Advertisement

Puri SP

alt
ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ ଥିବା ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପୁରୀ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା। ମାତ୍ର ଏକମାସ ମଧ୍ୟରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ଏକମାସରୁ ଦେଢମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ ପିପିଲି ସବଡିଭିଜନରେ ୩୫ଜଣ, ନିମାପଡା ସବଡିଭିଜନରେ ୫୫ଜଣ,ସଦର ସବଡିଭିଜନରେ ୨୮ ଓ ପୁରୀ ସିଟି ସବଡିଭିଜନରେ ୨୭ଜଣଙ୍କୁ ପରିବାର ଜିମା ଦିଆଯାଇଛି। ଯେଉଁ ମାନଙ୍କର ବୟସ ୧୭ବର୍ଷରୁ କମ ନାବାଳକ ଓ ନାବାଳିକା ମାନେ ନିଖୋଜ ଥିଲେ କିମ୍ବା ଘରଛାଡି ପଳାଇଥିଲେ ସେନେଇ ଥାନାରେ ରିପୋର୍ଟ ହୋଇଥିଲା।
Apr 5,2024, 13:00 PM IST

Trending news