WhatsApp: ଆସନ୍ତାକାଲିରୁ ଏସବୁ ମୋବାଇଲରେ କାମ କରିବ ନାହିଁ ହ୍ୱାଟସ୍ ଆପ୍, ଲିଷ୍ଟରେ ନାହିଁ ତ ଆପଣଙ୍କ ଫୋନ୍?
Advertisement
Article Detail0/zeeodisha/odisha1552058

WhatsApp: ଆସନ୍ତାକାଲିରୁ ଏସବୁ ମୋବାଇଲରେ କାମ କରିବ ନାହିଁ ହ୍ୱାଟସ୍ ଆପ୍, ଲିଷ୍ଟରେ ନାହିଁ ତ ଆପଣଙ୍କ ଫୋନ୍?

WhatsApp Support: ଆଣ୍ଡ୍ରଏଡ୍ ଓ ପୁରୁଣା iOS ଭର୍ସନରେ ଚାଲୁଥିବା ଡିଭାଇସରେ ହ୍ୱାଟସ୍ ଆପ୍ ସପୋର୍ଟ ଆସନ୍ତାକାଲି ଠାରୁ ବନ୍ଦ ହୋଇଯିବ । ଆମେ ଏହି ଆର୍ଟିକିଲ ମାଧ୍ୟମରେ ସେହି ଫୋନର ଗୁଡିକର ଲିଷ୍ଟ ଜଣାଉଛୁ । ଆସନ୍ତୁ ଦେଖିବା...

 

ସାଙ୍କେତିକ ଛବି

WhatsApp Support: ଯଦି ଆପଣ ଆପଲ୍ Apple iPhone 6 ଫାର୍ଷ୍ଟ ଜେନେରେସନର iPhone SE କିମ୍ବା ପୁରୁଣା ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ରିପୋର୍ଟ ଅନୁଯାୟୀ, ମେଟା ମାଲିକାନା ହ୍ୱାଟସ୍ ଆପ୍ ଆସନ୍ତାକାଲି ଅର୍ଥାତ ୧ ଫେବୃଆରୀ ୨୦୨୩ ଠାରୁ କିଛି ପୁରୁଣା ସ୍ମାର୍ଟଫୋନରେ କାମ କରିବ ନାହିଁ । ଆଣ୍ଡ୍ରଏଡ୍ ଫୋନରେ ହ୍ୱାଟସ୍ ଆପ୍ ଚଲାଇବା ପାଇଁ ଏହା ଆଣ୍ଡ୍ରଏଡ୍ ଭର୍ସନ୍ ୪.୦.୩ କିମ୍ବା ଲଟେଷ୍ଟ ଭର୍ସନ ଚଲାଯାଇପାରିବ । ସେହିଭଳି iOS ଭର୍ସନ 12 ଓ ତଦୁର୍ଦ୍ଧ୍ୱ ଭର୍ସନକୁ ହ୍ୱାଟସ୍ ଆପ୍ ସପୋର୍ଟ କରେ । ପୁରୁଣା iOS ଭର୍ସନରେ ଚାଲୁଥିବା ଡିଭାଇସ ଗୁଡ଼ିକରେ ଆଉ ହ୍ୱାଟସ୍ ଆପ୍ ଚାଲିବ ନାହିଁ । ଏଠାରେ ଆମେ ଆପଣଙ୍କୁ ଏହାର ସମ୍ପୂର୍ଣ୍ଣ ଲିଷ୍ଟ ବିଷୟରେ କହିବୁ, ଯେଉଁ ଫୋନରେ ଆସନ୍ତାକାଲି ଠାରୁ ହ୍ୱାଟସ୍ ଆପ୍ ଚାଲିବ ନାହିଁ ।

ଏହି ଡିଭାଇସରେ କାମ କରିବ ନାହିଁ ହ୍ୱାଟସ୍ ଆପ୍

HT ଟେକ୍ ଏକ ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ଠାରୁ ହ୍ୱାଟସ୍ ଆପ୍ ଆପ୍ ଏହି ଡିଭାଇସରେ ଗୁଡ଼ିକରେ ସପୋର୍ଟ କରିବା ବନ୍ଦ କରି ଦେବ । ଆପଲ୍ ସ୍ମାର୍ଟଫୋନର ଆପଲ୍ ଆଇଫୋନ୍ 6 ଏସ୍, ଆପଲ୍ ଆଇଫୋନ୍ 6 ଏସ୍ ପ୍ଲସ୍ ଓ ଆପଲ୍ ଆଇଫୋନ୍ SE (ଫାର୍ଷ୍ଟ ଜେନେରେସନ୍) ରେ ହ୍ୱାଟସ୍ ଆପ୍ ଚିଲିବ ନାହିଁ ।

ଆସନ୍ତାକାଲି ଠାରୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସାମସଙ୍ଗ ଗାଲାକ୍ସି କୋର, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ ଲାଇଟ୍, ସାମସଙ୍ଗ ଗାଲାକ୍ସି ଏସ୍ 2, ସାମସଙ୍ଗ ଗାଲାକ୍ସି ଏସ୍ ମିନି, ସାମସଙ୍ଗ ଗାଲାକ୍ସି ଟ୍ରେଣ୍ଡ 2 ଓ ସାମସଙ୍ଗ ଗାଲାକ୍ସି ଏକ୍ସ କଭର 2 ରେ ହ୍ୱାଟସ୍ ଆପ୍ ସପୋର୍ଟ କରିବା ବନ୍ଦ କରିଦେବ ।

ଭିନ୍କୋ ଡାର୍କନାଇଟ୍ ଓ ଆର୍କୋସ୍ 53 ପ୍ଲାଟିନମ୍ ପରି ଅନ୍ୟ ଡିଭାଇସରେ ହ୍ୱାଟସ୍ ଆପ୍ ସପୋର୍ଟ କରିବା ବନ୍ଦ କରିଦେବ । ଏହା ବ୍ୟତୀତ ଆସନ୍ତାକାଲି ଠାରୁ ZTE V956 Umi X2, ZTE ଗ୍ରାଣ୍ଡ S ଫ୍ଲେକ୍ସ ଓ ZTE ଗ୍ରାଣ୍ଡ ମେମୋରେ ହ୍ୱାଟସ୍ ଆପ୍ ସପୋର୍ଟ କରିବା ବନ୍ଦ କରିଦେବ ।

ହୁଆୱେ ଆସେଣ୍ଡ ମେଟ୍, ହୁଆୱେ ଆସେଣ୍ଡ G740 ଓ ହୁଆୱେ ଆସେଣ୍ଡ D2 ରେ ମଧ୍ୟ ଆସନ୍ତାକାଲି ଠାରୁ ହ୍ୱାଟସ୍ ଆପ୍ ସପୋର୍ଟ କରିବା ବନ୍ଦ କରିଦେବ ।

ଏହି ତାଲିକା ଏଠାରେ ଶେଷ ହୋଇନାହିଁ, ଏହି ତାଲିକାରେ ଏକ ଲମ୍ବା ତାଲିକା ବାକି ଅଛି Lg Optimus L3 Ii Dual, Lg Optimus L5 Ii, Lg Optimus F5, Lg Optimus L3 Ii, Lg Optimus L7ii, Lg Optimus L5 Dual, Lg Optimus L7 Dual, These Lg Optimus F3, Lg Optimus F3q, Lg Optimus L2 Ii, Lg Optimus L4 Ii, Lg Optimus F6, Lg Act, Lg Lucid 2 ଓ  Lg Optimus F7 ମଧ୍ୟ ଆସନ୍ତାକାଲି ଠାରୁ ହ୍ୱାଟସ୍ ଆପ୍ ସପୋର୍ଟ କରିବା ବନ୍ଦ କରିଦେବ ।

ଆସନ୍ତାକାଲି ଠାରୁ ସୋନି Xperia M, Lenovo A820, Feya F1thl W8 Vico Sync Five ରେ ହ୍ୱାଟସ୍ ଆପ୍ ସପୋର୍ଟ କରିବା ବନ୍ଦ କରିଦେବ ।

ରିପୋର୍ଟ ଅନୁଯାୟୀ, ଆସନ୍ତାକାଲି ଠାରୁ ଅର୍ଥାତ୍ ଫେବୃଆରୀ ୧ ରୁ ହ୍ୱାଟସ୍ ଆପ୍ ଏହି ସମସ୍ତ ଡିଭାଇସରେ ବନ୍ଦ ହୋଇଯିବ । ହ୍ୱାଟସ୍ ଆପ୍ ଏହି ଡିଭାଇସରେ କାମ କରିବା ବନ୍ଦ କରିବ ।