Odisha News: ଆଜି ପବିତ୍ର ବଡ଼ଦିନ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି।
Trending Photos
Odisha News: ଆଜି ପବିତ୍ର ବଡ଼ଦିନ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି। ବଡଦିନ ପର୍ବ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ବଡ଼ ଦିନକୁ ଅଧିକ ସ୍ପେଶାଲ୍ କରିବା ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱକୁ ମେରି ଖ୍ରୀଷ୍ଟମାସ (Merry Christmas)ର ବାର୍ତ୍ତା ଦେଇଛନ୍ତି ।
ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ପାର୍କରେ ବଡଦିନ ଉପଲକ୍ଷେ ସେ ତିନୋଟି ମୂର୍ତ୍ତି କରିଛନ୍ତି । ତାଙ୍କର ସମସ୍ତ ବାଲୁକା କଳାରେ ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ 'ପ୍ରକୃତିକୁ ବଞ୍ଚାଅ' (Save Nature) ତ କେଉଁଥିରେ ବିଶ୍ବ ଶାସ୍ତିର (World Peace)ର ବାର୍ତ୍ତା ଦେଇଛନ୍ତି । ତେବେ, ଏହି ବାଲୁକା କଳାକୁ ଆକର୍ଷଣୀୟ ଭାବେ ଗଢିବା ପାଇଁ ମାନସ ସାହୁଙ୍କୁ ୧୦ ଦିନ ଲାଗିଥିଲା। ସେଥିମଧ୍ୟରୁ ସାଣ୍ଟା କ୍ଲଜ୍ (Santa Claus) ବାଲୁକା ମୂର୍ତ୍ତୀଟିକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏହି ସାଣ୍ଟା କ୍ଲଜ୍ ମୂର୍ତ୍ତିଟି ୧୫ ଫୁଟ ଓସାର ଏବଂ ୫ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଥିବା ଜଣାପଡିଛି। ତେବେ, ଏଥିରେ ୨ଟନ ବାଲି ଉପଯୋଗ କରାଯାଇଥିବା ସୂଚନା ମିଳିଛି।