Daily Bath: ପ୍ରତିଦିନ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ?
Advertisement
Article Detail0/zeeodisha/odisha1997455

Daily Bath: ପ୍ରତିଦିନ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ?

  ଭାରତରେ ଲୋକ ପ୍ରତ୍ୟେକ ଦିନ ଗାଧୋଇବା ଉପରେ ଗୁରୁତ୍ବ ଦିଅନ୍ତି । ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ଲୋକ ଗାଧୋଇବାକୁ ପଛାନ୍ତି ନାହିଁ । ଏହା ଆମ ମାନଙ୍କ ଅଭ୍ୟାସ ଏବଂ ଏହାକୁ ଶୁଦ୍ଧତା ବୋଲି କହି ଭାରତୀୟ ପରମ୍ପରା ସହ ଯୋଡ଼ି ଦିଆଯାଇଛି । ସ୍ନାନ ଆମ ସଂସ୍କୃତିରେ ପବିତ୍ର କାମ । କିନ୍ତୁ ଯଦି ଆପଣଙ୍କୁ କେହି କୁହେ କି ପ୍ରତ୍ୟେକ ଦିନ ଗା

SOCIAL MEDIA

Daily Bath: 

ଭାରତରେ ଲୋକ ପ୍ରତ୍ୟେକ ଦିନ ଗାଧୋଇବା ଉପରେ ଗୁରୁତ୍ବ ଦିଅନ୍ତି । ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ଲୋକ ଗାଧୋଇବାକୁ ପଛାନ୍ତି ନାହିଁ । ଏହା ଆମ ମାନଙ୍କ ଅଭ୍ୟାସ ଏବଂ ଏହାକୁ ଶୁଦ୍ଧତା ବୋଲି କହି ଭାରତୀୟ ପରମ୍ପରା ସହ ଯୋଡ଼ି ଦିଆଯାଇଛି । ସ୍ନାନ ଆମ ସଂସ୍କୃତିରେ ପବିତ୍ର କାମ । କିନ୍ତୁ ଯଦି ଆପଣଙ୍କୁ କେହି କୁହେ କି ପ୍ରତ୍ୟେକ ଦିନ ଗାଧୋଇବା ଭଲ ନୁହେଁ ତାହେଲେ ଆପଣ କଣ ଉତ୍ତର ଦେବେ ? କିନ୍ତୁ ବିଜ୍ଞାନ କଣ କୁହେ, ଆସନ୍ତୁ ଜାଣିବା ।

ଦୁନିଆରେ ସବୁଠୁ ଅଧିକ ଭାରତୀୟ ମାନେ ଗାଧୋଇଥାନ୍ତି । ଧାର୍ମିକ ବିଶ୍ବାସ କାରଣରୁ ଭାରତୀୟ ମାନେ ଅଧିକ ଗାଧୋଇଥାନ୍ତି । କାରଣ ଆମ ମାନଙ୍କର ବିଶ୍ବାସ ଯେ ଗାଧୋଇବା ଦ୍ବାରା ମନ, ଆତ୍ମା ସହ ଶରୀର ମଧ୍ୟ ପବିତ୍ର ହୁଏ । କାରଣ ପ୍ରତ୍ୟେକ ଦିନ ପୂଜାପାଠ କରିବାକୁ ହେଲେ ଗାଧୋଇବା ଜରୁରୀ । କିନ୍ତୁ ବିଜ୍ଞାନ କିଛି ଭିନ୍ନ ମତ ଦିଏ ।

ବିଜ୍ଞାନ ମତରେ ଯଦି ପ୍ରତ୍ୟେକ ଦିନ ଆପଣ ଗାଧୋଉଛନ୍ତି ତାହେଲେ ନିଜର କ୍ଷତି କରୁଛନ୍ତି । ଏହାସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମୁଛି । ଚର୍ମ ବିଶେଷଜ୍ଞଙ୍କ ମତରେ ଯଦି ଥଣ୍ଡା ସମୟରେ ଆପଣ ପ୍ରତ୍ୟେକ ଦିନ ଗାଧଉ ନାହାଁନ୍ତି ତାହେଲେ ଠିକ୍ କରୁଛନ୍ତି । ଦରକାରଠୁ ଅଧିକ ଗାଧୋଇବା ଦ୍ବାରା ତ୍ବଚାକୁ କ୍ଷତି ପହଂଚିଥାଏ । ଏମିତିରେ ଗରମ ଦିନରେ ଗାଧୋଇବା ପାଇଁ ସମସ୍ତଙ୍କ ଇଚ୍ଛା ହୁଏ କିନ୍ତୁ ଥଣ୍ଡା ଦିନରେ ଗାଧୋଇବା କୌଣସି ପରୀକ୍ଷା ଠାରୁ କମ୍ ନୁହେଁ ।

କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ ଚର୍ମ ସଫା ଆପେ ଆପେ ହେବା ପାଇଁ କିଛି କ୍ଷମତା ରଖେ । ଯଦି ଆପଣ ଜିମ୍ ଯାଉ ନାହାଁନ୍ତି ତାହେଲେ ଝାଳ ଆପଣଙ୍କ ଠାରୁ ବୋହୁ ନଥିବ । ଆଉ ଯଦି ଧୂଳି ମାଟିରେ ରହୁ ନାହାଁନ୍ତି ତାହେଲେ ପ୍ରତ୍ୟେକ ଦିନ ଗାଧୋଇବାର ଆବଶ୍ୟକତା ମଧ୍ୟ ନାହିଁ ।

ଗରମ ପାଣିରେ ଗାଧୋଇବା ଦ୍ବାରା କ୍ଷତି ହୁଏ

 ଯଦି ଥଣ୍ଡା ଦିନରେ ଗରମ ପାଣିରେ ବହୁ ସମୟ ଗାଧଉଛନ୍ତି ତାହେଲେ ଫାଇଦା ହେବା ବଦଳରେ କ୍ଷତି ହୋଇଥାଏ । ଏହାଦ୍ବାରା ଚର୍ମ ରୁଖାସୁଖା(ଡ୍ରାଏ) ହୁଏ । ଏହାଦ୍ବାରା ଶରୀରରୁ ବାହାରୁଥିବା ପ୍ରାକୃତିକ ଅଏଲ କମିଯାଏ । ଏହା ପ୍ରତିରୋଧକ କ୍ଷମତାକୁ ମଧ୍ୟ କମ୍ କରିଥାଏ । ବିଜ୍ଞାନ ମତରେ ଏହି ଅଏଲ ଆପଣଙ୍କୁ ମଶ୍ଚରାଇଡ଼ ଏବଂ ସୁରକ୍ଷିତ ରଖିବାରେ ସହାୟକ ହୋଇଥାଏ ।

ଜର୍ଜ ଓ୍ବାସିଂଟନ ୟୁନିଭରସିଟିର ଆାସିଷ୍ଟାଣ୍ଟ ପ୍ରଫେସରଙ୍କ ମତନୁସାରେ ଗାଧୋଇବା ଦ୍ବାରା ଶରୀରରୁ ପ୍ରାକୃତିକ ତେଲ ବାହାରିଯାଏ । ଫଳରେ ଭଲ ବ୍ୟାକ୍ଟେରିଆ ଗୁଡ଼ିକ ନଷ୍ଟ ହୋଇଯାଆନ୍ତି । ଯେଉଁ ବ୍ୟାକ୍ଟେରିଆ ଶରୀରରେ ଇମ୍ୟୁନୋ ସିଷ୍ଟମକୁ ସପୋର୍ଟ କରନ୍ତି । ସେଥିପାଇଁ ଥଣ୍ଡା ଦିନରେ ସପ୍ତାହରେ ଦୁଇ ଏବଂ ତିନି ଦିନ ଗାଧୋଇବା ଜରୁରୀ ।

ଆମେରିକା ବିଶ୍ବବିଦ୍ୟାଳୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ ଅଧିକ ଗାଧୋଇବା ଦ୍ବାରା ମଣିଷ ଶରୀରରେ ଥିବା ସୁରକ୍ଷାତନ୍ତ୍ରରେ ସମସ୍ୟା ହୁଏ । ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଖାଦ୍ୟ ହଜମ କରିବା ଏବଂ ସେଥିରୁ ଭିଟାମିନ୍ ଓ ଅନ୍ୟ ପୋଷକ ତତ୍ତ୍ବ ଅଲଗା କରିବା କ୍ଷମତା ମଧ୍ୟ ପ୍ରଭାବିତ ହୁଏ । 

ନଖ ଉପରେ ମଧ୍ୟ ପ୍ରଭାବ ପଡ଼େ

ଗରମ ପାଣିରେ ଗାଧୋଇବା ଦ୍ବାରା ନଖର ମଧ୍ୟ କ୍ଷତି ହୁଏ । ଗାଧୋଇବା ସମୟରେ ନଖ ପାଣି ଅବଶୋଷିତ କରେ । ଏହାଦ୍ବାରା ନଖ ନରମ ହୋଇ ଭାଙ୍ଗିଯାଏ । ଏଥିରୁ ମଧ୍ୟ ପ୍ରାକୃତିକ ଅଏଲ୍ କମିଯାଏ ଫଳରେ ନଖ ରୁଖାସୁଖା ହୋଇ ଦୁର୍ବଳ ହୋଇଯାଏ । 

ଗାଧୋଇବାରେ ଭାରତ ସର୍ବ ପ୍ରଥମ

ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗାଧୋଇବାରେ ସାରା ବିଶ୍ବରେ ଭାରତ, ଜାପାନ ଏବଂ ଇଣ୍ଡୋନେସିଆ ଲୋକ ଆଗରେ । କିନ୍ତୁ ପଶ୍ଚିମ ଦେଶ ମାନଙ୍କରେ ଗାଧୋଇବା ଦ୍ବାରା ଖାଲି ପାଣି ନଷ୍ଟ ହୁଏନି ବରଂ ଶାରିରୀକ ଏବଂ ମାନସିକ କ୍ଷେତ୍ରରେ ମଧ୍ୟ କ୍ଷତି ହୁଏ ବୋଲି କୁହାଯାଏ ।

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।