Weather Update: ବଦଳିବ ପାଗର ମିଜାଜ୍! କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2187971

Weather Update: ବଦଳିବ ପାଗର ମିଜାଜ୍! କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ୪ ଦିନ ଏବେ ଆଭ୍ୟନ୍ତରୀଣ ଓଡି଼ଶାର ପାରଦ ୩୯ରୁ ୪୧ ଡିଗ୍ରୀ  ଓ ଉପକୂଳ ଓଡି଼ଶାରେ  ଦିନ ତାପମାତ୍ରା ୩୭.୩୯ ଡିଗ୍ରୀ ମଧ୍ୟରେ ରହିବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  

Weather Update: ବଦଳିବ ପାଗର ମିଜାଜ୍! କାଳବୈଶାଖି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି। ୪୧.୮ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ମାଲକାନଗିରି ୪୧.୬, ଟିଟିଲାଗଡ ଓ ବଲାଙ୍ଗୀର ୪୧.୫,  ଅନୁଗୁଳୁ ୪୧.୩,  ଭବାନୀପାଟଣା  ୪୧, ଝାରସୁଗୁଡା ୪୦.୮, ନୟାଗଡ଼୪୦.୬, ସମ୍ବଲପୁର  ତାଳଚେରର ଦିନ ତାପମାତ୍ରା ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ୪ ଦିନ ଏବେ ଆଭ୍ୟନ୍ତରୀଣ ଓଡି଼ଶାର ପାରଦ ୩୯ରୁ ୪୧ ଡିଗ୍ରୀ  ଓ ଉପକୂଳ ଓଡି଼ଶାରେ  ଦିନ ତାପମାତ୍ରା ୩୭.୩୯ ଡିଗ୍ରୀ ମଧ୍ୟରେ ରହିବା ନେଇ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।  

 

 

ALSO READ: Today Horoscope: କାହା ପାଇଁ ଶୁଭ ତ ଆଉ କାହା ପାଇଁ ଅଶୁଭ ରହିବ ଗୁରୁବାର? ଜାଣନ୍ତୁ ଆଜିର ରାଶିଫଳ

ସେହିପରି ଆଜି ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବ। ନୟାଗଡ଼, ବୌଦ୍ଧ, କନ୍ଧମାଳ,କଟକ, ଯାଜପୁର ଓ  ଭଦ୍ରକ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ବଲାଙ୍ଗୀର, କଳାହାଣ୍ତି, ବୌଦ୍ଧ, ମାଲକାନଗିରି ,କେନ୍ଦୁଝର,କନ୍ଧମାଳ ଓ ନୟାଗଡ ଆଦି ୬ ଜିଲ୍ଲାରେ ଉଷ୍ଣ ତାତି ଅନୁଭୂତ  ହେବା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

ୟେଲୋ ଓ୍ବାର୍ଣ୍ଣିଂ ଥିବା ଜିଲ୍ଲା ଗୁଡି଼କ ମଧ୍ୟରେ ସାଧାରଣତଃ ଦିନ ଓ ରାତିର ପାରଦ ୩୯ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବା ନେଇ  ଆଂଚଳିକ ପାଣିପାଗ ମଧ୍ୟରୁ ସୂଚନା ମିଳିଛି। ଗ୍ରାମାଂଚଳରେ ବିଶେଷ କରି ଚାଷୀଙ୍କୁ କ୍ଷେତକୁ ଖରାରେ ନଯିବା ପାଇଁ ବାରଣ କରାଯାଇଛି। ଅନ୍ୟପଟେ ରାଜ୍ୟରେ ପୁଣି ଥରେ କାଳ ବୈଶାଖି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।