President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ ୨୦୦ ପ୍ରତିଶତ ଅଧିକ ଦରମା !
Advertisement

President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ ୨୦୦ ପ୍ରତିଶତ ଅଧିକ ଦରମା !

President Droupadi Murmu: ରାଷ୍ଟ୍ରପତିଙ୍କ ଦରମା ମାସକୁ ୫ ଲକ୍ଷ ଟଙ୍କା ରହିଛି। ୨୦୧୬ରେ ଏହା ଦେଢ ଲକ୍ଷରୁ ପ୍ରାୟ ୨୦୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହିପରି ରାଷ୍ଟ୍ରପତି ଅବସର ନେବା ପରେ ତାଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ପେନସନ ମିଳିବ। ସେହିପରି ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ମାସିକ ୩୦ ହଜାର ଟଙ୍କାର ପେନସନ ରାଶି ସରକାର ଯୋଗାଇ ଦେବେ। ରାଷ୍ଟ୍ରପତିଙ୍କୁ ଜୀବନବ୍ୟାପୀ ମାଗଣା ଚିକିତ୍ସା ସେବା ଓ ରହିବା ପାଇଁ ଘର ଯୋଗାଇ ଦେବେ। ସେହିପରି ରାଷ୍ଟ୍ରପତିଙ୍କ ଆବାସିକ କାର୍ଯ୍ୟାଳୟ ପାଇଁ ମାସିକ ଏକ ଲକ୍ଷ ଟଙ୍କା ମିଳିବ। ସେହିପରି ରାଷ୍ଟ୍ରପତିଭବନ ରାଷ୍ଟ୍ରପତି ଆଧିକାରିକ ନିବାସ। ଏହି ବଙ୍ଗଳାରେ ୩୪୦ ବଖରା ରହିଛି। ଏହି ବଙ୍ଗଳା ଟି ପ୍ରାୟ ୨ ଲକ୍ଷ ବର୍ଗଫୁଟର ବୋଲି ଜଣାପଡ଼ିଛି। 
ସେହିପରି ରାଷ୍ଟ୍ରପତିଙ୍କର ଆଉ ଦୁଇଟି ଆଧିକାରିକ ଆବାସ ରହିଛି। ଗୋଟିଏ  ସିମଳାରେ ଏବଂ ଅନ୍ୟଟି ହାଇଦ୍ରାବାଦରେ ରହିଛି। ଯେଉଁଠାକୁ ସେ ଭ୍ରମଣରେ ଯାଇପାରିବେ। 

President Droupadi Murmu: ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ମିଳିବ ୨୦୦ ପ୍ରତିଶତ ଅଧିକ ଦରମା !

President Droupadi Murmu: ନୂଆଦିଲ୍ଲୀ: ଗୁରୁବାର ଦିନ ଦ୍ରୌପଦୀ ମୁର୍ମୁ (Droupadi Murmu) ବିରୋଧୀ ଦଳର ଯଶୱନ୍ତ ସିହ୍ନାଙ୍କୁ (Jaswant Sinha) ପରାସ୍ତ କରି ଭାରତର ପଞ୍ଚଦଶ ରାଷ୍ଟ୍ରପତି (President) ଭାବରେ ନିର୍ବାଚିତ ହୋଇଛନ୍ତି। ମୁର୍ମୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି (Tribal President) ତଥା ଭାରତ (India) ଇତିହାସରେ (history) ସବୁଠାରୁ କନିଷ୍ଠ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଜୁଲାଇ ୨୫ରେ ଶପଥ ଗ୍ରହଣ କରିବେ। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ (Ramnath Kobind) କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ଖବର ଅନୁଯାୟୀ, ସେ ୧୨ ଜନପଥରେ ରହିବେ। ତେବେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (Droupadi Murmu) ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅନେକ ଗୁଡ଼ିଏ ସୁବିଧା ସୁଯୋଗ ଯୋଗାଇ ଦେବେ। ପୂର୍ବତନ ରାଷ୍ଟ୍ରପତିଙ୍କ ଅପେକ୍ଷା ଦ୍ରୌପଦୀ ମୁର୍ମୁଙ୍କୁ ୨୦୦ ପ୍ରତିଶତ ଅଧିକ ଦରମା ଦିଆଯିବ। ତୁଳନା ଅନୁଯାୟୀ ପାଖାପାଖି ୫ ଲକ୍ଷ ଟଙ୍କା ଦରମା ପାଇବେ ଦ୍ରୌପଦୀ ମୁର୍ମୁ। 

ମିଳିବାକୁ ଥିବା ସୁବିଧା ମଧ୍ୟରେ ରାଷ୍ଟ୍ରପତିଙ୍କ ଦରମା ମାସକୁ ୫ ଲକ୍ଷ ଟଙ୍କା ରହିଛି। ୨୦୧୬ରେ ଏହା ଦେଢ ଲକ୍ଷରୁ ପ୍ରାୟ ୨୦୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହିପରି ରାଷ୍ଟ୍ରପତି ଅବସର ନେବା ପରେ ତାଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ପେନସନ ମିଳିବ। ସେହିପରି ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ମାସିକ ୩୦ ହଜାର ଟଙ୍କାର ପେନସନ ରାଶି ସରକାର ଯୋଗାଇ ଦେବେ। ରାଷ୍ଟ୍ରପତିଙ୍କୁ ଜୀବନବ୍ୟାପୀ ମାଗଣା ଚିକିତ୍ସା ସେବା ଓ ରହିବା ପାଇଁ ଘର ଯୋଗାଇ ଦେବେ। ସେହିପରି ରାଷ୍ଟ୍ରପତିଙ୍କ ଆବାସିକ କାର୍ଯ୍ୟାଳୟ ପାଇଁ ମାସିକ ଏକ ଲକ୍ଷ ଟଙ୍କା ମିଳିବ। ସେହିପରି ରାଷ୍ଟ୍ରପତିଭବନ ରାଷ୍ଟ୍ରପତି ଆଧିକାରିକ ନିବାସ। ଏହି ବଙ୍ଗଳାରେ ୩୪୦ ବଖରା ରହିଛି। ଏହି ବଙ୍ଗଳା ଟି ପ୍ରାୟ ୨ ଲକ୍ଷ ବର୍ଗଫୁଟର ବୋଲି ଜଣାପଡ଼ିଛି। 
ସେହିପରି ରାଷ୍ଟ୍ରପତିଙ୍କର ଆଉ ଦୁଇଟି ଆଧିକାରିକ ଆବାସ ରହିଛି। ଗୋଟିଏ  ସିମଳାରେ ଏବଂ ଅନ୍ୟଟି ହାଇଦ୍ରାବାଦରେ ରହିଛି। ଯେଉଁଠାକୁ ସେ ଭ୍ରମଣରେ ଯାଇପାରିବେ। 

ସମଗ୍ର ବିଶ୍ୱରେ ଭ୍ରମଣ ପାଇଁ ରାଷ୍ଟ୍ରପତିଙ୍କୁ ବିମାନ ଓ ଟ୍ରେନରେ ମାଗଣା ଯାତ୍ରା କରିବାର ସୁବିଧା ଯୋଗାଇ ଦିଆଯାଏ। ରାଷ୍ଟ୍ରପତି ଏକ କଷ୍ଟମ୍-ନିର୍ମିତ କଳା ମର୍ସିଡିଜ୍ ବେଞ୍ଜ୍ S600 (W221) ପୁଲମାନ ଗାର୍ଡ ପାଆନ୍ତି | ରାଷ୍ଟ୍ରପତିଙ୍କ ସରକାରୀ ପରିଦର୍ଶନ ପାଇଁ ଏକ ଭାରୀ ସଞ୍ଜିତ ଲିମୋଜାଇନ୍ ମଧ୍ୟ ସଂରକ୍ଷିତ। ସୁରକ୍ଷା ଦୃଷ୍ଟିରୁ ଭାରତ ରାଷ୍ଟ୍ରପତିଙ୍କ କାରଗୁଡିକର ସବିଶେଷ ତଥ୍ୟ କେବେ ବି ପ୍ରକାଶ କରାଯାଇ ନାହିଁ। ଏଥିସହ, ଏହି କାରଗୁଡିକରେ ଲାଇସେନ୍ସ ପ୍ଲେଟ୍ ନାହିଁ ଏବଂ ଜାତୀୟ ପ୍ରତୀକ ପ୍ରଦର୍ଶନ କରାଯାଇଛି ।