Trending Photos
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆ (Social media)ର ଯୁଗ । ସତ ଖବର ହେଉ ଅବା ମିଛ ଖବର ସବୁକିଛି ଖୁବ୍ କମ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ଯାଉଛି । କିଛିଦିନ ହେବ ଭାରତୀୟ ମୁଦ୍ରା (indian rupees)କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ମଧ୍ୟ ଲାଗି ରହିଛି । କେହି କେହି ସୋସିଆଲ ମିଡିଆରେ ମିଥ୍ୟା ତଥା ଗୁଜବ ବାର୍ତ୍ତା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ଯାହାକୁ ସାଧାରଣ ଲୋକ ବିଶ୍ୱାସ କରି ଦ୍ୱନ୍ଦ (confuse)ରେ ପଡୁଥିବା ନଜିର ରହିଛି । ବିଶେଷ କରି ୫ ଶହ ଟଙ୍କିଆ ନୋଟ୍ ବନ୍ଦ, ୧ ହଜାର ଓ ୨ ହଜାର ଟଙ୍କା ନୋଟ୍ ସମ୍ଭନ୍ଧରେ ଅନେକ ଗୁଜବ ଦେଖିବାକୁ ମିଳୁଛି । ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ମୁଦ୍ରା ନୀତି କମିଟି (MPC)ର ଗୁରୁତ୍ୱପୂର୍ଣ୍ଣ ବୈଠକର ଶେଷ ଦିନରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ୩ ଦିନ ଧରି ଚାଲିଥିବା ଏହି ବୈଠକର ନିଷ୍ପତ୍ତି ସମ୍ପର୍କରେ ଆରବିଆଇ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦାସ ରେପୋ ହାରରେ କୌଣସି ପରିବର୍ତ୍ତନ ଘୋଷଣା କରିନଥିବାବେଳେ ସେ, ମୁଦ୍ରାସ୍ଫୀତି, ଜିଡିପି (GDP) ଏବଂ ଅର୍ଥନୀତିର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଆରବିଆଇ ଗଭର୍ଣ୍ଣର ମଧ୍ୟ ଦେଶରେ ୨ହଜାର ଏବଂ ୫ଶହ ଟଙ୍କା ନୋଟ ବିଷୟରେ କହିଥିଲେ । ଏହା ସହିତ ଏକଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ୧ହଜାର ଟଙ୍କାର ନୋଟ ଆଉଥରେ ଆସିବ କି ନାହିଁ ।
ଆରବିଆଇ ଗଭର୍ଣ୍ଣରଙ୍କ କହିବାନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସର୍କୁଲାରରୁ ନିଆଯାଇଥିବା ୨ ହଜାର ଟଙ୍କାର ନୋଟ ମଧ୍ୟରୁ ପ୍ରାୟ ପାଖାପାଖି ଅଧା ବ୍ୟାଙ୍କକୁ ଫେରି (return) ଆସିଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଗୁଡିକରେ ୨ହଜାର ଟଙ୍କା ନୋଟ୍ ଜମା କିମ୍ବା ବିନିମୟ ହୋଇପାରିବ । ପୁରୁଣା ୨ ହଜାର ଟଙ୍କାର ନୋଟ ଜମା କରି ଆପଣ ଅନ୍ୟ ନୋଟ୍ ଆଣିପାରିବେ ।
ପୁଣି ଫେରିବ କି ୧ ହଜାର ଟଙ୍କିଆ ନୋଟ୍ ?
ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । ୧ ହଜାର ଟଙ୍କିଆ ନୋଟର ପୁନ୍ନଃ ପ୍ରଚଳନ ହେବ କି ନାହିଁ ତାହାର ଚର୍ଚ୍ଚା ଆଲୋଚନା ସମାପ୍ତ (end) ହୋଇଛି । ଗଭର୍ଣ୍ଣର କହିଛନ୍ତି ଯେ, ୧ ହଜାର ଟଙ୍କିଆ ନୋଟ୍ ଛାପିବା ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ରାୟ ବ୍ୟାଙ୍କର କୌଣସି ଯୋଜନା ନାହିଁ । ୧ ହଜାର ଟଙ୍କିଆ ନୋଟ ସମ୍ପର୍କରେ ବର୍ତ୍ତମାନ ଯେଉଁ ସବୁ ଖବର ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଗୁଜବ । ତେଣୁ ଗୁଜବକୁ ବିଶ୍ୱାସ (believe) କରନ୍ତୁ ନାହିଁ । ଏଥିସହ ଆରବିଆଇ ଗଭର୍ଣ୍ଣର ଏକଥା ମଧ୍ୟ କହିଛନ୍ତି ଯେ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଏପ୍ରିଲ ୨୦୨୩ରେ ୧୮ ମାସର ୪.୭ ପ୍ରତିଶତକୁ ଖସି ଆସିଛି । ତଥାପି ଖୁଚୁରା ମୁଦ୍ରାସ୍ଫୀତି ହାର କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଧାରିତ ସୀମାଠାରୁ ଅଧିକ ଏବଂ ଆଗାମୀ ସମୟରେ ମୁଦ୍ରାସ୍ଫୀତିରୁ ଅଧିକ ଆରାମ ମିଳିବାର ଆଶା ନାହିଁ । ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ଚାରି ପ୍ରତିଶତରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆହୁରୀ କହିଛନ୍ତି ଯେ, ବିଶ୍ୱର ଅବସ୍ଥା ଏବଂ ମୌସୁମୀ (monsoon) ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇବ। ଚିନି, ଚାଉଳ (rice) ଏବଂ ଅନ୍ୟାନ୍ୟ ଦ୍ରବ୍ୟର ମୂଲ୍ୟ ଉପରେ ମୁଦ୍ରାସ୍ଫୀତି ପ୍ରଭାବ (effect) ପକାଇପାରେ ।
Also read- ବଡ଼ ସମସ୍ୟାରେ ପଡିଲା ZOMATO: ହଟାଇଲା ଅଳିଆ ବିଜ୍ଞାପନ