rationalist and culturist faced off: ହେତୁବାଦୀଙ୍କୁ ପିଟି ପକାଇଲେ ପରମ୍ପରାବାଦୀ, ବିଗାଡ଼ି ଦେଲେ ପରିସ୍ଥିତି
Advertisement

rationalist and culturist faced off: ହେତୁବାଦୀଙ୍କୁ ପିଟି ପକାଇଲେ ପରମ୍ପରାବାଦୀ, ବିଗାଡ଼ି ଦେଲେ ପରିସ୍ଥିତି

ଫୁଲକୁଣ୍ଡ, ଢେଲାପଥର ମାଡ଼ ପରସ୍ପର ଉପରକୁ ମାଡ଼ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇ ପଡିଥିଲା ଭୁବନେଶ୍ୱରରେ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରିଥିଲେ। 

ପ୍ରତିକାତ୍ମକ ଫଟୋ

Rationalist and culturist faced off: ଭୁବନେଶ୍ୱର: ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ। ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଛନ୍ତି। ଏପରିକି ହାତାହାତୀ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱରର ଲୋହିଆ ଏକାଡେମୀ ନିକଟରେ ଉଭୟ ହେତୁବାଦୀ ଓ ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ। ହେତୁବାଦୀ ଓ ପରମ୍ପରାବାଦୀ ପରସ୍ପର ଉପରକୁ ଆକ୍ରମଣ କରିଥିଲେ।  ଫୁଲକୁଣ୍ଡ, ଢେଲାପଥର ମାଡ଼ ପରସ୍ପର ଉପରକୁ ମାଡ଼ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇ ପଡିଥିଲା ଭୁବନେଶ୍ୱରରେ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ କରିଥିଲେ। 

ମିଳିଥିବା ସୂଚନା ମୁତାବକ ଆଜି ହେତୁବାଦୀମାନେ ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀମାନେ ସାମୁହିକ ଭୋଜନର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ ଏହାକୁ ନେଇ ପାରମ୍ପରିକବାଦୀ ମାନେ ସେମାନଙ୍କୁ ଘୋର ବିରୋଧ କରିବାକୁ ପହଞ୍ଚିଥିଲେ। ପାରମ୍ପାରିକବାଦୀ ମାନେ ହେତୁବାଦୀଙ୍କ ଉପରକୁ ଢେଲା ମାଡ଼ କରିବା ସହିତ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। 

ଭୁବନେଶ୍ୱରରେ ଲୋହିଆ ଏକାଡେମୀ ଭିତରକୁ ଧସେଇ ପଶି ବ୍ରାହ୍ମଣ ନିଯୋଗ ସମେତ ପରମ୍ପରାବାଦୀମାନେ ଆକ୍ରମଣ କରିଥିଲେ। ଏପରିକି ପୋଲିସ୍ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି।  ହେତୁବାଦୀଙ୍କ ବୈଠକକୁ ପ୍ରଥମେ ଘଣ୍ଟ ବାଡ଼େଇ ବିରୋଧ କରିବା ପରେ ହେତୁବାଦୀଙ୍କୁ ପଥର ମାଡ଼ କରିଛନ୍ତି। ଏପରିକିକ ହେତୁବାଦୀଙ୍କ ଉପରକୁ ଗୋବରମାଡ଼ ମଧ୍ୟ କରିଛନ୍ତି। ଏଥିରେ କିଛି ହେତୁବାଦୀ ଆହତ ହୋଇଥିବା ସୂଚନା ମିଳିଛି ।

ସେପଟେ ବ୍ରହ୍ମପୁରରେ ଦେଖିବା ପାଇଁ ମିଳିଛି ସମାନ ଚିତ୍ର ଦେଖିବାକୁ ମିଳିଛି । ହେତୁବାଦୀଙ୍କ ସମ୍ମିଳନୀ ସ୍ଥଳରେ ଧଶେଇ ପଶିଛନ୍ତି ପରମ୍ପରାବାଦୀ। ବ୍ରହ୍ନପୁରରେ ହେତୁବାଦୀଙ୍କ ସାମୂହିକ ଭୋଜନ ସ୍ଥଳରେ ପରମ୍ପରାବାଦୀ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଛନ୍ତି । ହେତୁବାଦୀ ଲଗାଇଥିବା ବ୍ୟାନରକୁ ଚିରିବା ସହ ଗୋବର ଫୋପାଡ଼ି ଦେଇଛନ୍ତି । ଆଉ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ପହଞ୍ଚି ଲାଠି ମାଡ଼ କରିଛି ପୋଲିସ ।

ସୂଚନାଯୋଗ୍ୟ ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଏହା ସହିତ ଗୋଟିଏ ଦିନରେ ଚନ୍ଦ୍ର ଗ୍ରହଣ ପଡ଼ିଛି। ଚନ୍ଦ୍ର ଗ୍ରହଣରେ ପାକ ନିଷେଧ ଓ ଖାଦ୍ୟ ବର୍ଜନ ପରମ୍ପରା ରହି ଆସିଛି। ତେବେ ଏହା ବିଜ୍ଞାନ ସମ୍ମତ ନୁହେଁ ବୋଲି ହେତୁବାଦୀମାନେ ଦାବୀ କରି ଆସିଛନ୍ତି। ଏଥିପାଇଁ ଆଜି ପାକ ନିଷେଧ ସମୟରେ ହେତୁବାଦୀମାନେ ସାମୁହିକ ଭୋଜନର ବ୍ୟବସ୍ଥା କରିଥିଲେ। ଏହାପୂର୍ବରୁ ସୂର୍ଯ୍ୟ ପରାଗ ସମୟରେ ମଧ୍ୟ ହେତୁବାଦୀମାନେ ସାମୁହିକ ଭୋଜନର ବ୍ୟବସ୍ଥା କରିଥିଲେ। ତେବେ ଏହା ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଭୁଲ ବୋଲି ଦାବୀ କରିଥିଲେ ପରମ୍ପରାବାଦୀ। ଫଳରେ ସେମାନଙ୍କୁ ଘୋର ବିରୋଧ କରିବା ସହିତ ସେମାନଙ୍କ (ହେତୁବାଦୀ) ଉପରକୁ ଢେଲା ପଥର ମାଡ଼ କରିଥିଲେ। ପରମ୍ପରାବାଦୀଙ୍କ ଆକ୍ରମଣରେ କିଛି ହେତୁବାଦୀ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି। 

ହେତୁବାଦୀମାନେ ଦାବି କରିଥିଲେ କି ଏହି ସାମୂହିକ ଭୋଜନ ପାଇଁ ପୂର୍ବରୁ ପୋଲିସ ନିକଟରୁ ଅନୁମତି ଆଣିଥିଲେ। ମାତ୍ର ପୋଲିସର ଉପସ୍ଥିତି ସତ୍ତ୍ୱେ ହେତୁବାଦୀଙ୍କ ଉପରକୁ ପରମ୍ପରାବାଦୀମାନେ ଆକ୍ରମଣ କରିଥିଲେ। ଯାହାକୁ ନେଇ ପୋଲିସକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ହେତୁବାଦୀ। ତେବେ ସେମାନଙ୍କୁ ସାମୂହିକ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ହେତୁବାଦୀମାନେ କହିଥିଲେ। ହେତୁବାଦୀମାନେ ଆହୁରି ମଧ୍ୟ କହିଥିଲେ କି ପୂର୍ବରୁ ଏଭଳି ସ୍ଥିତି ଉପୁଜିଥିଲା। ସୂର୍ଯ୍ୟପରାଗ ସମୟରେ ଏହି ପରମ୍ପରାବାଦୀମାନେ ବିରୋଧ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ମାତ୍ର ସେମାନେ ଯୁକ୍ତି କରିବାରେ ବିଫଳ ହୋଇଛନ୍ତି। ଫଳରେ ସେମାନେ ଆଜି ଠେଙ୍ଗା, ପଥର ମାଡ଼ କରିଛନ୍ତି ବୋଲି ହେତୁବାଦୀମାନେ ପ୍ରକାଶ କରିଛନ୍ତି।