Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି
Advertisement

Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି

Weather Update: ବଙ୍ଗୋପସାଗରରେ (Bay of Bengal) ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ଏହି ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି । 

ସୌ(ସୋସିଆଲ ମିଡିଆ)

Weather Update: ଶନିବାର ଦିନଠାରୁ ବର୍ଷାର ପରିମାଣ ବଢିବା ସହ ଅଧି୍କାଂଶ ସ୍ଥାନରେ ପ୍ରବଳ ବର୍ଷା (Heavy rain) ହେବା ନେଇ ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏନେଇ ରାଜ୍ୟର ପ୍ରାୟ ୯ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ(Yellow alert)  ଜାରି କରାଯାଇଛି । ବଙ୍ଗୋପସାଗରରେ (Bay of Bengal) ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ଲାଗି ଏହି ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ବୌଦ୍ଧ, କନ୍ଧମାଳ, କଳାହାଣ୍ତି, ସମ୍ବଲପୁର, ଅନୁଗୁଳ, ବରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ବାଦ ଦେଳ ଅନ୍ୟ ସବୁ ସ୍ଥାନରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ସୂଚନାଥାଉ କି, ୭ ତାରିଖ ଅର୍ଥାତ୍ ରବିବାର ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଆଗାମୀ ୧୦ ଓ ୧୧ ତାରିଖରେ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ଆସନ୍ତା ୧୦ ତାରିଖରେ ବଙ୍ଗୋପସାଗରରେ (Bay of Bengal) ଆଉ ଏକ ଘୂର୍ଣ୍ଣିବଳୟ (Hurricane ) ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୨ ଓ ୧୩ ତାରିଖରେ ରାଜ୍ୟରେ ଭଲ ବର୍ଷା ହେବ । ସୂଚନା ଥାଉ କି, ଭାରତକୁ ମୌସୁମୀ ଛୁଇଁଥିବା ବେଳେ ଦେଶର ବହୁ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ନିଅଣ୍ଟିଆ ବର୍ଷା ହୋଇଛି । ଏପରିକି କିଛି ସ୍ଥାନରେ ୫୦ ପ୍ରତିଶତରୁ ମଧ୍ୟ କମ୍ ବର୍ଷା ହୋଇଛି ।

Also Read-Accident News: ସକାଳୁ ସକାଳୁ ବଡ଼ ଅଘଟଣ, ରେଲୱ ଟ୍ରାକ୍ ଉପରକୁ ଚଢିଗଲା ଘରୋଇ ଯାତ୍ରୀବାହୀ ବସ୍

ସେହିପରି ରାଜ୍ୟରେ ଚଳିତ ବର୍ଷ ମୌସୁମୀ (Monsoon) ବିଳମ୍ବରେ ଆସିଥିବା ବେଳେ ଜୁନ୍ ମାସରେ ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରିପୋର୍ଟ କହୁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେବା ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷାର ପରିମାଣ କମିବା ସହ ତାପମାତ୍ରା ବୃଦ୍ଧି ପାଇଥିଲା । ଅନ୍ୟପଟେ ବାୟୁମଣ୍ତଳର ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବଢିଥିଲା । ବିଳମ୍ବିତ ମୌସୁମୀ (Monsoon) ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି । ଗତ ୨ ଦିନ ବର୍ଷା କିଛି ପରିମାଣ ଭରଣା କରିଥିବା ସତ୍ତ୍ବେ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ସ୍ଥିତି ଏବେ ବି ଜାରି ରହିଛି । ଆସନ୍ତା ୧୧ ତାରିଖ ଯାଏଁ ଭଲ ବର୍ଷା ସମ୍ଭାବନା ଥିବାରୁ ଏହି ନିଅଣ୍ଟିଆ ସ୍ଥିତି କିଛି ମାତ୍ରାରେ ଭରଣ ହୋଇପାରିବ ବୋଲି ଆଶା କରାଯାଉଛି ।

Also Read-Odisha News: ଡ଼େଙ୍ଗୁ ପରେ ରାଜ୍ୟରେ ଆଖିଧରା ସଂକ୍ରମଣ ଆତଙ୍କ, ହଟସ୍ପଟ୍ ପାଲଟିଛି ଏହି ସ୍ଥାନ

Also Read-Odisha Vegetables Price: ଶ୍ରାବଣରେ ଆକାଶ ଛୁଆଁ ପରିବା ଦର, ଜାଣନ୍ତୁ ବଜାରରେ କେଉଁ ପରିବାର ଦର ଆଜି କେତେ ?