Bollywood Star Sold in Fair: ମେଳାରେ ବିକ୍ରି ହୋଇଗଲେ ବଲିଉଡ଼ ଷ୍ଟାର; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1959132

Bollywood Star Sold in Fair: ମେଳାରେ ବିକ୍ରି ହୋଇଗଲେ ବଲିଉଡ଼ ଷ୍ଟାର; ଜାଣନ୍ତୁ ପୁରା ଘଟଣାକ୍ରମ

Bollywood Star Price in Fair: ଉତ୍ତର ପ୍ରଦେଶ ଚିତ୍ରକୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଯେଉଁଠି ଆୟୋଜିତ ହୋଇଥିବା ଏକ ମେଳାରେ ବିକ୍ରି ହୋଇ ଯାଇଛନ୍ତି ବଲିଉଡ଼ ଷ୍ଟାର।

 

 

 

Bollywood Star Sold in Fair: ମେଳାରେ ବିକ୍ରି ହୋଇଗଲେ ବଲିଉଡ଼ ଷ୍ଟାର; ଜାଣନ୍ତୁ ପୁରା ଘଟଣାକ୍ରମ

Chitrakoot Ass Fair Uttar Pradesh: ମେଳାରେ ବିକ୍ରି ହୋଇଯାଇଛନ୍ତି ବଲିଉଡ଼ ତାରକା। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହଁ ଆଜ୍ଞା, ଏହା ସତ୍ୟ। ଉତ୍ତର ପ୍ରଦେଶର ଧାର୍ମିକ ନଗରୀ କୁହାଯାଉଥିବା ଚିତ୍ରକୁଟ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ବଲିଉଡ ତାରକାଙ୍କ ନାମ ରହିଥିବା ଗଧ ବିକ୍ରି ହୋଇଛନ୍ତି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦିପାବଳୀ ଅବସରରେ ଉତ୍ତର ପ୍ରଦେଶ ଚିତ୍ରକୁଟ ଅଞ୍ଚଳରେ ଆୟୋଜିତ ହୋଇଥିଲା ଐତିହାସିକ ଗଧ ମେଳା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମେଳାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଗଧ ନିଲାମ ହୋଇଛନ୍ତି। କେବଳ ଏତିକି ନୁହେଁ ବ୍ୟବସାୟୀ ମଧ୍ୟ ଚଳଚ୍ଚିତ୍ର ତାରକାଙ୍କ ନାମରେ ସେମାନଙ୍କ ଗଧର ନାମକରଣ କରିଥାନ୍ତି। ଏଥର ସଲମାନ, ଶାହାରୁଖ, ରଣବୀର, ହ୍ରିତିକ, କ୍ୟାଟ୍ରିନା, ସୈଫ, ଜିଆ ଏବଂ ମଜନୁ ନାମଧାରୀ ଗଧ ମଧ୍ୟ ଚିତ୍ରକୁଟ ଗଧ ମେଳାରେ ପହଞ୍ଚିଥିଲେ।

୧.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ସଲମାନ
ଦିପାବଳୀ ପାଳନ ଦ୍ୱିତୀୟ ଦିନରେ ଉତ୍ତର ପ୍ରଦେଶ (Uttar Pradesh) ଚିତ୍ରକୁଟ ଜିଲ୍ଲାରେ (Chitrakoot District) ଆୟୋଜିତ ହୋଇଯାଇଛି ଗଧ ମେଳା (Chitrakoot Ass Fair)। ନଭେମ୍ବର ୧୩ ତାରିଖ ସୋମବାର ସଲମାନ ନାମକ ଗଧ ମେଳାରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଗଧ ରହିଥିଲା। ଯାହାର ମୂଲ୍ୟ ୧.୫ ଲକ୍ଷ ଟଙ୍କା ରହିଥିଲା। ସଲମାନ ନାମକ ଗଧ ବିହାରରୁ ଆସିଥିଲା। ଅନ୍ୟପଟେ କ୍ୟାଟ୍ରିନା ନାମକ ଏକ ଗଧି ୪୦ ହଜାର ଟଙ୍କାରେ ବିକ୍ରି କରାଯାଇଛି। ଏହି ପଶୁ ମେଳାରେ ଯୋଗ ଦେଉଥିବା  ବ୍ୟବସାୟୀ ବିଶ୍ୱାସ କରନ୍ତି ଯେ ବଲିଉଡ ତାରକାଙ୍କ ନାମ ଦେଲେ ଗଧ ବିକ୍ରି ବଢିଥାଏ ଏବଂ ସେମାନଙ୍କର ମୂଲ୍ୟ ମଧ୍ୟ ଅଧିକ ହୋଇଥାଏ। ଆପଣଙ୍କୁ କହିରଖୁଛୁ ଯେ ଉତ୍ତର ପ୍ରଦେଶ ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ବିହାର ପ୍ରଭୃତି ରାଜ୍ୟରୁ ଗଧ ଭଳି ଅନ୍ୟ ଭାର ବୁହାପ୍ରାଣୀ ଚିତ୍ରକୁଟ ମେଳାକୁ ଆସିଥାନ୍ତି। ଏହା ସହିତ ଦେଶର ବିଭିନ୍ନ ସ୍ଥାନରୁ କ୍ରେତା ଆସି ଏହି ମେଳାରେ ପହଞ୍ଚିଥାନ୍ତି।

Also Read: Shocking News: ମେଳାରେ ବିକ୍ରି ହୋଇଗଲେ ଶାହାରୁଖ-ସଲମାନ-କ୍ୟାଟ୍ରିନା

ମୋଗଲ କାଳରୁ ଚାଲିଆସୁଛି ଚିତ୍ରକୂଟ ପଶୁ ମେଳା
ଉତ୍ତର ପ୍ରଦେଶ ଚିତ୍ରକୁଟ ଜିଲ୍ଲାରେ ଆୟୋଜିତ ହେଉଥିବା ଏହି ଐତିହାସିକ ପଶୁ ମେଳା ମୋଗଲ ସମୟର ବୋଲି ବିବେଚନା କରାଯାଏ। କୁହାଯାଏ ଯେ ମୋଗଲ ଶାସକ ଔରଙ୍ଗଜେବ ପ୍ରଥମ ଥର ପାଇଁ ଏଠାରେ ଗଧ, ଖଚର ଏବଂ ଘୋଡା  ଭଳି ଭାର ବୁହା ପ୍ରାଣୀ ଲାଗି ଏକ ମେଳାର ଆୟୋଜନ କରିଥିଲେ। ଏହି ମେଳା ଦୀପାବଳୀ ତିଥି ଠାରୁ ୩ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ କରାଯାଏ ଯେ ଯେତେବେଳେ ଔରଙ୍ଗଜେବ ବାଲାଜୀ ମନ୍ଦିରରେ ମୂର୍ତ୍ତି ଭାଙ୍ଗିଥିଲେ, ସେତେବେଳେ ତାଙ୍କ ସେବାରେ ନିୟୋଜିତ ହୋଇଥିବା ଘୋଡ଼ା ହାତୀ ଅସୁସ୍ଥ ହୋଇଯାଇଥିଲେ। ଏହା ପରେ ଔରଙ୍ଗଜେବ ମନ୍ଦାକିନି ନଦୀ କୂଳରେ ରହିଥିବା ବାଲାଜୀ ମନ୍ଦିର ନିକଟରେ ଏକ ପଶୁ ମେଳାର ଆୟୋଜନ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହୋଇଆସିଛି।

ଏହି ମେଳାରେ ଭାଗ ନେଉଥିବା ବ୍ୟବସାୟୀ କହିଛନ୍ତି ଯେ ଚିତ୍ରକୂଟ ଅଞ୍ଚଳରେ ଆୟୋଜିତ ହେଉଥିବା ପଶୁ ମେଳ ୩ ଦିନ ଧରି ଚାଲିଥାଏ। ଅନେକ ରାଜ୍ୟର ବ୍ୟବସାୟୀ ସେମାନଙ୍କର ଗଧ, ଘୋଡା ସହିତ ମେଳାରେ ଆସି ପହଞ୍ଚିଥାନ୍ତି। ଏହି ପଶୁଙ୍କୁ ମେଳାରେ ନିଲାମ କରାଯାଏ ଏବଂ ୩ ଦିନ ମଧ୍ୟରେ ଏକ ଭଲ ବ୍ୟବସାୟ କରାଯାଏ। ଏହି ମେଳା ଆୟୋଜନ କରିବାର ଦାୟିତ୍ୱ ଚିତ୍ରକୁଟ ନଗର ପଞ୍ଚାୟତ ହାତରେ ରହିଛି।  ଏହି ପଶୁ ମେଳା ପାଇଁ ବ୍ୟବସାୟୀଙ୍କୁ ଆବଶ୍ୟକୀୟ ଆନୁଷଙ୍ଗୀକ ସହଯୋଗ ଯୋଗାଇ ଦେଇଥାଏ ଚିତ୍ରକୂଟ ନଗର ପଞ୍ଚାୟତ।