Advertisement
Photo Details/zeeodisha/odisha2560077
photoDetails0hindi

Weather Report: ବଙ୍ଗୋପସାଗରରେ ଲଘୁଚାପ, ଏହି ଜିଲ୍ଲାରେ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି....

Weather Report: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଅସମ୍ଭାଳ ଶୀତରେ ଜନ ଜୀବନ ପ୍ରଭାବିତ ହୋଇଛି। ରାଜ୍ୟର ୧୫ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଆଜିବି ଶୀତର ପ୍ରକୋପ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

1/4

2/4

ସେପଟେ ବଙ୍ଗୋପସାଗର (Bay of Bengal)ରେ ପୁଣି ଲଘୁଚାପ ହେବାର ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହି ଅବପାତ ତାମିଲନାଡୁ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। 

3/4

ଏହି ଲଘୁଚାପ ପ୍ରଭାବରେ ଓଡିଶାରେ ପାଗ କୋହଲା ରହିବ। ୧୭ ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା (Khordha), ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ (Koraput), ମାଲକାନଗିରି (Malkangiri), କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

4/4

ତେବେ ବର୍ଷା ପ୍ରଭାବରେ ତାପମାତ୍ରା ପୁଣି ବଢିବା ସହ ପାରଦ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।