ଲ୍ୟାଣ୍ଡିଂ ସମୟରେ କ୍ରାଶ ହେଲା ହେଲିକପ୍ଟର, ଏହି ନେତାଙ୍କୁ ନେବାକୁ ଯାଉଥିଲା
Advertisement
Article Detail0/zeeodisha/odisha2233118

ଲ୍ୟାଣ୍ଡିଂ ସମୟରେ କ୍ରାଶ ହେଲା ହେଲିକପ୍ଟର, ଏହି ନେତାଙ୍କୁ ନେବାକୁ ଯାଉଥିଲା

Helicopter crashes: ଆଜି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଶିବସେନା ନେତା ସୁଷମା ଅନ୍ଧାରେ । ସେ ଏକ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ହେଲିକପ୍ଟରରେ ଯିବା ପାଇଁ ଅପେକ୍ଷା କରିଥିବା ସମୟରେ ସକାଳ ପ୍ରାୟ ୯ଟା ୨୦ ମିନିଟ ସମୟରେ ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାଶ୍ ହୋଇଯାଇଥିଲା । ତାଙ୍କ ସାମ୍ନାରେ ଏହି ପୂରା ଘଟଣାଟି ଘଟିଥିଲା ଯାହାକୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଥିଲେ । ହେଲିକପ୍ଟର କ୍ରାଶ ହେବା ପରେ ସେ ସଡ଼କପଥରେ ହିଁ ଯାତ୍ରା କରିଥିଲେ ।

ସୂଚନା ମୁତାବକ, ରାଇଗଡ଼ ବଶିରଭାଇ ଚିନଚକର ଗ୍ରାଉଣ୍ଡ ନିକଟରେ ହେଲିକପ୍ଟରକୁ ଅପେକ୍ଷା କରିଥିଲେ ଶିବସେନା ଉପନେତା ସୁଷମା ଅନ୍ଧାରେ । ତାଙ୍କୁ ଆଣିବା ପାଇଁ ପୁଣେରୁ ଏକ ହେଲିକପ୍ଟର ଚିନଚକର ଗ୍ରାଉଣ୍ଡ ନିକଟରେ ପହଞ୍ଚିଥିଲା । ସେଠାରୁ ମାହାଦର ଶିବାଜୀ ଚୌକକୁ ଯାଇଥାନ୍ତେ ସୁଷମା । କିନ୍ତୁ ଦୁର୍ଭାଗ୍ୟବଶତଃ ଲ୍ୟାଣ୍ଡିଂର ଠିକ୍ କିଛି ସମୟ ପୂର୍ବରୁ ହେଲିକପ୍ଟରରେ ଯାନ୍ତ୍ରିକ ତୃଟି ଦେଖାଯାଇଥିଲା । ଫଳରେ ନିୟନ୍ତ୍ରଣ ହରାଇ ତଳେ ଖସିପଡି ମାଡ ହୋଇଥିଲା । କିନ୍ତୁ ସୌଭାଗ୍ୟର ବିଷୟ ହେଲିକପ୍ଟର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଚାଳକ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଏବଂ ଆମ୍ୱୁସାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲିକପ୍ଟର କିପରି ପରିସ୍ଥିତିରେ ଦୁର୍ଘଟଣାର ସମ୍ମୁଖିନ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Also Read- ବଲାଙ୍ଗିର ଖର୍ଲିକାନୀ ରାସ୍ତାକଡରୁ ଶିଶୁକନ୍ୟା ଉଦ୍ଧାର

Also Read- Heat Wave: ପୁଣି ବଢିଲା ତାତି, ୪୨ ଡିଗ୍ରୀ ଉପରେ ସମ୍ୱଲପୁର ଓ ଝାରସୁଗୁଡା