Garlic Eating Male:ଅଧିକ ରଶୁଣ ଖାଉଥିବା ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ମହିଳା କିନ୍ତୁ କାହିଁଙ୍କି ?
Advertisement
Article Detail0/zeeodisha/odisha2156837

Garlic Eating Male:ଅଧିକ ରଶୁଣ ଖାଉଥିବା ପୁରୁଷଙ୍କ ପ୍ରତି ଆକର୍ଷିତ ହୁଅନ୍ତି ମହିଳା କିନ୍ତୁ କାହିଁଙ୍କି ?

ଏକ ଗବେଷଣା ଅନୁସାରେ ଅଧିକ ରସୁଣ ଖାଉଥିବା ପୁରୁଷଙ୍କ ଶରୀରର ଗନ୍ଧ ଦ୍ୱାରା ମହିଳାମାନେ ଅଧିକ ଆକର୍ଷିତ ହୁଅନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟଜନକ ମନେ ହୋଇପାରେ ଯେ ରସୁଣର ପ୍ରବଳ ଗନ୍ଧ ମଧ୍ୟ କେବେ କାହାକୁ  ଆକର୍ଷିତ କରିପାରେ । କିନ୍ତୁ ଗବେଷଣା ରିପୋର୍ଟ୍ ଏହାହିଁ କହୁଛି ।

SOCIAL MEDIA

Garlic Eating Male: ଏକ ଗବେଷଣା ଅନୁସାରେ ଅଧିକ ରସୁଣ ଖାଉଥିବା ପୁରୁଷଙ୍କ ଶରୀରର ଗନ୍ଧ ଦ୍ୱାରା ମହିଳାମାନେ ଅଧିକ ଆକର୍ଷିତ ହୁଅନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟଜନକ ମନେ ହୋଇପାରେ ଯେ ରସୁଣର ପ୍ରବଳ ଗନ୍ଧ ମଧ୍ୟ କେବେ କାହାକୁ  ଆକର୍ଷିତ କରିପାରେ । କିନ୍ତୁ ଗବେଷଣା ରିପୋର୍ଟ୍ ଏହାହିଁ କହୁଛି । ଏକ ରିପୋର୍ଟ ଅନୁଯାୟୀ ସ୍କଟଲ୍ୟାଣ୍ଡର ଷ୍ଟର୍ଲିଂ ୟୁନିଭରସିଟିରେ  ୪୨ ଜଣ ବ୍ୟକ୍ତିଙ୍କୁ କଞ୍ଚା ରସୁଣ, ରସୁଣ କ୍ୟାପସୁଲ କିମ୍ବା ରସୁଣ ଖାଇବାକୁ କୁହାଯାଇଥିଲା।  ବିଶ୍ୱବିଦ୍ୟାଳୟ ପକ୍ଷରୁ  ୮୨ ଜଣ ମହିଳାଙ୍କୁ ସେମାନଙ୍କ ଶରୀରର ଗନ୍ଧର ନମୁନା ଦିଆଯାଇଥିଲା ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଯେଉଁ ପୁରୁଷମାନେ ୧୨ ଗ୍ରାମ ରସୁଣ ଖାଇଥିଲେ,ସେମାନଙ୍କ ଶରିର ଗନ୍ଧ ରସୁଣ ନଖାଇଥିବା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ଆକର୍ଷିତ କରିଥିଲା । ଯେଉଁଥିରୁ ଗବେଷକ ଏହି ନିଷ୍କର୍ଷରେ ପହଂଚିଥିଲେ ଯେ,ରସୁଣ ଖାଉଥିବା ପୁରୁଷଙ୍କ ଗନ୍ଧ ମହିଳାଙ୍କୁ ଅଧିକ ଆକର୍ଷକ ଲାଗିଥାଏ ।

କଞ୍ଚା ରସୁଣ, ରସୁଣ କ୍ୟାପସୁଲ ଖୁଆଇ ପରୀକ୍ଷା

ଲଣ୍ଡନରୁ ପ୍ରକାଶିତ ଦି ଟେଲିଗ୍ରାଫ୍ ଅନୁଯାୟୀ, ଷ୍ଟରଲିଂ ୟୁନିଭରସିଟି ଏବଂ ପ୍ରାଗର ଚାର୍ଲ୍ସ ୟୁନିଭରସିଟିର ଏକ ଅନୁସନ୍ଧାନକାରୀ ଦଳ “୪୨ ଜଣଙ୍କୁ ବିକଳ୍ପ ଭାବରେ କଞ୍ଚା ରସୁଣ, ରସୁଣ କ୍ୟାପସୁଲ କିମ୍ବା ରସୁଣ ଖାଇବାକୁ କହିଥିଲେ। ଏହା ପରେ, ସେମାନଙ୍କ ଶରୀରର ଦୁର୍ଗନ୍ଧ ସଂଗ୍ରହ କରିବାକୁ ୧୨ ଘଣ୍ଟା ଧରି ସେମାନଙ୍କ ବାହୁ ତଳେ ଏକ ସ୍ୱତନ୍ତ୍ର ପ୍ୟାଡ୍ ପିନ୍ଧିବାକୁ କୁହାଯାଇଥିଲା । ଏହା ପରେ ମହିଳାମାନଙ୍କୁ ଗନ୍ଧର ନମୁନାଗୁଡିକର ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା । ପୌରୁଷ ଓ ଭଲ ଲାଗିବା ଆଧାରରେ ସେମାନଙ୍କୁ ମୂଲ୍ୟାଙ୍କନ କରିବାକୁ କୁହାଯାଇଥିଲା । ମହିଳାମାନଙ୍କୁ ଅନେକ ଧରଣ ଗନ୍ଧର ନମୂନା ଦିଆଯାଇଥିଲା,ସେମାନଙ୍କୁ ସେହି ଗନ୍ଧ ଅଧିକ ଆକର୍ଷକ ଓ ପୌରୁଷପୂର୍ଣ୍ଣ ଲାଗିଥିଲା ଯେଉଁମାନେ ଅଧିକ ରସୁଣ ଖାଇଥିଲେ । ଏହି ଗନ୍ଧ ତୀବ୍ର ଓ ନିଜ ଆଡକୁ ଆକର୍ଷିତ କରିବା ଭଳି ଥିଲା ।

ଶକ୍ତିଶାଳୀ ରସୁଣ ଗନ୍ଧ ଥିବା ନମୁନା ଅଧିକ ପୌରୁଷବିଶିଷ୍ଟ ଲାଗିଥିଲା

ଅନୁସନ୍ଧାନରୁ ଏହା ଜଣା ପଡିଥିଲା ଯେ, ମହିଳାଙ୍କୁ ସେହି ପୁରୁଷମାନେ ଅଧିକ ଆକର୍ଷକ ଲାଗିଥିଲେ ଯେଉଁମାନେ ରସୁଣ ଅଧିକ ଖାଇଥିଲେ । ମହିଳାମାନେ ରସୁଣର ତୀବ୍ର ସୁଗନ୍ଧ ବିଶିଷ୍ଟ ନମୂନାକୁ ଅଧିକ ପୌରୂଷପୂର୍ଣ୍ଣ ଲାଗିଥିଲା । ଯାହାକୁ ମହିଳା ଅଧିକ ପସନ୍ଦ କରିଥିଲେ ।

ଗବେଷକମାନେ ଆପେଟାଇଟ୍ ଜର୍ଣ୍ଣାଲରେ  ଉଲ୍ଲେଖ କରିଛନ୍ତି ଯେ, “ଆମର ଫଳାଫଳ ସୂଚିତ କରେ ଯେ ରସୁଣ ବ୍ୟବହାର ଦ୍ୱାରା ଶରୀରର ଗନ୍ଧର ସୁଖଦାୟକତା (ଆନନ୍ଦ) ଉପରେ ସକାରାତ୍ମକ ପ୍ରଭାବ ପଡ଼ିପାରେ । ହୁଏତ ଏହାର କାରଣ ଉତ୍ତମ ସ୍ୱାସ୍ଥ୍ୟ ପ୍ରଭାବ ହୋଇପାରେ । କାରଣ ରସୁଣରେ କେବଳ ଆଣ୍ଟିଅକ୍ସିଡାଣ୍ଟ ଗୁଣ ନଥାଏ ବରଂ ଏହା ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । କାହିଁକିନା ଏହା କ୍ଷତିକାରକ ଜୀବାଣୁକୁ ମାରିଦିଏ ।

ଖାଦ୍ୟ ବିପରୀତ ଲିଙ୍ଗ ଆକର୍ଷଣକୁ ପ୍ରଭାବିତ କରେ

ଏହାକୁ ଆଧାର କରି ଅନୁସନ୍ଧାନକାରୀମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ, ଆପଣ ଯାହା ଖାଉଛନ୍ତି ତାହା ମଧ୍ୟ ଆପଣଙ୍କ ପ୍ରତି ବିପରୀତ ଲିଙ୍ଗର ଆକର୍ଷଣକୁ ପ୍ରଭାବିତ କରିଥାଏ। ଆପଣଙ୍କ ଶରୀରରୁ ଆସୁଥିବା ଭିନ୍ନ ସୁଗନ୍ଧ ଦ୍ୱାରା ବିପରୀତ ଲିଙ୍ଗ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ବୈଜ୍ଞାନିକମାନେ ମଧ୍ୟ ଦୀର୍ଘ ଦିନ ଧରି ପଶୁଙ୍କ ଉପରେ ଅନୁସନ୍ଧାନ କରି ଏହା ଜାଣିବାକୁ ପାଇଛନ୍ତି । ମାଇ ସଲାମାଣ୍ଡର ମାଛ ସେହି ପୁରୁଷ ମାଛଙ୍କ ପ୍ରତି ଅଧିକ ଆକୃଷ୍ଠ ହୋଇଥାନ୍ତି ଯେଉଁମାନେ ଅଧିକ ପୃଷ୍ଟିକର ଖାଦ୍ୟ ଖାଇଥାନ୍ତି । ଏହା ମଣିଷମାନଙ୍କ କ୍ଷେତ୍ରରେ ମଧ୍ୟ କିଛି ପରିମାଣରେ ପ୍ରଯୁଜ୍ୟ ବୋଲି ବିଶେଷଜ୍ଞଙ୍କ ମତ ।