Advertisement

Today Odisha Weather

alt
Nov 22,2024, 19:00 PM IST
alt
Weather Update: ପାର୍ବଣ ପୂର୍ବରୁ ବଦଳିଲା ପାଗର ମିଜାଜ୍। ସୃଷ୍ଟ ହେଲା ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏବଂ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କିନ୍ତୁ ଏହାର ପ୍ରଭାବ ଅଧିକ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ରାଜ୍ୟରେ କାଁ-ଭାଁ ସ୍ଥାନରେ ବର୍ଷା ରହିବ। ଆଜି ବିଶେଷକରି, ବାଲେଶ୍ଵର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି, ଆସନ୍ତାକାଲି ଉତ୍ତର ଓ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ବର୍ଷ
Oct 5,2024, 20:00 PM IST
alt
ଆଜି ଉତ୍ତର ଓଡ଼଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତର ତୀବ୍ରତା ଅଧିକ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼କୁ ଅରଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଉତ୍ତର ଉପକୂଳରେ ଥିବା ଧାମରା ଏବଂ ପାରାଦୀପ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କାଲିଠୁ ବର୍ଷା କମିବା ସହ ଗରମ ଗୁଳୁଗୁଳି ଆରମ୍ଭ ହେବ ।
Sep 16,2024, 14:39 PM IST
alt
ଏବେଠୁ କଲବଲ କଲାଣି ତାତି। ମଙ୍ଗଳବାରଠୁ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । କାଲିଠୁ ରାଜ୍ୟରେ ବଦଳିବ ପାଗ । ଶୁଖିଲା ପାଗ ସହ ମେଘମୁକ୍ତ ଆକାଶ ପାଇଁ ବଢିବ ତାତି। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ହେବ ଅସମ୍ଭାଳ । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି ।ଉପକୂଳ ଓଡ଼ିଶାରେ ତାତି ସହ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ରାଜଧାନୀ ଭୁବନେଶ୍ବର ସମେତ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳରେ ଗ୍ରୀଷ୍ମପ୍ରବାହ ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଭାଗ।
Mar 11,2024, 17:13 PM IST
alt
ଖସୁଛି ପାରଦ ଥରୁଛି ଉତ୍ତର ଆଭ୍ୟନ୍ତର ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଓ ଥଣ୍ଡା ବାୟୁ ଯାହାର ପ୍ରଭାବରେ ରାତିରେ ପାରଦ ଖସୁଛି। ଝାରସୁଗୁଡ଼ାରେ 9.1 ଡିଗ୍ରୀ , ସୁନ୍ଦରଗଡ଼ ରେ 9.2 ଡିଗ୍ରୀ ରାଉରକେଲା ରେ 9.9 ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା
Feb 9,2024, 16:39 PM IST

Trending news