Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...
Advertisement
Article Detail0/zeeodisha/odisha1794141

Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...

Tomato Price: ଟମାଟୋ ଦର ଖସିବା ନେଇ ଆସିଲା ସଂକେତ । ମାତ୍ର ୩୦ଟଙ୍କା ଦାମରେ ମିଳିବ ଆପଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପରିବା..

Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...

Tomato Price: ବର୍ତ୍ତମାନ ପରିବା ବଜାରରେ ଟମାଟୋର ଦର ପଚାରିବା ପରେ ଘରକୁ ଆଣିବାକୁ ମନ ହେଉନି । କାରଣ ଅଧିକାଂଶ ଅଞ୍ଚଳରେ ୧ଶହରୁ ୧୫୦ ଟଙ୍କା ମଧ୍ୟରେ ଟମାଟୋ (Tamato) ମିଳୁଥିବାବେଳେ କିଛି ସ୍ଥାନରେ ଟମାଟୋ କିଲୋଗ୍ରାମ (kilogram) ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । ତେବେ ଏପରି ସ୍ଥିତିରେ କେନ୍ଦ୍ର ସରକାର ସବସିଡି ଯୁକ୍ତ ଟମାଟୋ (Subsidized tomatoes)କୁ କେଜି ପିଛା ୭୦ଟଙ୍କାରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଖୁବ୍ ଶୀଘ୍ର ଟମାଟୋ ଦରରେ ପରିବର୍ତ୍ତନ (Change) ହେବାକୁ ଯାଉଛି । ମାତ୍ର ୩୦ଟଙ୍କାରେ ହୋଇପାରେ ଟମାଟୋ ଦର ।

କେବେ ହେବ ୩୦ ଟଙ୍କା ?

ଟମାଟୋ ଦର ଉପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ହେବାରୁ ଟମାଟୋ ମୂଲ୍ୟ ସାମାନ୍ୟ ହ୍ରାସ ପାଇବାରେ ଲାଗିଛି । ଅଗଷ୍ଟ ଦ୍ୱିତୀୟ ସପ୍ତାହ (Second week of August) ପର୍ଯ୍ୟନ୍ତ ଏହି ଧାରା ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଆଗକୁ ଟମାଟୋ ମୂଲ୍ୟ ଧିରେଧିରେ ହ୍ରାସ ଘଟିବ । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଟମାଟୋ ମୂଲ୍ୟ ସ୍ଥିର ହୋଇପାରେ । ବିଜନେସ୍ ଲାଇନ୍ ରିପୋର୍ଟ ହିସାବରେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଟମାଟୋର ମୂଲ୍ୟ କେଜି ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ରହିପାରେ ।

ଟମାଟୋ ସସ୍ ବ୍ୟବହାର କରନ୍ତୁ

ଜାତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ଏବଂ ବିକାଶ ଫାଉଣ୍ଡେସନ (NHRDF) ର ନିର୍ଦ୍ଦେଶକ ପି.କେ ଗୁପ୍ତାଙ୍କ କହିବା ଅନୁଯାୟୀ ଟମାଟୋ ଦର ସାଧାରଣ ଅବସ୍ଥାକୁ ଫେରିବା ପୂର୍ବରୁ ଆସନ୍ତା ୧୦ ଦିନ ମଧ୍ୟରେ ମୂଲ୍ୟ ସାମାନ୍ୟ ହ୍ରାସ ଘଟି ୫୦ଟଙ୍କା ପାର୍ଯ୍ୟନ୍ତ ଖସିପାରେ । ଅଫ୍ ସିଜିନର ଚାହିଦା ପୂରଣ କରିବା ପାଇଁ ଟମାଟୋ ସସ୍ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ (Advice) ଦେଇଛନ୍ତି ଶ୍ରୀଯୁକ୍ତ ପିକେ ଗୁପ୍ତା । କାରଣ ଟମାଟୋର ରେଫ୍ରିଜରେଟର (Refrigerator)ରେ ସର୍ବାଧିକ ୨୦ ଦିନ ପର୍ଯ୍ୟନ୍ତ ରହିଥାଏ । ଟମାଟୋ ରଖିବା ପାଇଁ ନିୟନ୍ତ୍ରିତ ବାତାବରଣ (CA) ଶୀତଳ ଭଣ୍ଡାର ବ୍ୟବହାର କରିବା ଆର୍ଥିକ ଦୃଷ୍ଟିରୁ ସକ୍ଷମ ନୁହେଁ, କାରଣ ସେଠାରେ ଆପଲ୍ (Apple) ରଖାଯାଏ ।

ଟମାଟୋର ମୂଲ୍ୟ ବୃଦ୍ଧିର କାରଣ

ପ୍ରତିବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଟମାଟୋ ମୂଲ୍ୟ ପ୍ରାୟତଃ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥାଏ । ଏହା ପଛର ମୁଖ୍ୟ କାରଣ ହେଉଛି କମ୍ ଉତ୍ପାଦନ ସହ ମୌସୁମୀ ବର୍ଷା (Monsoon rain)। ପୂର୍ବ କିଛି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା (Heavy rain) ହୋଇଛି । ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାଦ୍ୱାରା ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଖାଉଟିଙ୍କ ନିକଟକୁ ଟମାଟୋ ଯୋଗାଣ (Tomato supply)ରେ ଅନେକ ବାଧା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ବ୍ୟାପକ ଟମାଟୋ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏହିସବୁ କାରଣରୁ ଟମାଟୋ ଦର ଖୁବ୍ ଅଧିକ ହୋଇଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କେବଳ ଓଡ଼ିଶାରେ ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଦର ଅଧିକ ରହିଛି । ବଜାରର ଚାହିଦା ମୁତାବକ ଟମାଟୋ ବଜାରରେ ପହଞ୍ଚିପାରୁନଥିବା କାରଣରୁ ଚଢା ଦରରେ ଅନେକ ସ୍ଥାନରେ ଟମାଟୋ ବିକ୍ରି ହେଉଛି । ଟମାଟୋ ଦର ଅଧିକ ହୋଇଥିବା କାରଣରୁ ଅନେକ ରେଷ୍ଟୁରାଣ୍ଟ ଓ ହୋଟେଲର ଆଇଟମରୁ ମଧ୍ୟ ଟମାଟୋ ଗାଏବ୍ ହୋଇଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଅନଲାଇନ ଫୁଡ୍ ଡେଲିଭରୀ କରୁଥିବା କିଛି ସଂସ୍ଥା ମଧ୍ୟ ନିଜ ଆଇଟମରୁ ଟମାଟୋକୁ କିଛିଦିନ ପାଇଁ ବାଦ୍ ଦେଇଛନ୍ତି ।

Also Read- EPFO: ୨୦୨୨-୨୩ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ମିଳିବ ୮.୧୫ ପ୍ରତିଶତ ସୁଧ ହାର