White/Brown sugar: ଧଳା ଚିନି ଓ ମାଟିଆ ଚିନି ମଧ୍ୟରୁ କିଏ ସ୍ୱାସ୍ଥ୍ୟ ପାଇଁ ହିତକର ,ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
Advertisement

White/Brown sugar: ଧଳା ଚିନି ଓ ମାଟିଆ ଚିନି ମଧ୍ୟରୁ କିଏ ସ୍ୱାସ୍ଥ୍ୟ ପାଇଁ ହିତକର ,ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

  ଯେତେବେଳେ ମିଠା ଖାଇବା କଥା ଉଠେ ସେତେବେଳେ ସମସ୍ତ ସ୍ବାସ୍ଥ୍ୟ ପ୍ରତି ଅଦିକ ସଚେତନ ହୁଅନ୍ତି । ସାଧାରଣତଃ ଘରେ ବ୍ୟବହାର କରୁଥିବା ଧଳା ଚିନି ଠାରୁ ବ୍ରାଉନ ଚିନି ଅଧିକ ସ୍ବାସ୍ଥ୍ୟ ଉପଯୋଗୀ ବୋଲି କୁହାଯାଉଛି । ଆସନ୍ତୁ ଜାଣିବା ପୁଷ୍ଟି ବିଜ୍ଞାନୀଙ୍କ ମତାନୁସାରେ କେଉଁଟି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ । ମିଠା ଖାଇବାକୁ

SOCIAL MEDIA

White/Brown sugar: 

ଯେତେବେଳେ ମିଠା ଖାଇବା କଥା ଉଠେ ସେତେବେଳେ ସମସ୍ତ ସ୍ବାସ୍ଥ୍ୟ ପ୍ରତି ଅଦିକ ସଚେତନ ହୁଅନ୍ତି । ସାଧାରଣତଃ ଘରେ ବ୍ୟବହାର କରୁଥିବା ଧଳା ଚିନି ଠାରୁ ବ୍ରାଉନ ଚିନି ଅଧିକ ସ୍ବାସ୍ଥ୍ୟ ଉପଯୋଗୀ ବୋଲି କୁହାଯାଉଛି । ଆସନ୍ତୁ ଜାଣିବା ପୁଷ୍ଟି ବିଜ୍ଞାନୀଙ୍କ ମତାନୁସାରେ କେଉଁଟି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ।

ମିଠା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ମିଠା ବିନା ଉତ୍ସବ ଅଧୁରା । କିନ୍ତୁ ଆଜିକାଲିର ଜୀବନଶୈଳୀ ପାଇଁ ଅଧିକାଂଶ ଲୋକ ମଧୁମେହ ଏବଂ ହୃଦରୋଗର ଶିକାର ହେଉଛନ୍ତି । ବିଶେଷ ଭାବରେ ଯେଉଁମାନେ ମଧୁମେହ ରୋଗୀ ସେମାନଙ୍କୁ ବିଲକୁଲ୍ ମିଠା ଖାଇବା ଉଚିତ୍ ନୁହେଁ । ସାଧାରଣତଃ ଆମ ଘର ମାନଙ୍କରେ ଧଳା ଚିନି ବ୍ୟବହାର କରାଯାଏ । କିନ୍ତୁ ଯେଉଁମାନେ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ସମାନେ ବ୍ରାଉନ ଚିନି ବ୍ୟବହାର କରୁଛନ୍ତି ।

ପୁଷ୍ଟି ବିଜ୍ଞାନୀଙ୍କ ମତରେ ଏହି ଦୁଇ ପ୍ରକାରର ଚିନି ଆଖୁ ରସରୁ ତିଆରି ହୁଏ । କିନ୍ତୁ ଏମାନଙ୍କ ଭିନ୍ନ ଭିନ୍ନ ଗୁଣ ରହିଛି । ଅନେକ ସମୟରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି ହୁଏ ଯେ କେଉଁ ଚିନି ଭଲ । ତେଣୁ ଏହି ସୂଚନା ମାଧ୍ୟମରେ ଆମେ ଆପଣଙ୍କୁ କହିବୁ କେଉଁଠି ସ୍ବାସ୍ଥ୍ୟ ପାଇଁ ଭଲ । ଧଳା ଚିନିକୁ ଆଖୁ ରସରୁ ପାଣି କାଢ଼ି, ଶୁଦ୍ଧ ଶୁକ୍ରୋଜ କ୍ରିଷ୍ଟାଲରେ ତିଆରି କରାଯାଏ । ଧଳା ଚିନି ଅଧିକ ଛଣା ଯାଏ ।

କିନ୍ତୁ ବ୍ରାଉନ ଚିନିକୁ ବିନା ପ୍ରକ୍ରିୟାକରଣରେ ତିଆରି କରାଯାଏ । ଯେଉଁଥିରେ ଶୀରା ଥାଏ । ଫଳରେ ଏହାର ରଙ୍ଗ ବାଦାମ ରଙ୍ଗର ହୁଏ । ବ୍ରାଉନ ଚିନି ମଧ୍ୟ ତିନି ପ୍ରକାରର ଥାଏ । ଗାଢ଼ା ବ୍ରାଉନ ଚିନି,ବିନା ଶୋଧିତ ଚିନି ଓଡ ଡ଼େମେରାରା ଚିନି ।

ଦୁଇଟି ମଧ୍ୟରୁ କେଉଁଟି ଭଲ

ପୁଷ୍ଟି ବିଜ୍ଞାନୀଙ୍କ ମତରେ ଦୁଇଟି ମଧ୍ୟରେ ପୋଷକ ତତ୍ତ୍ବରେ ପାର୍ଥକ୍ୟ ଅଧିକ ନଥାଏ । ଦୁଇ ପ୍ରକାରର ଚିନିରେ କ୍ୟାଲୋରୀ ଅଧିକ ଥାଏ । ଆଉ ଏହି ଦୁଇ ପ୍ରକାରର ଚିନିକୁ ଅଧିକ ମାତ୍ରାରେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ଦୁଇ ପ୍ରକାରର ଚିନିକୁ ଛାଡ଼ି ମିଠା ପାଇଁ ବିକଳ୍ପ ବାଛି ପାରିବେ ।

ପୁଷ୍ଟି ବିଜ୍ଞାନୀଙ୍କ ମତରେ ଏହି ଦୁଇ ଚିନିକୁ ଛାଡ଼ି ସ୍ବାସ୍ଥ୍ୟ ପାଇଁ ଆପଣ ଗୁଡ଼ର ବ୍ୟବହାର କରି ପାରିବେ ଏହା ଅଧିକ ହିତକର ରହିବ । 

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।