନ୍ୟପକ୍ଷରେ ଶେଖରଙ୍କ ପାଖରେ ରହିଥିବା ପ୍ରତିଭାକୁ ବିଦେଶରେ ଯେତିକି ମାନ୍ୟତା ମିଳିପାରୁଛି ସ୍ୱଦେଶରେ ସେତିକି ପ୍ରୋତ୍ସାହନ ମିଳିପାରୁ ନାହିଁ । ଯାହାକୁ ନେଇ ଶେଖର ଓ ତାଙ୍କ ଶୁଭେଛୁମାନେ ସରକାରୀ ସହଯୋଗ ଯୋଗାଇବା ଆବଶ୍ୟକ ବୋଲି ମତ ରଖିଛନ୍ତି । ଶେଖରଙ୍କ ଭଳି ବ୍ୟଙ୍ଗଚିତ୍ରକାର ମାନଙ୍କ ପାଇଁ  ସରକାର ସହାୟତାର ହାତ ବଢ଼େଇବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ବ୍ୟଙ୍ଗଚିତ୍ର ସମାଜର ଦର୍ପଣ ଯାହା ସାମାଜିକ ବିଧି ବ୍ୟବସ୍ଥା ଓ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ସମାଜକୁ ସଚେତନ କରାଇଥାଏ । ମେ ୫  ତାରିଖ ଜାତୀୟ ବ୍ୟଙ୍ଗଚିତ୍ରକର ଦିବସ (National Cartoonist Day) ରେ କାଟୁନିଷ୍ଟମାନଙ୍କ ପାଇଁ ରାଜ୍ୟ ସରକାର ବିଚାରକୁ ନେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।