Side effect of wearing same bra: ଗୋଟିଏ ବ୍ରା’କୁ ଦୁଇଦିନରୁ ଅଧିକ ପିନ୍ଧୁଛନ୍ତି କି ? ପାର୍ଶ୍ୱପ୍ରତିକ୍ରିୟା କଥା ଜାଣି ଚମକି ପଡିବେ
Advertisement
Article Detail0/zeeodisha/odisha1962842

Side effect of wearing same bra: ଗୋଟିଏ ବ୍ରା’କୁ ଦୁଇଦିନରୁ ଅଧିକ ପିନ୍ଧୁଛନ୍ତି କି ? ପାର୍ଶ୍ୱପ୍ରତିକ୍ରିୟା କଥା ଜାଣି ଚମକି ପଡିବେ

  ବ୍ରା ପିନ୍ଧିବା ମହିଳାମାନଙ୍କ ପାଇଁ କୌଣସି ବଡ଼ କାର୍ଯ୍ୟଠାରୁ କିଛି କମ୍ ନୁହେଁ । ଦିନସାରା ଏକ ଟାଇଟ୍ ବ୍ରା ପିନ୍ଧିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ହୋଇନଥାଏ ।   ପ୍ରତ୍ୟେକ ଥର ଏହାକୁ ପିନ୍ଧିବା ବନ୍ଧନର ଅନୁଭବ ଦିଏ । ବ୍ରା ପିନ୍ଧିବା ମହିଳାଙ୍କ ପାଇଁ ଏକ ଆବଶ୍ୟକତା, ଆରାମ ନୁହେଁ । ଏହା କେବଳ ସା

SOCIAL MEDIA

Side effect of wearing same bra: 

ବ୍ରା ପିନ୍ଧିବା ମହିଳାମାନଙ୍କ ପାଇଁ କୌଣସି ବଡ଼ କାର୍ଯ୍ୟଠାରୁ କିଛି କମ୍ ନୁହେଁ । ଦିନସାରା ଏକ ଟାଇଟ୍ ବ୍ରା ପିନ୍ଧିବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ହୋଇନଥାଏ ।   ପ୍ରତ୍ୟେକ ଥର ଏହାକୁ ପିନ୍ଧିବା ବନ୍ଧନର ଅନୁଭବ ଦିଏ । ବ୍ରା ପିନ୍ଧିବା ମହିଳାଙ୍କ ପାଇଁ ଏକ ଆବଶ୍ୟକତା, ଆରାମ ନୁହେଁ । ଏହା କେବଳ ସାମାଜିକ ଦାୟିତ୍ୱବୋଧ ପାଇଁ ନୁହେଁ ବରଂ ମହିଳାଙ୍କ ଶରୀର ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ ।  ବ୍ରା’ର ଉତ୍ପତି ଗ୍ରୀସରେ ହୋଇଥିଲା । ଗ୍ରୀସରୁ ଏହା ବାକି ଦୁନିଆକୁ ବ୍ୟାପିଥିଲା । ତେବେ ବିଂଶ ଶତାବ୍ଦୀର ଆରମ୍ଭ ଥିଲା ଆଧୁନିକ ବ୍ରା’ର ଜନ୍ମକାଳ । ଏହାପୂର୍ବରୁ ଭିକ୍ଟୋରିଆନ ଯୁଗରେ ଯେଉଁ ବ୍ରା’ ବ୍ୟବହାରରେ ଥିଲା ତାହା ମହିଳାଙ୍କ ମଧ୍ୟରେ ଅନେକ ରୋଗର କାରଣ ହେଉଥିଲା ।ଆଗରୁ  ବ୍ରା’ ପଶମ କିମ୍ବା ଲାଇଲନ୍ କପଡାରୁ ତିଆରି ହେଉଥିଲା । ତେବେ ବ୍ରା ପିନ୍ଧିବାର ନିଜସ୍ୱ ଲାଭ ସହିତ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ଯ ରହିଛି । ଯାହା ବାବଦରେ ଅନେକ ଜାଣନ୍ତି ନାହିଁ । ଲଗ।ତର ଗୋଟିଏ ବ୍ରା’କୁ ଦୁଇ ଦିନରୁ ଅଧିକ ପିନ୍ଧିବା ଦ୍ୱାରା ସାଂଘାତିକ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା କ’ଣ ସବୁ ସେହି ପାର୍ଶ୍ୱପ୍ରତିକ୍ରିୟା ।

ଦୁଇ-ତିନି ଦିନ ସମାନ ବ୍ରା ପିନ୍ଧନ୍ତୁ ନାହିଁ

ଝିଅମାନେ ଆଳସ୍ୟ କାରଣରୁ ଅଧିକ ବ୍ରା ଥିଲେ ମଧ୍ଯ ସମାନ ବ୍ରା’କୁ ଦୁଇଦିନରୁ ଅଧିକ ବ୍ୟବହାର କରିଥାନ୍ତି । ତେବେ ଏହାର ସାଂଘାତିକ ପରିଣାମ ପରେ ଦେଖିବାକୁ ମିଳେ ।   ପ୍ରସୂତି ବିଶେଷଜ୍ଞ-ସ୍ତ୍ରୀ ରୋଗ ବିଶେଷଜ୍ଞ (OBGYN) ଙ୍କ ଅନୁସାରେ ଦୁଇ ତିନି ଦିନ ସମାନ ବ୍ରା ପିନ୍ଧିବା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ। ବିଶେଷକରି ଗ୍ରୀଷ୍ମ ଋତୁରେ ଏହି ସମସ୍ୟା ବୃଦ୍ଧି ପାଏ । ଟାଇଟ୍ ବ୍ରା ପିନ୍ଧିବା ଦ୍ୱାରା ଝାଳ ଜମା ହୋଇଥାଏ  । ସେହି ବ୍ରା’କୁ କ୍ରମାଗତ ଭାବରେ ପିନ୍ଧିବା ଦ୍ୱାରା ଫଙ୍ଗଲ୍ ସଂକ୍ରମଣ, ଶରୀରରେ ଦାଗ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ବିଶେଷଜ୍ଞଙ୍କ ଅନୁସାରେ  ବ୍ରାକୁ ବ୍ୟବହାର କରିବା ପରେ ପ୍ରତ୍ୟେକ ଥର ସଫା କରିବା ଜରୁରୀ ଅଟେ। ବ୍ରା’କୁ ହାତରେ ସଫା କରାଯିବା ଉଚିତ । ଏହାକୁ ପାଣି ଏବଂ ସାବୁନ ସାହାଯ୍ୟରେ ସଫା କରିବା ଆବଶ୍ୟକ । ସଫା କରିବା ବେଳେ ଯେମିତି ବ୍ରା’ରେ ସାବୁନ କିମ୍ବା ଡିଟରଜେଣ୍ଟ୍ ପାଉଡର ଲାଗି ରହିବ ନାହିଁ  । ଏହାକୁ ଖୋଲା ଏବଂ ବାୟୁ ଚଳାଚଳ ସ୍ଥାନରେ ସୁଖାଇବାକୁ ବିଶେଷଜ୍ଞ ପରାମର୍ଶ ଦିଅନ୍ତି । ପ୍ରାୟତଃ ଦେଖାଯାଏ ଯେ ମହିଳାମାନେ ନିଜ ଅନ୍ତଃବସ୍ତ୍ରକୁ ଅଲଗା ପୋଷାକ ତଳେ ଲୁଚାଇ ଶୁଖାଇଥାନ୍ତି, ଯାହା ଏକ ଭୁଲ ଅଭ୍ୟାସ । ଏଭଳି ଶୁଖାଇବା ଦ୍ୱାରା ଜୀବାଣୁ ମରିନଥାନ୍ତି ।

ଦୀର୍ଘ ସମୟ ଧରି ସମାନ ବ୍ରା ପିନ୍ଧିବାର କୁପରିଣାମ

ଦୀର୍ଘ ସମୟ ଧରି ବ୍ରା ପିନ୍ଧିବା ଦ୍ୱାରା ପିଠି ଏବଂ କାନ୍ଧରେ ଯନ୍ତ୍ରଣା ହୋଇପାରେ । ଏହା ବ୍ୟତୀତ ଦିନସାରା ବ୍ରା ପିନ୍ଧିବା ଦ୍ୱାରା ଚର୍ମରେ ରାସେସ୍ ବା ଚିହ୍ନ ଆସିଥାଏ । ଦିନସାରା ବ୍ରା ପିନ୍ଧିବା ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।  ଦିନସାରା ବ୍ରା ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ । ପିଠି ଏବଂ ବେକ ଯନ୍ତ୍ରଣା, ଚର୍ମରେ ଚିହ୍ନ,ହାଇପରପିଗମେଣ୍ଟେସନ୍ ଏବଂ ଫଙ୍ଗସ୍ ବିସ୍ତାର ହେବାର ଆଶଙ୍କା ବଢିଥାଏ।

Disclaimer; ଏହି ଆର୍ଟିକିଲ ରେ ଦିଆ ଯାଇଥିବା ସୂଚନାକୁ ଜୀ ଓଡ଼ିଶା news ନିଶ୍ଚିତ କରେ ନାହିଁ। କୌଣସି ଟିପ୍ସ କୁ ଆପଣେଇବା ପୂର୍ବରୁ ସଂପୃକ୍ତ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ।