ଦିନରେ ଦେଲେ ମାଟ୍ରିକ ପରୀକ୍ଷା; ରାତିରେ ହେଲା ପ୍ରସବ ଯନ୍ତ୍ରଣା, ସକାଳ ୬ଟାରେ ହେଲେ ମା', ପୁଣି ୯ଟାରେ ଦେବାକୁ ପହଞ୍ଚିଲେ ଆଉ ଏକ ପେପର୍
Advertisement
Article Detail0/zeeodisha/odisha1574381

ଦିନରେ ଦେଲେ ମାଟ୍ରିକ ପରୀକ୍ଷା; ରାତିରେ ହେଲା ପ୍ରସବ ଯନ୍ତ୍ରଣା, ସକାଳ ୬ଟାରେ ହେଲେ ମା', ପୁଣି ୯ଟାରେ ଦେବାକୁ ପହଞ୍ଚିଲେ ଆଉ ଏକ ପେପର୍

Bihar board exam: ଦୁଇ ଘଣ୍ଟା ପୂର୍ବରୁ ମାଆ ହୋଇଥିବା ରୁକ୍ମଣୀ ଶେଷରେ ଡାକ୍ତରଙ୍କ ପରାମର୍ଶରେ ଆମ୍ବୁଲାନ୍ସରେ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ପରୀକ୍ଷା ପାଇଁ ହାଜର ହୋଇ ପରୀକ୍ଷା ଦେଇଥିଲେ । 

 

ସାଙ୍କେତିକ ଛବି

Bihar Board Exam: କୌଣସି ନାରୀ ପାଇଁ ମା' ହେବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ । କିନ୍ତୁ, ଏକ ସମୟରେ ଶିକ୍ଷିତ ହେବା ମଧ୍ୟ ଏକ ଝିଅ ପାଇଁ ଏକ ବଡ଼ ସ୍ୱପ୍ନ । ଏଭଳି ପରିସ୍ଥିତିରେ, ଏହି ସ୍ୱପ୍ନକୁ ସାକାର କରିବା ପାଇଁ, ମା' ହେବାର କିଛି ସମୟ ପରେ ଜଣେ ମହିଳା ମାଟ୍ରିକ୍ ପରୀକ୍ଷା (Matriculation examination) ପାଇଁ ହାଜର ହେବାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ଏବେ ସମସ୍ତେ ମହିଳାଙ୍କ ଏହି ପଦକ୍ଷେପକୁ ତାଙ୍କୁ ଜୋରଦାର ପ୍ରଶଂସା କରୁଛନ୍ତି । ବାସ୍ତବରେ, ସମଗ୍ର ଘଟଣାଟି ବଙ୍କା ଜିଲ୍ଲାର ଚନ୍ଦନ ବ୍ଲକ ମୁଖ୍ୟାଳୟର ଏମଏମକେଜି ହାଇସ୍କୁଲ ସହିତ ଜଡିତ, ଯେଉଁଠାରେ ମାଟ୍ରିକ୍ ପରୀକ୍ଷା ପାଇଁ ୨୨ ବର୍ଷୀୟା ରୁକ୍ମିଣୀ କୁମାରୀ ପହଞ୍ଚିଥିଲେ ।

ବାସ୍ତବରେ, ରୁକ୍ମଣୀ ଗର୍ଭବତୀ ଅବସ୍ଥାରେ ମଧ୍ୟ ମ୍ୟାଟ୍ରିକ୍ ପରୀକ୍ଷା ଦେଉଥିଲେ । ଏଥି ସହିତ, ସନ୍ତାନ ଜନ୍ମ କରିବାର ପ୍ରାୟ ୩ ଘଣ୍ଟା ପରେ, ସେ ଦ୍ୱିତୀୟ ଦିନରେ ମ୍ୟାଟ୍ରିକ୍ ପରୀକ୍ଷାର ଦ୍ୱିତୀୟ ପେପର୍ ଦେବାକୁ ପହଞ୍ଚିଥିଲେ । ପରୀକ୍ଷା ଦେବାକୁ ନେଇ ରୁକ୍ମଣୀଙ୍କ ଉତ୍ସାହକୁ ଦେଖି ତାଙ୍କୁ ପରୀକ୍ଷା କେନ୍ଦ୍ରର ଡାକ୍ତରଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଥିଲା । ଏବେ ସମସ୍ତେ ରୁକ୍ମଣୀଙ୍କ ଏହି ଉତ୍ସାହ ଓ ପାଠ ପ୍ରତି ଆଗ୍ରହକୁ ନେଇ ଅନେକ ପ୍ରଶଂସା କରୁଛନ୍ତି । କହିରଖୁଛୁ ଯେ ରୁକ୍ମଣୀ କାଟୋରିଆ ବ୍ଲକର ଏକ ବିଦ୍ୟାଳୟର ନିୟମିତ ଛାତ୍ର ଭାବରେ ଅଧ୍ୟୟନ କରୁଥିଲେ । ଯେତବେଳେ କି ତାଙ୍କ ବିବାହ ସେହି ବ୍ଲକର ସିଲଜୋରୀ ପଞ୍ଚାୟତର ପାଲୱା ଗ୍ରାମରେ ହୋଇଥିଲା ।

fallback

ସେଠାରେ ରହି ରୁକ୍ମଣୀ ପ୍ରଥମ ଦିନ ଅର୍ଥାତ୍ ମଙ୍ଗଳବାର ଦିନ ତାଙ୍କ ଗଣିତ ପରୀକ୍ଷା ଦେଇଥିଲେ । ଏହା ପରେ, ସେହି ଦିନ ସେ ରାତିରେ ପରଦିନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ  ହୋଇଥିଲା, ଏହା ପରେ ପରିବାର ସଦସ୍ୟ ରୁକ୍ମଣୀଙ୍କୁ ହସ୍ପିଟାଲ ନେଇଥିଲେ, ଯେଉଁଠାରେ ସେ ବୁଧବାର ସକାଳ ୬ ଟାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଅନ୍ୟପକ୍ଷରେ, ବୁଧବାର ସକାଳେ ପ୍ରଥମ ସିଫ୍ଟରେ ତାଙ୍କର ଦ୍ୱିତୀୟ ପେପେର୍ ବିଜ୍ଞାନ ପରୀକ୍ଷା ଥିଲା । ଏହି କାରଣରୁ ସେ ପରୀକ୍ଷା ଦେବାକୁ ଡାକ୍ତର ଭୋଲାନାଥଙ୍କ ଅନୁମତି ମାଗିଥିଲେ ।

ଯଦିଓ ଡାକ୍ତରମାନେ ମନା କରିଦେଇଥିଲେ ଓ ପରିବାର ସଦସ୍ୟ ମଧ୍ୟ ଅନେକ ବୁଝାଇଥିଲେ, କିନ୍ତୁ ରୁକ୍ମିଣୀ ରାଜି ହୋଇନଥିଲେ । ଦୁଇ ଘଣ୍ଟା ପୂର୍ବରୁ ମାଆ ହୋଇଥିବା ରୁକ୍ମଣୀ ଶେଷରେ ଡାକ୍ତରଙ୍କ ପରାମର୍ଶରେ ଆମ୍ବୁଲାନ୍ସରେ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ପରୀକ୍ଷା ପାଇଁ ହାଜର ହୋଇପାରିବେ । ଏହି ପରିପ୍ରେକ୍ଷୀରେ ଡକ୍ଟର ଭୋଲାନାଥ କହିଛନ୍ତି ଯେ ଅନେକ ମନାଇବା ସତ୍ତ୍ୱେ ରୁକ୍ମଣୀ ପରୀକ୍ଷା ଦେବାରେ ଜିଦ୍ ଧରିଥିଲେ । 

ଏହା ବି ପଢ଼ନ୍ତୁ: Agniveer: 'ଆଗାମୀ ଜନ୍ମରେ ମୁଁ ନିଶ୍ଚିତ ସୈନିକ ହେବି' ଅଗ୍ନିବୀର ପରୀକ୍ଷାରେ ବିଫଳ ହେବାରୁ ଜୀବନ ହାରିଦେଲେ ଦୀପୁ

ଏହା ବି ପଢ଼ନ୍ତୁ: ଉର୍ବଶୀ ଓ ପାକିସ୍ତାନୀ ପେସର ମଧ୍ୟରେ କ’ଣ ଚାଲିଛି? ଜନ୍ମଦିନର ସୁଭେଚ୍ଛା ଜଣାଇଲେ ଅଭିନେତ୍ରୀ... ମିଳିଲା ଏହି ପ୍ରତିକ୍ରିୟା