Weather Update: ବାତ୍ୟା‘ମିଧିଲି’ର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ? ଜାଣନ୍ତୁ କ'ଣ କହୁଛି IMD
Advertisement

Weather Update: ବାତ୍ୟା‘ମିଧିଲି’ର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ? ଜାଣନ୍ତୁ କ'ଣ କହୁଛି IMD

Weather Update: ଶୁକ୍ରବାର ଦିନ ବଙ୍ଗୋପସାଗରରେ (Bay of Bengal) ବାତ୍ୟା ‘ମିଧିଲି’(Cyclone Mithili) ସୃଷ୍ଟି ହୋଇଥିଲା। ବାତ୍ୟା ‘ମିଧିଲି’ ପ୍ରଭାବରେ କିଛି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରିଛି ଆଇଏମଡି (IMD) । ତେବେ, ବାତ୍ୟା ‘ମିଧିଲି’(Cyclone Mithili)ର ପ୍ରଭାବ ଆଜି ଓଡି଼ଶାରେ ଦେଖିବାକୁ ମିଳିପାରେ। 

Weather Update: ବାତ୍ୟା‘ମିଧିଲି’ର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ? ଜାଣନ୍ତୁ କ'ଣ କହୁଛି IMD

Weather Update: ଶୁକ୍ରବାର ଦିନ ବଙ୍ଗୋପସାଗରରେ (Bay of Bengal) ବାତ୍ୟା ‘ମିଧିଲି’(Cyclone Mithili) ସୃଷ୍ଟି ହୋଇଥିଲା। ବାତ୍ୟା ‘ମିଧିଲି’ ପ୍ରଭାବରେ କିଛି ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରିଛି ଆଇଏମଡି (IMD) । ଏନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଡ ଜାରି କରାଯାଇଛି। (ଶୁକ୍ରବାର) ଗତକାଲି ପୂର୍ବ-ଉତ୍ତର ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ରେକର୍ଡ ହୋଇଛି ।  ତେବେ, ବାତ୍ୟା ‘ମିଧିଲି’(Cyclone Mithili)ର ପ୍ରଭାବ ଆଜି ଓଡି଼ଶାରେ ଦେଖିବାକୁ ମିଳିପାରେ। ଏପରିକି, ବାତ୍ୟା ଯୋଗୁଁ ରାଜ୍ୟରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇପାରେ ବୋଲି ଆଶଙ୍କା କରାଯାଉଛି।  

 

Also Read: Rabi Satpathy Passes Away: ଆଉ ନାହାଁନ୍ତି ଯାତ୍ରା କମେଡିଆନ୍ ରବି ଶତପଥୀ

ତେବେ, ଏହି ବାତ୍ୟାରେ ପ୍ରଭାବରେ ପଶ୍ଚିମବଙ୍ଗ, ଓଡି଼ଶା ସମେତ ପୂର୍ବ-ଉତ୍ତର ରାଜ୍ୟ ଗୁଡିକରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ବଡ଼ିବ ନାହିଁ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ତଟୀୟ ଅଞ୍ଚଳ ନାଗାଲାଣ୍ଡ, ମଣିପୁର, ଆସାମ ,ମେଘାଳୟ ତ୍ରିପୁରା ଓ ମିଜୋରାମରେ ଆଜି ପ୍ରବଳ ବର୍ଷା ସହ ପବନର ହେବେ ବୋଲି ସମ୍ଭାବନା ରହିଛି । ସେପଟେ,ବାତ୍ୟାକୁ ନେଇ ବିଭିନ୍ନ ଜିଲ୍ଲାର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଜିରୋ କାଜୁଆଲିଟି ପାଇଁ ଏକ ରକମର ପ୍ରସ୍ତୁତି ଶେଷ ହୋଇଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଶନିବାର ସକାଳେ ସର୍ବାଧିକ ୮୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳରେ ପହଞ୍ଚିବା ପୂର୍ବରୁ ଏହି ଘୂର୍ଣ୍ଣିବଳୟ ସୁନ୍ଦରବନ ଉପରେ ଗତି କରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ (IMD) ।

ସେପଟେ, ଏହି ବାତ୍ୟାର ପ୍ରଭାବ ଓଡି଼ଶା ଉପରେ ନ ଥିବାରୁ, ରାଜ୍ୟରେ ୨୦ ରୁ ୨୨ ତାରିଖ ଯାଏଁ ଉପକୂଳ ଅଞ୍ଚଳ ଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ୨୦ ତାରିଖ ଦିନ ଗଜପତି, ଗଞ୍ଜାମ, ରାୟଗଡ଼ା , ମାଲକାନଗିରି ଓ କୋରାପୁଟ ଅଂଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟପଟେ, ୨୧ ରେ ବି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ। ସେହି ଜିଲ୍ଲା ଗୁଡିକ ହେଲା,  ମାଲକାନଗିରି, କୋରାପୁଟ, ନବରଙ୍ଗପୁର ,କନ୍ଧମାଳ, ପୁରୀ, ଗଞ୍ଜାମ, ଗଜପତି, ଖୋର୍ଧା ଓ ରାୟଗଡ଼ା।  ଏହି ସବୁ ଜିଲ୍ଲା ଗୁଡିକରେ ହାଲୁକା ବର୍ଷାର ସମ୍ଭାବନା ରହିଥିବା କହିଛି ବିଭାଗ।