Gyanvapi ASI Survey: ଜ୍ଞାନବ୍ୟାପୀ ମାମଲାରେ ସାର୍ବଜନୀନ ହେଲା ଏଏସଆଇ ରିପୋର୍ଟ
Advertisement
Article Detail0/zeeodisha/odisha2078740

Gyanvapi ASI Survey: ଜ୍ଞାନବ୍ୟାପୀ ମାମଲାରେ ସାର୍ବଜନୀନ ହେଲା ଏଏସଆଇ ରିପୋର୍ଟ

Gyanvapi ASI Survey Report: ଜ୍ଞାନବ୍ୟାପୀ ବିବାଦ ମାମଲାରେ ଏଏସଆଇ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ  ଗୁରୁବାର ସାର୍ବାଜନୀନ କରାଯାଇଛି। 

Gyanvapi ASI Survey: ଜ୍ଞାନବ୍ୟାପୀ ମାମଲାରେ ସାର୍ବଜନୀନ ହେଲା ଏଏସଆଇ ରିପୋର୍ଟ

ASI Report on Gyanvapi Survey: ଜ୍ଞାନବ୍ୟାପୀ ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଗୁରୁବାର ସାର୍ବାଜନୀନ କରାଯାଇଛି। ଏହି ରିପୋର୍ଟ ଉଭୟ ଉଭୟ ପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ହିନ୍ଦୁ ପକ୍ଷରୁ ମାମଲା ଲଢୁଥିବା ଓକିଲ ବିଷ୍ଣୁ ଜୈନ ଏଏସଆଇ ରିପୋର୍ଟ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କଥାକୁ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଏଏସଆଇ ସର୍ଭେ ରିପୋର୍ଟ ମାଧ୍ୟମରେ ମିଳିଥିବା ସମସ୍ତ ତଥ୍ୟକୁ ଡକ୍ୟୁମେଣ୍ଟ କରାଯାଇଛି। ଏନେଇ ହୋଇଥିବା ବୈଜ୍ଞାନିକ ସର୍ଭେ କୌଣସି ଜନିଷକୁ ବିନା ରକଣସି କ୍ଷତି ନକରି ବୈଜ୍ଞାନିକ ସର୍ଭେ କରାଯାଇଛି।

କରିଡର ପାର୍ଶ୍ୱରେ ରହିଛି କୂଅ 
ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନା କହିଛନ୍ତି ଯେ କରିଡର ପାଖରେ ଏକ କୂଅ ମିଳିଥିଲା। ଏଠାରେ ମିଳିଥିବା ପୂର୍ବ ସରଞ୍ଚନା ଅନୁଯାୟୀ ଏଠାରେ ଏକ ବହୁତ ବଡ ହିନ୍ଦୁ ମନ୍ଦିର ରହିଥିଲା। ଏଏସଆଇର ଜିଆରପି ସର୍ଭେ ଅନୁଯାୟୀ ହିନ୍ଦୁ ମନ୍ଦିରର ସ୍ତମ୍ଭ ଉପରେ ନିର୍ମାଣ କାର୍ଯ୍ୟ କରାଯାଇଛି। ଏହା କୁହାଯାଇପାରେ ଯେ ଏଠାରେ ଏକ ବିଶାଳ ହିନ୍ଦୁ ମନ୍ଦିର ରହିଥିଲା। ଏଏସଆଇ ରିପୋର୍ଟ ଅନୁଯାୟୀ ମସଜିଦ ପୂର୍ବରୁ ଏହା ଏକ ହିନ୍ଦୁ ମନ୍ଦିର ରହିଥିଲା। ଏଏସଆଇ ରିପୋର୍ଟ ଅନୁଯାୟୀ ସର୍ଭେ ସମୟରେ ଏକ ପଥର ମିଳିଛି। ଯେଉଁଥିରେ ପାର୍ସୀ ଭାଷାରେ ମୋଗଲ ଶାସକ ଔରଙ୍ଗଜେବଙ୍କ ଆଦେଶ ଲେଖା ଯାଇଛି। ସେଥିରେ ମନ୍ଦିର ଭାଙ୍ଗିବାର ଆଦେଶ ସମ୍ପର୍କରେ ଲେଖାଯାଇଛି। ଏହି ପଥର ଭାଙ୍ଗି ଯାଇଛି, ଯାହା ଏକ କୋଠରୀ ମଧ୍ୟରୁ ମିଳିଥିଲା। ମସଜିଦ ନିର୍ମାଣ ତାରିଖ ମଧ୍ୟ ଏଥିରେ ଲେଖାଯାଇଛି। ଯାହାକୁ ଲିଭାଇ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସ୍ତମ୍ଭ ଏବଂ ପ୍ଲାଷ୍ଟର ଯାହା ବର୍ତ୍ତମାନ ମହଜୁଦ ରହିଥିବା  ମସଜିଦର ଅଂଶ ବିଶେଷ, ତାହା ହେଉଛି ପୁରୁଣା ବଡ ମନ୍ଦିରର ଏକ ଅଂଶ। ଯାହାକୁ ସାମାନ୍ୟ ପରିବର୍ତ୍ତନ ପରେ ମସଜିଦ ପାଇଁ ବ୍ୟବହାର କରାଯାଇଛି। ଯାହା ହିନ୍ଦୁ ମନ୍ଦିର ପାଇଁ କରାଯାଇଥିବା ସ୍ତମ୍ଭ ଭିତରେ ଖୋଦିତ ହୋଇଛି।

 

ମସଜିଦ ପାଇଁ ବ୍ୟବହୃତ ହୋଇଥିଲା ଏହି ସ୍ତମ୍ଭ  
ଏଏସଆଇ ରିପୋର୍ଟ ସମ୍ପର୍କରେ ମତ ରଖି ବିଷ୍ଣୁ ଜୈନ କହିଛନ୍ତି ଯେ ଏହାର ମୂଳଦୂଆରେ ରହିଥିବା ପୂର୍ବ ସ୍ତମ୍ଭ ମସଜିଦ ପାଇଁ ବ୍ୟବହୃତ ହେଉଥିଲା। ସେଠାରେ ଯେଉଁ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି ମିଳିଥିଲା ତାହାକୁ ଚାପି ଦିଆଯାଇଛି। ପଶ୍ଚିମ ଦିଗରେ ରହିଥିବା କାନ୍ଥ ମଧ୍ୟ ହିନ୍ଦୁ ମନ୍ଦିରର ଏକ ଅଂଶ। ବଜୁ ଖାନା ଉପରେ ସର୍ଭେ କରିବା ପାଇଁ ହୋଇଥିବା ଦାବିକୁ ଆମେ ଦୋହରାଉଛୁ। ବାବା ବିଶ୍ୱନାଥ ସେଠାରେ ଉପସ୍ଥିତ ଅଛନ୍ତି। ସେଠାରେ ଏକ ହିନ୍ଦୁ ମନ୍ଦିର ରହିଥିଲା। ଯାହାକୁ ସପ୍ତଦଶ ଶତାବ୍ଦୀରେ ଭାଙ୍ଗି ଦିଆଯାଇଥିଲା। ବିଷ୍ଣୁ ଜୈନ କହିଛନ୍ତି କରିଡର ପାଖରେ ଏକ କୂଅ ମିଳିଥିଲା। ଏଠାରେ ମିଳିଥିବା ପୂର୍ବ ସରଞ୍ଚନା ଦର୍ଶାଉଛି ଯେ ଏଠାରେ ଏକ ବିଶାଳ ଭବ୍ୟ ମନ୍ଦିର ରହିଥିଲା। ଏଏସଆଇ ଜିଆରପି ସର୍ଭେ ଅନୁଯାୟୀ ହିନ୍ଦୁ ମନ୍ଦିରର ସ୍ତମ୍ଭ ଉପରେ ନିର୍ମାଣ କାର୍ଯ୍ୟ କରାଯାଇଛି। ଏହା କୁହାଯାଇପାରେ ଯେ ଏଠାରେ ଏକ ବିଶାଳ ହିନ୍ଦୁ ମନ୍ଦିର ରହିଥିଲା। ଏଏସଆଇ ରିପୋର୍ଟ ଅନୁଯାୟୀ ମସଜିଦ ପୂର୍ବରୁ ଏକ ହିନ୍ଦୁ ମନ୍ଦିର ରହିଥିଲା।

ଜ୍ଞାନବ୍ୟାପୀ ମାମଲାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ମୁସଲିମ ପକ୍ଷକୁ ମଧ୍ୟ ଦିଆଯାଇଛି। ଏହା ଉପରେ ମୁସଲିମ ପକ୍ଷର ଓକିଲ ଏକଲାଖ ଅହମ୍ମଦ କହିଛନ୍ତି ଯେ ସର୍ଭେ ରିପୋର୍ଟ ପଢିବା ପରେ ଆମେ କୌଣସି ବିବୃତ୍ତି ଦେବୁ।