Ayodhya Ram Mandir: ଅଯୋଧ୍ୟା ନଗରୀରେ କିପରି ରହିବ ସୁରକ୍ଷା ବ୍ୟବସ୍ଥା?
Advertisement
Article Detail0/zeeodisha/odisha2063192

Ayodhya Ram Mandir: ଅଯୋଧ୍ୟା ନଗରୀରେ କିପରି ରହିବ ସୁରକ୍ଷା ବ୍ୟବସ୍ଥା?

Ayodhya Ram Mandir Pran Pratishtha Ceremony: ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ ସମଗ୍ର ଅଯୋଧ୍ୟା ସହରକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। 

 

Ayodhya Ram Mandir: ଅଯୋଧ୍ୟା ନଗରୀରେ କିପରି ରହିବ ସୁରକ୍ଷା ବ୍ୟବସ୍ଥା?

Security Arrangements for Pran Pratishtha Ceremony Ayodhya: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମ ପୂର୍ବରୁ ସମଗ୍ର ଅଯୋଧ୍ୟା ସହରକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ଅଯୋଧ୍ୟା ନଗରୀର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଯୋଧ୍ୟା ନଗରୀରେ ଭଗବାନ ଶ୍ରୀରାମଙ୍କ ସୁରକ୍ଷା ପାଇଁ ସୈନିକଙ୍କୁ ନିୟୋଜିତ କରାଯାଇଛି। ଯେଉଁ ସୈନିକଙ୍କୁ ଶ୍ରୀରାମଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ସେମାନେ ନାଁ ଉତ୍ତର ପ୍ରଦେଶ ପୋଲିସ୍ କିମ୍ବା ସାମରିକ ବାହିନୀ ସହ ଜଡ଼ିତ ଅଛନ୍ତି। ସେମାନେ ହେଉଛନ୍ତି ଉତ୍ତର ପ୍ରଦେଶ ପୋଲିସ ବାହିନୀର ସ୍ୱତନ୍ତ୍ର ସୁରକ୍ଷା ବଳର ସୈନିକ। ୟୁପିଏସଏସଏଫ ନାମରେ ପରିଚିତ ସୈନିକଙ୍କୁ ରାମ ମନ୍ଦିର ସୁରକ୍ଷା ପାଇଁ ନିୟୋଜିତ କରାଯିବ। ୟୁପିଏସଏସଏଫ ସୈନିକ ରାମ ମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ। ୟୁପିଏସଏସଏଫ ସୈନିକଙ୍କ ସହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀ ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ରାମ ମନ୍ଦିରକୁ ଯାଉଥିବା ରାସ୍ତାରେ  ୟୁପିଏସଏସଏଫ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ୟୁପିଏସଏସଏଫ ହେଉଛି ଉତ୍ତର ପ୍ରଦେଶ ପୋଲିସ ବାହିନୀର ଏକ ସ୍ୱତନ୍ତ୍ର ଶାଖା ଯାହା ଗତ ୨୦୨୦ ବର୍ଷରେ ଗଠିତ ହୋଇଥିଲା।

ୟୁପିଏସଏସଏଫ କ'ଣ?
ଅଯୋଧ୍ୟା ସୁରକ୍ଷା ଦାୟିତ୍ୱରେ ୟୁପିଏସଏସଏଫ ବାହିନୀର ୯ ବାଟାଲିୟନ ନିୟୋଜିତ ହୋଇଛନ୍ତି। ଯେଉଁଥିରେ ପ୍ରାୟ ୧ ହଜାର ସୈନିକ ସାମିଲ ହୋଇଛନ୍ତି। ୟୁପିଏସଏସଏଫ ସୈନିକଙ୍କୁ ଏନଏସଜି କମାଣ୍ଡୋ ତାଲିମ ପ୍ରଦାନ କରିଛନ୍ତି। ସେମାନଙ୍କୁ ୩ ମାସର ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ୟୁପିଏସଏସଏଫ କର୍ମଚାରୀଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧ ଶାଖା ୟୁପିଏଟିଏସ କମାଣ୍ଡୋ ମଧ୍ୟ ଅଯୋଧ୍ୟା ସହରରେ ଉପସ୍ଥିତ ଅଛନ୍ତି। ସେମାନେ ସହରର ମୁଖ୍ୟ ଛକ ଅଥବା ସ୍ଥାନରେ ସଶସ୍ତ୍ର ଯାନ ସହିତ ନିୟୋଜିତ ହୋଇଛନ୍ତି। ଅଯୋଧ୍ୟା ଉପରେ ନଜର ରଖିବା ପାଇଁ ଉନ୍ନତ ଜ୍ଞାନକୌଶଳ ମଧ୍ୟ ବ୍ୟବହାର କରାଯାଉଛି। ଆକାଶ ମାର୍ଗରୁ ଅଯୋଧ୍ୟା ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି।

Also Read: Also Read: Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ କିପରି ରହିବ ଅଯୋଧ୍ୟା ସୁରକ୍ଷା?

ଅଯୋଧ୍ୟା ସହରରେ ଥିବା ଡ୍ରୋନ୍ ସହିତ ସିସିଟିଭି କ୍ୟାମେରା ମଧ୍ୟ ପ୍ରତ୍ୟେକ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖୁଛି। ଏନେଇ ପୋଲିସ କର୍ମଚାରୀଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ନିୟନ୍ତ୍ରଣ କକ୍ଷରେ ନିୟୋଜିତ କରାଯାଉଛି। ଅଯୋଧ୍ୟା ସହରରେ ସ୍ଥାପିତ ହୋଇଥିବା ସିସିଟିଭି କ୍ୟାମେରା ଏତେ ଉନ୍ନତ ଯେ ପୁରୁଷଙ୍କ ସାର୍ଟ ପ୍ୟାକେଟ ମଧ୍ୟରେ ରହିଥିବା କଲମକୁ ମଧ୍ୟ ଜୁମ୍ କରି ଦେଖିହେବ। ଅଯୋଧ୍ୟା ନଗରୀରେ ୧୦ ହଜାରରୁ ଅଧିକ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା କୃତ୍ରିମ ବୁଦ୍ଧିମତା ଆଧାରିତ। ଯାହା ଭିଡ଼ ମଧ୍ୟରେ କୌଣସି ସନ୍ଦିଗ୍ଧ ସନ୍ଧାନ କରିବାରେ ସକ୍ଷମ ହେବ। ଏହା ସହିତ ୧୨ ଆଣ୍ଟି-ଡ୍ରୋନ୍ ମଧ୍ୟ ସ୍ଥାପନ କରାଯାଇଛି। ଯାହା ଦ୍ୱାରା ଯେ କୌଣସି ଧରଣର ଡ୍ରୋନ୍ ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ବର୍ତ୍ତମାନ ଯେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହାକୁ ୧୯ ତାରିଖ ପରେ ଆହୁରି ଅଧିକ ମଜବୁତ କରାଯିବ। 

ଅଯୋଧ୍ୟା ନଗରୀର ସୁରକ୍ଷା ଦାୟିତ୍ୱରେ ରହିବେ କିଏ?

  • ଉତ୍ତର ପ୍ରଦେଶ ପୋଲିସ (Uttar OPradesh Police)
  • ଉତ୍ତର ପ୍ରଦେଶ ପୋଲିସ ଆତଙ୍କବାଦ ନିରୋଧ ଶାଖା (Uttar Pradesh Police Anti Terrorist Squad)
  • ଉତ୍ତର ପ୍ରଦେଶ ସ୍ୱତନ୍ତ୍ର ସୁରକ୍ଷା ବଳ (Uttar Pradesh Police Special Security Force)
  • ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାସ୍କ ଫୋର୍ସ (Uttar Pradesh Police Special Task Force)
  • ଉତ୍ତର ପ୍ରଦେଶ ପୋଲିସ ପ୍ରାଦେଶିକ ସଶସ୍ତ୍ର ବଳ (Uttar Pradesh Police Armed Constabulary)
  • କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ (Central Reserve Police Force)
  • ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (National Disaster Response Force)
  • ଗୁଇନ୍ଦା ବିଭାଗ (Intelligence Bureau)
  • ଉତ୍ତର ପ୍ରଦେଶ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୧୧ ହଜାର ଯବାନ