Advertisement

Facility

alt
President Droupadi Murmu: ରାଷ୍ଟ୍ରପତିଙ୍କ ଦରମା ମାସକୁ ୫ ଲକ୍ଷ ଟଙ୍କା ରହିଛି। ୨୦୧୬ରେ ଏହା ଦେଢ ଲକ୍ଷରୁ ପ୍ରାୟ ୨୦୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହିପରି ରାଷ୍ଟ୍ରପତି ଅବସର ନେବା ପରେ ତାଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ପେନସନ ମିଳିବ। ସେହିପରି ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ମାସିକ ୩୦ ହଜାର ଟଙ୍କାର ପେନସନ ରାଶି ସରକାର ଯୋଗାଇ ଦେବେ। ରାଷ୍ଟ୍ରପତିଙ୍କୁ ଜୀବନବ୍ୟାପୀ ମାଗଣା ଚିକିତ୍ସା ସେବା ଓ ରହିବା ପାଇଁ ଘର ଯୋଗାଇ ଦେବେ। ସେହିପରି ରାଷ୍ଟ୍ରପତିଙ୍କ ଆବାସିକ କାର୍ଯ୍ୟାଳୟ ପାଇଁ ମାସିକ ଏକ ଲକ୍ଷ ଟଙ୍କା ମିଳିବ। ସେହିପରି ରାଷ୍ଟ୍ରପତିଭବନ ରାଷ୍ଟ୍ରପତି ଆଧିକାରିକ ନିବାସ। ଏହି ବଙ୍ଗଳାରେ ୩୪୦ ବଖରା ରହିଛି। ଏହି ବଙ୍ଗଳା ଟି ପ୍ରାୟ ୨ ଲକ୍ଷ ବର୍ଗଫୁଟର ବୋଲି ଜଣାପଡ଼ିଛି।  ସେହିପରି ରାଷ୍ଟ୍ରପତିଙ୍କର ଆଉ ଦୁଇଟି ଆଧିକାରିକ ଆବାସ ରହିଛି। ଗୋଟିଏ  ସିମଳାରେ ଏବଂ ଅନ୍ୟଟି ହାଇଦ୍ରାବାଦରେ ରହିଛି। ଯେଉଁଠାକୁ ସେ ଭ୍ରମଣରେ ଯାଇପାରିବେ। 
Jul 22,2022, 17:14 PM IST

Trending news