Viral Video: ଦୁର୍ଘଟଣାରେ ଜେଜେଙ୍କ ମୃତ୍ୟୁ ପରେ ଏପରି କାମ କରୁଛନ୍ତି ନାତୁଣୀ, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1624956

Viral Video: ଦୁର୍ଘଟଣାରେ ଜେଜେଙ୍କ ମୃତ୍ୟୁ ପରେ ଏପରି କାମ କରୁଛନ୍ତି ନାତୁଣୀ, ଭିଡ଼ିଓ ଭାଇରାଲ

Viral Video: ଲକ୍ଷ୍ନୌରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଏକ ଦୁର୍ଘଟଣା ପରେ ଯୁବତୀଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା । ତାପରେ କିଛି ଏପରି କାମ କରିବାକୁ ସେ ନିଷ୍ପତ୍ତି ନେଇଥିଲେ ।

ସୌ(ସୋସିଆଲ ମିଡିଆ)

Viral Video: ମଣିଷ ଜୀବନରେ ଏପରି ଅନେକ ଘଟଣା, ଦୁର୍ଘଟଣା ଘଟିଥାଏ ଯାହା ଜୀବନରେ ବିରାଟ ପରିବର୍ତ୍ତନ ଆଣିଥାଏ । ତେବେ ଏହି ଘଟଣା ଭଲ ସକରାତ୍ମକ ହୋଇପାରେ କିମ୍ବା ନକରାତ୍ମକ ମଧ୍ଯ ହୋଇପାରେ । ନିକଟରେ ଲକ୍ଷ୍ନୌରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଏକ ଦୁର୍ଘଟଣା ପରେ ଯୁବତୀଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା । ତାପରେ କିଛି ଏପରି କାମ କରିବାକୁ ସେ ନିଷ୍ପତ୍ତି ନେଇଥିଲେ ।

ଆଇଆରଏସ ଅଧିକାରୀ ଅନନ୍ତ ରୁପାନାଗୁଡି(Ananth Rupanagudi) ନିକଟରେ ନିଜ ଟ୍ବଟର ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରେ ଲକ୍ଷ୍ନୌର ଖୁସି ପାଣ୍ତଙ୍କ(Khusi Pandey) ଜୀବନକୁ ନେଇ ଲେଖାଯାଇଛି । ଏହି ଭାଇରାଲ ଭିଡ଼ିଓରେ ୨୨ ବର୍ଷିୟା ଯୁବତୀ ଖୁସି ରାସ୍ତାରେ ଯାଉଥିବା ଲୋକମାନଙ୍କ ସାଇକେଲରେ ଲାଇଟ ଲଗାଉଥିବା ଦେଖିବାକୁ ମିଳିଛି । କେବଳ ଗୋଟେ କିମ୍ବା ଦୁଇଟି ନୁହେଁ ଖୁସି ରାସ୍ତାରେ ଯାଉଥିବା ସମସ୍ତ ସାଇକେଲରେ ଲାଇଟ ଲଗାଇବାକୁ ଚେଷ୍ଟା ଜାରି ରଖି୍ଛନ୍ତି । ତେବେ ଏହା ପଛରେ ଖୁସିଙ୍କର କାରଣ ବହୁତ ଦୁଃଖଦାୟକ ଅଟେ ।

ପଛରେ ରହିଛି ଏହି କାରଣ

୨୦୨୦ ମସିହାରେ ଖୁସିଙ୍କ ଜେଜେ ବାପାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କ ଜେଜେବାପା ସାଇକେଲ ଯୋଗେ କୌଣସି ଏକ ସ୍ଥାନକୁ ଯାଉଥିଲେ । ରାସ୍ତା ଅନ୍ଧାର ହୋଇଥିବାରୁ କାର ଚାଳକ ଜଣକ ତାଙ୍କୁ ଦେଖିପାରିନଥିଲେ । ଫଳରେ ତାଙ୍କ ଜେଜେଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରେ ରାସ୍ତାରେ ଅନ୍ଧକାରରେ ଯାଉଥିବା ଲୋକଙ୍କ ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡ଼ିଥିଲେ ଖୁସି(Lucknow girl light on cycle video) । ଯୁବତୀ ଜଣକ ରାସ୍ତାରେ ଯାଉଥିବା ଲୋକଙ୍କ ସାଇକେଲରେ ଲାଲ ରଙ୍ଗର ଲାଇଟ ଲଗାଇବା ଆରମ୍ଭ କରିଥିଲେ । ଏହି ଲାଲ ରଙ୍ଗର ଲାଇଟ ଅନ୍ଧକାରରେ ଜଳଜଳ ହୋଇ ଦେଖାଯାଇଥାଏ। ଫଳରେ ରାସ୍ତାରେ ସାଇକେଲରେ ଯାଉଥିବା ଲୋକମାନଙ୍କୁ ଦେଖିବା ସହଜ ହେବ । ସେବେଠାରୁ ଖୁସି ପ୍ରାୟ ୧୫୦୦ଟି ସାଇକେଲରେ ଏହି ଲାଲ ରଙ୍ଗର ଲାଇଟ୍(Girl put red light on cycles) ଲଗାଇସାରିଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖୁସି ମାଗଣାରେ ଏହି କାର୍ଯ୍ୟ କରିଆସୁଛନ୍ତି । ଲୋକଙ୍କ ସାଇକେଲରେ ଲାଇଟ ଲଗାଇବା ନେଇ ସେ କୌଣସି ଟଙ୍କା ନିଅନ୍ତି ନାହିଁ । କେହି ତାଙ୍କ ପରିଜନକୁ ଯେପରି ନ ହରାନ୍ତୁ ସେଥିଲାଗି ଖୁସି ଏପରି କାମ କରୁଥିବା କହିଛନ୍ତି ।

Also Read-Weird News: ଏମିତି ଏକ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତ ଅନ୍ଧ, ପଛରେ ରହିଛି ଏହି କାରଣ

ତେବେ ଖୁସିଙ୍କର ଏହି ଭିଡ଼ିଓଟି ବେଶ ଭାଇରାଲ( Viral Video) ହେବାରେ ଲାଗିଛି । ବହୁ ୟୁଜର୍ସ ଏହି ଭିଡ଼ିଓକୁ ଲାଇକ କରିଥିବା ଦେଖିବାକୁ ମିଳିଛି । କେତେକ ଲୋକ ଖୁସିଙ୍କୁ ଏଭଳି ମହତ କାମ ପାଇଁ  ପ୍ରସଂଶା କରିଛନ୍ତି । ଏହି ଭିଡ଼ିରେ କମେଣ୍ଟ କରି ଜଣେ ୟୁଜର୍ସ ଲେଖିଛନ୍ତି ‘ବହୁତ ଭଳ କାମ, କିନ୍ତୁ ଆମ ଦେଶରେ କୌଣସି ଜିନିଷ ସୁରକ୍ଷିତ ନୁହେଁ, ମୁଁ ମୋ ସାଇକେଲରେ ଦୁଇଥର ଲାଇଟ ଲଗାଇଥିଲି କିନ୍ତୁ ତାହା ଚୋରି ହୋଇଯାଇଛି ‘। ଅନ୍ୟ ଜଣେ କହିଛନ୍ତି ଯେ,  ‘ସାଇକେଲ କମ୍ପାନୀ ଗୁଡିକ ବର୍ତ୍ତମାନ ଏଥିରେ ସୁରକ୍ଷା ଉପକରଣ ଲଗାଇବା ଉଚିତ୍ । ଯେଉଁ କାମ ସରକାର ବା ବଡ଼ ବଡ଼ କମ୍ପାନୀ କରିବା କଥା ସେହି କାମ ଏହି ଯୁବତୀ କରୁଛନ୍ତି’ ।