Weather Update: ୪ରେ ଲଘୁଚାପ, ୩ରୁ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା!
Advertisement
Article Detail0/zeeodisha/odisha1762356

Weather Update: ୪ରେ ଲଘୁଚାପ, ୩ରୁ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ନେଇ ସମ୍ଭାବନା!

Weather Update: ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବା ବେଳେ ଆର୍ଦ୍ରତା ରହିଥିଲା ୫୭% । ସେହିପରି ଶନିବାର ଦିନ ଉପକୂଳ ଓଡ଼ିଶା ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭0%ରୁ ଅଧିକ ରହିଥିଲା । ଫଳରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।

ସୌ(ସୋସିଆଲ ମିଡିଆ)

Weather Update: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁଁ ରାଜ୍ୟରେ ଗତ କିଛି ଦିନ ହେବ ବର୍ଷାର ପରିମାଣ କମିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇଛି । ଏହାସହ ବାୟୁମଣ୍ତଳରେ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ମଧ୍ଯ ବଢିଛି । ଏମିତିକି ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବା ବେଳେ ଆର୍ଦ୍ରତା ରହିଥିଲା ୫୭% । ସେହିପରି ଶନିବାର ଦିନ ଉପକୂଳ ଓଡ଼ିଶା ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭0%ରୁ ଅଧିକ ରହିଥିଲା । ଫଳରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ ।

ସୂଚନା ଥାଉ କି, ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ (Bay of Bengal) ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା (Heavy Rain) ହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାରେ ୫ ତାରିଖରୁ ମଧ୍ଯମରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହାପରେ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କମ୍ ବର୍ଷା ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଜୁଲାଇ ୯ ତାରିଖରୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ ତାରିଖରେ ମଧ୍ଯ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାର ପ୍ରଭାବରେ ୯ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ ।

 

ସେପଟେ, ପୂର୍ବ-ପଶ୍ଚିମ ନିମ୍ନ ଚାପ ରେଖା ପଞ୍ଜାବରୁ ମଣିପୁର ଯାଏ ଲମ୍ବିଥିବା ବେଳେ ଏହାର ଅବସ୍ଥାନ ପୂର୍ବ ଭାଗରେ ହିମାଳୟ ପାଦଦେଶ  ନିକଟରେ ରହିଛି । ଏହି ନିମ୍ନଚାପ ରେଖା ଓଡ଼ିଶାଠାରୁ ଯଥେଷ୍ଟ ଉତ୍ତରରେ ଥିବାରୁ ରାଜ୍ୟରେ ଗତ ୩ ଦିନ ଧରି ମୌସୁମୀ ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ମୌସୁମୀ (Monsoon) ଦୁର୍ବଳ ହୋଇଛି । ତେବେ ରବିବାର ଦିନ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଗଜପତି, ଢେଙ୍କାନାଳ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ସୋମବାର ଦିନ ମାଲକାନଗିରି, ନବରଙ୍ଗପୁର, ଗଜପତି, କଳାହାଣ୍ତି, ଗଞ୍ଜାମ ଓ ରାୟଗଡ଼ା ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଭଦ୍ରକ, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, କଳାହାଣ୍ତି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ-Rath Yatra 2023: ରତ୍ନବେଦୀରୁ ଦର୍ଶନ ଦେବେ ଶ୍ରୀଜିଉ, ଆଜିଠାରୁ ମିଳିବ ନୀଳାଚଳ ଅବଢା

ଏହା ବି ପଢନ୍ତୁ-ACF Soumya Death Case: ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ଜେଲ୍ ଯିବେ ଏହି ତିନି ଅଭିଯୁକ୍ତ!

ଏହା ବି ପଢନ୍ତୁ-Odisha Train Accident: ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ ହେଉଛନ୍ତି ଏମାନେ!