Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ, ବାର୍ଥ ଡ଼େ ପାର୍ଟିକୁ ଡ଼ାକି ନେଇ Oyoରେ ଯୁବକଙ୍କୁ ହତ୍ୟା!
Advertisement
Article Detail0/zeeodisha/odisha1627228

Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ, ବାର୍ଥ ଡ଼େ ପାର୍ଟିକୁ ଡ଼ାକି ନେଇ Oyoରେ ଯୁବକଙ୍କୁ ହତ୍ୟା!

Bhubaneswar: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଖଣ୍ତଗିରି ଥାନା ଜାଗମରା ଅଞ୍ଚଳର ଏକ ଓୟୋ(Oyo rooms) ରୁମରୁ ଏକ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଯୁବକଙ୍କ ମାଆଙ୍କୁ ବିଳମ୍ବିତ ରାତି ୨ଟାରେ ଏକ ଫୋନ କଲ ଆସିଥିଲା ।

ସୌ(ସୋସିଆଲ ମିଡିଆ)

Bhubaneswar: ବାର୍ଥ ଡ଼େ ପାର୍ଟିକୁ ଡ଼ାକି ନେଇ ଯୁବକଙ୍କୁ ହତ୍ୟା । ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସି ଖୋଦ ରାଜଧାନୀ ଭୁବନେଶ୍ବରରୁ । ଖଣ୍ତଗିରି ଥାନା ଜାଗମରା ଅଞ୍ଚଳର ଏକ ଓୟୋ(Oyo rooms) ରୁମରୁ ଏକ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଥାନାରେ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ଖୋଲତାଡ଼।  ତେବେ ଯୁବକଙ୍କ ମାଆଙ୍କୁ ବିଳମ୍ବିତ ରାତି ୨ଟାରେ ଏକ ଫୋନ କଲ ଆସିଥିଲା ।

ସୂଚନାଅନୁଯାୟୀ, ମୃତ ଯୁବକ ଜଣଙ୍କ ହେଲେ ଦୁର୍ଗା ଚରଣ ମିଶ୍ର । ଗତକାଲି ରାତିରେ ଦୁର୍ଗା ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବା ଲାଗି ଘର ବାହାରକୁ ଯାଇଥିଲେ । ଜାଗମରା ଥିବା ଏକ ଓୟୋରେ ଏହି ବାର୍ଥ ଡ଼େ ପାର୍ଟିର ଆୟୋଜନା କରାଯାଇଥିଲା । ସେଠାରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ଦୁଇ ଜଣ ସାଙ୍ଗ ମଧ୍ଯ ଉପସ୍ଥିତ ଥିଲେ । ତେବେ ଆଜି ସକାଳୁ ଏହି ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତେବେ ଦୁର୍ଗାଙ୍କ ବେକ ଓ ହାତରେ କ୍ଷତ ଥିବା ଦେଖିବାକୁ ମିଳିଛି । ସେପଟେ ବାର୍ଥ ଡ଼େ ପାର୍ଟିକି ଡ଼ାକି ନେଇ ପୁଅକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଖଣ୍ତଗିରି ଥାନାରେ ଏତଲା ଦିଆଯାଇଛି । ଏନେଇ ପୋଲିସ ଯୁବକଙ୍କ ବନ୍ଧୁଙ୍କୁ ପଚରାଉଚରା ସହ କରିବା ସହ ତଦନ୍ତ ଜାରି ରଖିଛି । ରାତିରେ ପାର୍ଟି ଏପରି କଣ ଘଟିଥିଲା? କେଉଁ ପରିସ୍ଥିତିରେ ଦୁର୍ଗାଙ୍କର ମୃତ୍ୟୁ ଘଟିଲା? ସେନେଇ ଖୋଲତାଡ଼ ଚଲାଇଛି ପୋଲିସ ।

Also Read-Encounter: ଗର୍ଜିଲା କମିଶନରେଟ ପୋଲିସ ବନ୍ଧୁକ ,ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର

ପ୍ରକାଶଥାଉ, ନିକଟରେ ପପୁଲାର ଡିଜେ ଆଜେକ୍ସ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ ଦେଖିବାକୁ ମିଳିଥିଲା । ଏଥିରେ ପ୍ରଥମେ ତାଙ୍କ ବାନ୍ଧୀଙ୍କୁ ଦାୟୀ କରାଯାଇଥିଲା । ପରେ ଘଟଣା ଦିନକୁ ଦିନ ଭିନିନ ନୂଆ ମୋଡ଼ ନେଇଥିଲା । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ (DJ Azex Death Case) ନେଇ ପୋଲିସ୍ ହାତରେ ଲାଗିଥିଲା ଆଉ ଏକ ନୂଆ ସୁରାକ୍ । ଜଣେ ନୁହେଁ, ତିନି ଯୁବତୀଙ୍କୁ (3 girls)ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ(WhatsApp Group ) । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ । ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ ।

Also Read-ISRO: ପୁଣି ଇତିହାସ ରଚିଲା ଇସ୍ରୋ, ବ୍ରିଟେନର ୩୬ ଟି ଉପଗ୍ରହ ସହିତ ଭାରୀ LVM3 ରକେଟ୍ ଉତକ୍ଷେପଣ