Pushkar singh dhami:ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ୮ଶହ ପୃଷ୍ଠା ବିଶିଷ୍ଟ UCC ଡ୍ରାଫ୍ଟ,ଜାଣନ୍ତୁ ଏଥିରେ ରହିଛି କ’ଣ ?
Advertisement
Article Detail0/zeeodisha/odisha2091627

Pushkar singh dhami:ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ୮ଶହ ପୃଷ୍ଠା ବିଶିଷ୍ଟ UCC ଡ୍ରାଫ୍ଟ,ଜାଣନ୍ତୁ ଏଥିରେ ରହିଛି କ’ଣ ?

ୟୁସିସି ଡ୍ରାଫ୍ଟ କମିଟି ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ୟୁସିସି ଡ୍ରାଫ୍ଟ ହସ୍ତାନ୍ତର କରିଛି। ବର୍ତ୍ତମାନ ଏହା ବିଧାନସଭାରେ ଉପସ୍ଥାପିତ ହେବ । UCC କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ। ଡ୍ରାଫ୍ଟ ପାଇବା ପରେ ପୁଷ୍କର ସିଂ ଧାମି କହିଛନ୍ତି, ' ଦୀର୍ଘ ସମୟ ଧରି ଆମେ ଅପେକ୍ଷା କରି

SOCIAL MEDIAzeeo

Pushkar singh dhami:

ୟୁସିସି ଡ୍ରାଫ୍ଟ କମିଟି ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ୟୁସିସି ଡ୍ରାଫ୍ଟ ହସ୍ତାନ୍ତର କରିଛି। ବର୍ତ୍ତମାନ ଏହା ବିଧାନସଭାରେ ଉପସ୍ଥାପିତ ହେବ । UCC କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ। ଡ୍ରାଫ୍ଟ ପାଇବା ପରେ ପୁଷ୍କର ସିଂ ଧାମି କହିଛନ୍ତି, ' ଦୀର୍ଘ ସମୟ ଧରି ଆମେ ଅପେକ୍ଷା କରିଥିଲୁ, ଆଜି ଆମେ ଡ୍ରାଫ୍ଟ ପାଇଛୁ। ନିର୍ବାଚନ ପୂର୍ବରୁ, ଉତ୍ତରାଖଣ୍ଡର ଜନତାଙ୍କୁ ପ୍ରତିଶୃତି ଦିଆଯାଇଥିଲା। ବର୍ତ୍ତମାନ ଏହି ଡ୍ରାଫ୍ଟ ପରୀକ୍ଷା କରିବା ପରେ ଆମେ ଏହାକୁ ବିଲ୍ (ବିଧେୟକ) ବାବେ ଆଣି  ଆଗକୁ ବଢ଼ିବୁ । ସୂଚନାଯୋଗ୍ୟ ଯେ, 'ଡ୍ରାଫ୍ଟ ରିପୋର୍ଟ ୪ଟି ଭଲ୍ୟୁମରେ ଅଛି । ପ୍ରଥମ ଭଲ୍ୟୁମରେ କମିଟିର ରିପୋର୍ଟ ରହିଛି। ଦ୍ୱିତୀୟ ଭଲ୍ୟୁମ୍ ଡ୍ରାଫ୍ଟ କୋଡ୍ ଧାରଣ କରେ, ତୃତୀୟ ଭଲ୍ୟୁମରେ ସାଧାରଣ ନାଗରିକଙ୍କ ପରାମର୍ଶ ଏବଂ ଚତୁର୍ଥ ଭଲ୍ୟୁମରେ ହିନ୍ଦୀରେ ଡ୍ରାଫ୍ଟ କୋଡ୍ ରହିଛି । ତେବେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗ ଏଥିରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ ଯଦିଓ ଏନେଇ ଅନେକ ପରାମର୍ଶ ଆସିଥିଲା ।

୧- ଝିଅମାନଙ୍କର ବିବାହ ବୟସ ବୃଦ୍ଧି କରାଯିବ ଯାହା ଦ୍ବାରା ସେମାନେ ବିବାହ ପୂର୍ବରୁ ସ୍ନାତକ ହୋଇ ପାରିବେ।

୨- ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ ହେବ । ପଞ୍ଜୀକରଣ ବିନା ଆପଣ କୌଣସି ସରକାରୀ ସୁବିଧାର ଲାଭ ପାଇବେ ନାହିଁ । ଗ୍ରାମ୍ୟ ସ୍ତରରେ ବିବାହ ପଞ୍ଜିକରଣ ପାଇଁ ମଧ୍ୟ ସୁବିଧା ରହିବ ।

୩- ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ପାଇଁ ଛାଡପତ୍ରର ସମାନ କାରଣ ଉପଲବ୍ଧ ହେବ । ଛାଡପତ୍ରର ଯେଉଁ କାରଣ ସ୍ୱାମୀଙ୍କ ପାଇଁ ପ୍ରଯୁଜ୍ୟ ତାହା  ସ୍ତ୍ରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ବର୍ତ୍ତମାନ ପର୍ସନଲା ଲ’ ଅନୁଯାୟୀ ଛାଡପତ୍ର ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ପାଖରେ ଭିନ୍ନ କାରଣ ରହିଛି।

୪- ବହୁବିବାହ ନିଷେଧ ହେବ ।

୫- ଝିଅମାନେ ପୁଅମାନଙ୍କ ପରି ଉତ୍ତରାଧିକାରରେ ସମାନ ଅଂଶ ପାଇବେ । ବର୍ତ୍ତମାନ ପର୍ଯ୍ୟନ୍ତ ପର୍ସନାଲ ଲ’ ଅନୁଯାୟୀ, ପୁଅର ଅଂଶ ଝିଅଠାରୁ ଅଧିକ ଅଟେ ।

୬- ଚାକିରୀ କରୁଥିବା ପୁଅର ମୃତ୍ୟୁରେ ସ୍ତ୍ରୀଙ୍କୁ ଦିଆଯାଇଥିବା କ୍ଷତିପୂରଣରେ ତାଙ୍କ ବୃଦ୍ଧ ପିତାମାତାଙ୍କ ରକ୍ଷଣାବେକ୍ଷଣ ଦାୟିତ୍ବ  ମଧ୍ୟ ଅନ୍ତର୍ଭୁକ୍ତ ହେବ । ଯଦି ପତ୍ନୀ ପୁନଃ ବିବାହ କରନ୍ତି, ତେବେ ସ୍ୱାମୀଙ୍କ ମୃତ୍ୟୁରେ ମିଳିଥିବା କ୍ଷତିପୂରଣରେ ତାଙ୍କ ପିତାମାତାଙ୍କର ମଧ୍ୟ ଅଂଶ ରହିବ  ।

୭-ରକ୍ଷଣାବେକ୍ଷଣ - ଯଦି ପତ୍ନୀ ମରିଯାନ୍ତି  ଏବଂ ତା’ର ପିତାମାତାଙ୍କର କୌଣସି ସାହାରା ନଥିବ,ତେବେ ସ୍ୱାମୀ  ଶାସୁଶ୍ୱସୁରଙ୍କ  ରକ୍ଷଣାବେକ୍ଷଣ ଦାୟିତ୍ବ ନେବେ।

୮- ପୋଷ୍ୟ ସନ୍ତାନ - ସମସ୍ତେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ପାଇବେ । ମୁସଲମାନ ମହିଳାମାନେ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଅଧିକାର ପାଇବେ। ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସହଜ ହେବ ।

୯- ହଲାଲା ଏବଂ ଇଦ୍ଦତ ଉପରେ ଏକ ନିଷେଧାଦେଶ ରହିବ ।

୧୦- ଲିଭ୍ ଇନ୍ ସମ୍ପର୍କର ଘୋଷଣା ଆବଶ୍ୟକ ହେବ । ଏହା ଏକ ସେଲ୍ଫ ଡିକ୍ଲାରେସନ(ଆତ୍ମ-ଘୋଷଣା) ପରି ହେବ ଯାହାର ଏକ ବିଧିଗତ ଫର୍ମାଟ୍ ରହିବ ।

୧୧- ଅଭିଭାବକ - ଯଦି ପିଲା ଅନାଥ ହୋଇଯାଏ, ତେବେ ଅଭିଭାବକ ପ୍ରକ୍ରିୟା ସରଳ ହେବ ।

୧୨- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲେ ପିଲାମାନଙ୍କର ଦାୟିତ୍ବ ଜେଜେବାପା-ଜେଜେମା ନେବେ ।