New Youtube CEO: କିଏ ସେ ନିଲ ମୋହନ? ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା
Advertisement
Article Detail0/zeeodisha/odisha1574965

New Youtube CEO: କିଏ ସେ ନିଲ ମୋହନ? ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

New Youtube CEO: ସର୍ବଭାରତୀୟ ଅନ୍ଲାଇନ୍ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ (YouTube) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଥାତ୍ ସିଇଓ ସୁସାନ୍ ଡିଆନ୍ ୱୋଜକିକ୍(Susan Diane Wojcicki ) ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସିଇଓ ୱୋଜକିକଙ୍କ ଇସ୍ତଫା ପରେ ବର୍ତ୍ତମାନ ଭାରତୀୟ ବଂଶଜ ନିଲ ମୋହନ (neal mohan) ଙ୍କୁ ୟୁଟ୍ୟୁବର ସିଇଓ କରାଯାଇଛି। ଏହାପୂର୍ବରୁ ନୀଲ ମୋହନଙ୍କୁ ୟୁଟ୍ୟୁବରେ ମୁଖ୍ୟ ଉତ୍ପାଦ ଅଧିକାରୀ(Chief Product Officer) ଭାବରେ ନିଯୁକ୍ତି ପାଇଥିଲେ।

ସୌଜନ୍ୟ- ସୋସିଆଲ ମିଡିଆ

ୟୁଟ୍ୟୁବ୍ ସିଇଓ ସୁସାନ୍ ଡିଆନ୍ ୱୋଜକିକ୍ ଇସ୍ତଫା ଦେଇଛନ୍ତି। ସୁସାନ୍ ଡିଆନ୍ ୱୋଜକିକ୍ ଗତ ନଅ ବର୍ଷ ଧରି ୟୁଟ୍ୟୁବ୍କୁ ଆଗେଇ ନେଇଥିଲେ। ବର୍ତ୍ତମାନ ତାଙ୍କ ପରେ କମ୍ପାନୀର ମୁଖ୍ୟ ଉତ୍ପାଦ ଅଧିକାରୀ ଭାବରେ ନିଯୁକ୍ତ ହୋଇଥିବା ନୀଲ ମୋହନ ଏହି ସିଇଓର ଦାୟିତ୍ବ ଗ୍ରହଣ କରିଛନ୍ତି। ନୀଲ ମୋହନ୍ ଷ୍ଟାନଫୋର୍ଡ ବିଶ୍ବ ବିଦ୍ୟାଳୟରୁ (Stanford University)ନିଜର ଅଧ୍ୟୟନ ଶେଷ କରିଛନ୍ତି। ଖବର ଅନୁଯାୟୀ, ସେ ନିଜ କ୍ୟାରିୟର (Glorified Technical services) ଗ୍ଲୋରିଫାଏ କମ୍ପାନୀରୁ କାମ  ଆରମ୍ଭ କରିଥିଲେ। ଯେଉଁଠାରେ ସେ ୬୦,୦୦୦ ଡଲାରର ଦରମା ପାଉଥିଲେ ।

ନୀଲ ମୋହନ ମଧ୍ୟ( Senior Analyst in Accenture) ଆସେନଚରରେ ସିନିୟର ଆନାଲିଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି । ଏହା ପରେ ସେ ଡବଲ୍ କ୍ଲିକ୍ ଇନ୍ ରେ (DoubleClick Inc) ଯୋଗ ଦେଇଥିଲେ ଏବଂ ଏଠାରେ ସେ ବିଭିନ୍ନ ପଦବୀରେ ରହି କାମ କରିଥିଲେ। ନୀଲ ମୋହନ ଏହି କମ୍ପାନୀରେ ୩ ବର୍ଷ ୫ ମାସ ଧରି ନିର୍ଦ୍ଦେଶକ, ଗ୍ଲୋବାଲ କ୍ଲାଏଣ୍ଟ ସର୍ଭିସ ଭାବରେ କାର୍ଯ୍ୟ କରିଥିଲେ। ସେ ପ୍ରାୟ ୨ ବର୍ଷ ୭ ମାସ କମ୍ପାନୀରେ ଭାଇସ୍ ପ୍ରେସିଡେଣ୍ଟ ବିଜନେସ ଅପରେସନ୍ (Vice President Business Operation in the company)ରେ ଦାୟିତ୍ବରେ ମଧ୍ୟ ରହିଥିଲେ। ଏହା ପରେ ସେ ମାଇକ୍ରୋସଫ୍ଟରେ  କାମ କରିଥିଲେ। ଏବଂ ଏଠାରେ ଚାରିମାସ କାମ କରିବା ପରେ ସେ ପୁଣି ଡବଲ୍ କ୍ଲିକ୍ ଇନ୍କୁ ଫେରିଥିଲେ। ଯେଉଁଠାରେ ସେ ପ୍ରାୟ ୩ ବର୍ଷ  ଧରି ଚାକିରୀ କରିଥିଲେ।

୨୦୧୫ ଠାରୁ ୟୁଟ୍ୟୁବରେ ମୁଖ୍ୟ ଉତ୍ପାଦ ଅଧିକାରୀ ଭାବରେ କାମ ଆରମ୍ଭ କରିଥିଲେ:
ଡବଲ୍ କ୍ଲିକ୍ ଇନ୍  କମ୍ପାନୀ ଛାଡିବା ପରେ ସେ  ଗୁଗଲରେ କାମ ଆରମ୍ଭ କରିଥିଲେ। ଯେଉଁଠାରେ ସେ ସିନିୟର ଭାଇସ୍ ପ୍ରେସିଡେଣ୍ଟ , ଡିସପ୍ଲେ ଓ ଭିଡିଓ ଆଡସର (Senior Vice President, Display and Video Ads ) ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏବଂ ୨୦୧୫ରେ ତାଙ୍କୁ ୟୁଟ୍ୟୁବ୍ ର ମୁଖ୍ୟ ଉତ୍ପାଦ ଅଧିକାରୀ  ଭାବରେ ନିଯୁକ୍ତି କରାଯାଇଥିଲା। ଯାହା ପରେ ବର୍ତ୍ତମାନ ୟୁଟ୍ୟୁବ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜାନ୍ ଡିଆନ୍ ୱୋଜିକ୍ (Susan Wojcicki ex-CEO of YouTube) କିଙ୍କ ଇସ୍ତଫା ପରେ ନୀଲଙ୍କୁ ୟୁଟ୍ୟୁବର ନୂତନ ସିଇଓ ହୋଇଛନ୍ତି। ଏହା ବ୍ୟତୀତ ସେ ଅନେକ କମ୍ପାନୀର ବୋଡ ନିର୍ଦ୍ଦେଶକ ପଦବୀରେ ମଧ୍ୟ ଅଛନ୍ତି। 

Also Read : Horoscope Today 17 February 2023: ଆଜି ଏହି ୪ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Also Read : Turmeric Milk Side Effects: ଏହି ରୋଗୀଙ୍କ ପାଇଁ ହଳଦି ମିଶା କ୍ଷୀର ହୋଇଥାଏ ବିଷ ସଦୃଶ, ପିଇବା ପୂର୍ବରୁ ଜାଣିରଖନ୍ତୁ ଏହି ବଡ଼ କଥା