Makara Sankranti:ମକର ସଂକ୍ରାନ୍ତିରେ କାହିଁକି ଗୁଡ଼ି ଉଡାନ୍ତି ହିନ୍ଦୁ,ଭଗବାନ ରାମଙ୍କ ସହିତ ଗୁଡ଼ିର ସମ୍ପର୍କ କଣ
Advertisement

Makara Sankranti:ମକର ସଂକ୍ରାନ୍ତିରେ କାହିଁକି ଗୁଡ଼ି ଉଡାନ୍ତି ହିନ୍ଦୁ,ଭଗବାନ ରାମଙ୍କ ସହିତ ଗୁଡ଼ିର ସମ୍ପର୍କ କଣ

ପୌଷ ମାସ ଶୁକ୍ଳପକ୍ଷ ଦ୍ୱାଦଶ ତିଥିରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ । ଏହି ଦିନ ପୂଜା ଓ ସ୍ନାନର ବହୁତ ମହତ୍ତ୍ୱ ରହିଛି ବୋଲି ବିବେଚନା କରାଯାଏ । ତେଣୁ ଏହି ଦିନ ଯେତେ ଥଣ୍ଡା ହେଉ ନା କାହିଁକି ଭକ୍ତମାନେ ପବିତ୍ର ନଦୀରେ ସ୍ନାନ କରୁଥିବା ଦେଖିବାକୁ ମିଳିବ। ଏହା ସହିତ ଏହି ଦିନ ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ ମଧ୍ୟ କରିଥ

SOCIAL MEDIA

Makara Sankranti:

ପୌଷ ମାସ ଶୁକ୍ଳପକ୍ଷ ଦ୍ୱାଦଶ ତିଥିରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ । ଏହି ଦିନ ପୂଜା ଓ ସ୍ନାନର ବହୁତ ମହତ୍ତ୍ୱ ରହିଛି ବୋଲି ବିବେଚନା କରାଯାଏ । ତେଣୁ ଏହି ଦିନ ଯେତେ ଥଣ୍ଡା ହେଉ ନା କାହିଁକି ଭକ୍ତମାନେ ପବିତ୍ର ନଦୀରେ ସ୍ନାନ କରୁଥିବା ଦେଖିବାକୁ ମିଳିବ। ଏହା ସହିତ ଏହି ଦିନ ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ ମଧ୍ୟ କରିଥାନ୍ତି ।

ମକର ସଂକ୍ରାନ୍ତି ପର୍ବରେ ଆକାଶରେ ଉଡ଼ୁଥିବା ରଙ୍ଗୀନ ଗୁଡ଼ି ଏହି ପର୍ବକୁ ଆକର୍ଷଣୀୟ କରିଥାଏ। ମକର ସଂକ୍ରାନ୍ତିକୁ ଅନେକ ସ୍ଥାନରେ ଗୁଡ଼ି  ପର୍ବ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଆକାଶରେ ସବୁଠି ରଙ୍ଗୀନ ଗୁଡ଼ି ଉଡ଼ୁଥିବା ଦେଖିବାକୁ ମିଳିଥାଏ।

ଏହିପରି ଆରମ୍ଭ ହେଲା ଗୁଡ଼ି ଉଡ଼ାଇବାର ପରମ୍ପରା

ଧାର୍ମିକ ବିଶ୍ୱାସ ଅନୁସାରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ଭଗବାନ ରାମଙ୍କ ସହ ଜଡିତ । ବିଶ୍ୱାସ କରାଯାଏ ଯେ ଏହି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ଭଗବାନ ରାମଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଭଗବାନ ଶ୍ରୀରାମଙ୍କ ଗୁଡ଼ି ଉଡ଼ିକରି  ଇନ୍ଦ୍ରଲୋକରେ ପହଞ୍ଚିଥିଲା। ସେବେଠାରୁ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ଆରମ୍ଭ ବୋଲି ବିବେଚନା କରାଯାଏ।

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଶୀତ ଋତୁରେ ମକର ସଂକ୍ରାନ୍ତି ପର୍ବ ଆସିଥାଏ । ଏହି ଦିନ ଖୋଲା ଆକାଶ ତଳେ ଗୁଡ଼ି ଉଡ଼ାଇବା ଦ୍ୱାରା ଶୀତଦିନେ ସୂର୍ଯ୍ୟକିରଣରୁ ଥଣ୍ଡାରୁ ମୁକ୍ତି ମିଳିଥାଏ। ଏହା ସହ ସୂର୍ଯ୍ୟକିରଣରୁ ଭିଟାମିନ୍ ଡି ମଧ୍ୟ ମିଳିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ସୂର୍ଯ୍ୟକିରଣ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

ଗୁଡ଼ି ଖୁସି ଓ ପ୍ରେମର ବାର୍ତ୍ତା ଦେଇଥାଏ

ଗୁଡ଼ି ଖୁସୀ, ପ୍ରେମ ଓ ସଦଭାବର ବାର୍ତ୍ତା ଦେଇଥାଏ ବୋଲି  ମଧ୍ୟ ବିବେଚନା କରାଯାଏ । ଏହି ଦିନ ଲୋକମାନେ ଖୋଲା ଆକାଶ ତଳେ ଏକାଠି ହୋଇ ସାମୂହିକ ଭାବେ ଗୁଡ଼ି ଉଡ଼ାଇଥାନ୍ତି, ଯାହା ପାରସ୍ପରିକ ଭାଇଚାରାକୁ ମଧ୍ୟ ବଢ଼ାଇଥାଏ।