Weather Update: ୫୨ ଡିଗ୍ରୀ ତାତିରୁ ରାଜଧାନୀବାସୀଙ୍କୁ ମିଳିଲା ଆଶ୍ୱସ୍ତି, ଛେଚିଲା ବର୍ଷା
Advertisement
Article Detail0/zeeodisha/odisha2269235

Weather Update: ୫୨ ଡିଗ୍ରୀ ତାତିରୁ ରାଜଧାନୀବାସୀଙ୍କୁ ମିଳିଲା ଆଶ୍ୱସ୍ତି, ଛେଚିଲା ବର୍ଷା

Delhi Weather Updates: ସନ୍ଧ୍ୟା ପୂର୍ବରୁ ଦିଲ୍ଲୀ ଏବଂ ନୋଏଡାରେ ପାଗରେ ପରିବର୍ତ୍ତନ ହୋଇଥିଲା । ପ୍ରବଳ ପବନ ସହିତ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ଆରାମ ମିଳିଛି ।

Weather Update: ୫୨ ଡିଗ୍ରୀ ତାତିରୁ ରାଜଧାନୀବାସୀଙ୍କୁ ମିଳିଲା ଆଶ୍ୱସ୍ତି, ଛେଚିଲା ବର୍ଷା

Delhi Weather Updates: ପ୍ରବଳ ଗରମରୁ ଦିଲ୍ଲୀବାସୀଙ୍କୁ ମିଳିଛି ଆଶ୍ୱସ୍ତି । ଆଜି ଦିନରେ ଦିଲ୍ଲୀର ତାପମାତ୍ରା ରେକର୍ଡ ଭାଙ୍ଗି ୫୨.୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଯାହା ୨ଟା ୩୦ ସମୟରେ ମୁଙ୍ଗେଶପୁରରେ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିଲା । ତେବେ ଖୁସିର କଥା ହେଉଛି ସନ୍ଧ୍ୟା ପୂର୍ବରୁ ଦିଲ୍ଲୀ ଏବଂ ନୋଏଡାରେ ପାଗରେ ପରିବର୍ତ୍ତନ ହୋଇଥିଲା । ପ୍ରବଳ ପବନ ସହିତ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ଆରାମ ମିଳିଛି ।

ସୂଚନା ମୁତାବକ, ବର୍ଷା ସହିତ ପ୍ରବଳ ପବନ ଏବଂ ଘଡଘଡି ମଧ୍ୟ ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିଛି । କିଛି ସମୟ ବର୍ଷା ହେବା କାରଣରୁ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ ଅପରାହ୍ମ ସମୟରେ ବର୍ଷା ହୋଇଥିବାରୁ ଦିଲ୍ଲୀବାସିନ୍ଦା ଆଜିର ବର୍ଷାକୁ ଖୁବ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ ଏବଂ ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ପାଗ ମଧ୍ୟ ବଦଳଛି। ତେବେ ପ୍ରବଳ ପବନ ବହିବା କାରଣରୁ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗିଥିବା ସୂଚନା ମିଳିଛି । ବର୍ଷା, ପବନ ଏବଂ ବଜ୍ରପାତ ଜନିତ କ୍ଷୟକ୍ଷତି ସାମ୍ନାକୁ ଆସିନାହିଁ ।

Also Read- ପର ATMରୁ ୨୫ ହଜାର ଟଙ୍କା ଉଠାଇ ଘରକୁ ଆଣିଲା ପୁଅ, ପୋଲିସରେ ଦେଲେ ବାପା

Also Read- Guru Krittika Nakshatra Gochar: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ୩ ରାଶିକୁ ଆର୍ଥିକ ଲାଭ