Monsoon: ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ, ସୂଚନା ଦେଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2280155

Monsoon: ଏହି ଦିନ ଓଡି଼ଶା ଛୁଇଁବ ମୌମୁମୀ, ସୂଚନା ଦେଲା ପାଣିପାଗ ବିଭାଗ

Monsoon: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ତାତି ପାଇଁ ସକାଳ ୮ଟା ପରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ଯିବା ପାଇଁ ମନ ବଳାଉ ନାହାଁନ୍ତି। ଆଉ ଘରୁ ବାହାରକୁ ଯିବା ସମୟରେ ହାତରେ ପାଣି ବୋତଲ ଓ ଛତା ନବାକୁ ବି ଭୁଲୁ ନାହାଁନ୍ତି । ତେବେ, ଆଜି ମଧ୍ୟ ତାତିର ପ୍ରକୋପ ରାଜ୍ୟରେ ଜାରି ରହିଛି । ସକାଳୁ ସକାଳୁ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡି଼ଛନ୍ତି ରାଜ୍ୟବାସୀ। ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତିକଲା ପରି ଖବର ଦେଇଛି।  

ALSO READ: Weather Update: ଆଜି ବି ପ୍ରବଳ ବର୍ଷିବ ! ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା...

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡି଼ଶା ଛୁଇଁବ ମୌମୁମୀ ବାୟୁ। ସାଧାରଣତଃ ମୌମୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡି଼ଶା ଛୁଇଁଥାଏ। ତେବେ, ଆଇଏମଡିକ ତାଜା ସୂଚନା ମୁତାବକ ଆସନ୍ତା ୮ ତାରିଖ ସୁଧା ମୌମୁମୀ ବାୟୁ ଓଡି଼ଶାରେ ପ୍ରବେଶ କରିବ। ଏବଂ ୬ ତାରିଖରେ  ଦକ୍ଷିଣ ଓଡିଶା  ଓ ସଂଲଗ୍ନ ଜିଲ୍ଲା ଗୁଡିକରେ  କାଳବୌଶାଖି ସହ ଘଣ୍ଟାପ୍ରତି ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ତେବେ, ଆମେ ଏଠାରେ ଆପଣଙ୍କୁ ସୂଚାନ ଦେବାକୁ ଚାହିଁବୁ ଯେ, ଗତକାଲି ରାଜ୍ୟରେ ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଏବଂ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା  ନୂଆପଡା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ବରଗଡ଼।