US Election 2024 Survey: ନିର୍ବାଚନ ପୂର୍ବର ସର୍ବେକ୍ଷଣରେ ବାଇଡେନଙ୍କୁ ଝଟକା, ଟ୍ରମ୍ପଙ୍କ ପାଇଁ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ
Advertisement
Article Detail0/zeeodisha/odisha1888719

US Election 2024 Survey: ନିର୍ବାଚନ ପୂର୍ବର ସର୍ବେକ୍ଷଣରେ ବାଇଡେନଙ୍କୁ ଝଟକା, ଟ୍ରମ୍ପଙ୍କ ପାଇଁ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ

US Presidential Election 2024 Survey: ୨୦୨୪ ଦେଶରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକୀୟ ଗଣମାଧ୍ୟମ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ଚମକାଇବା ଭଳି ଫଳାଫଳ ସାମ୍ନାକୁ ଆସିଛି।

 US Election 2024 Survey: ନିର୍ବାଚନ ପୂର୍ବର ସର୍ବେକ୍ଷଣରେ ବାଇଡେନଙ୍କୁ ଝଟକା, ଟ୍ରମ୍ପଙ୍କ ପାଇଁ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ

US Presidential Election 2024:  ଆସନ୍ତା ଆସନ୍ତା ବର୍ଷ ହେବାକୁ ଯାଉଛି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ହେଲେ ଏହି ନିର୍ବାଚନ ପୂର୍ବରୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଲାଗିଛି ଜୋରଦାର ଝଟକା। ସେ ନିଜର ଉପସ୍ଥିତି ହରାଉଥିବା ଭଳି ପ୍ରତୀୟମାନ ହେଉଛି। ହେଲେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିକଟରେ ହୋଇଥିବା ଏକ ସର୍ଭେ ସ୍ଥାନୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ସର୍ଭେ ରିପୋର୍ଟ ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ପଛରେ ପଡ଼ି ଯାଇଛନ୍ତି। ଗଣମାଧ୍ୟମ ସଙ୍ଗଠନ ପକ୍ଷରୁ ହୋଇଥିବା ନୂତନ ନିର୍ବାଚନୀ ସର୍ଭେ ଅନୁଯାୟୀ, ଆସନ୍ତା ବର୍ଷ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଲୋକପ୍ରିୟତା ଦୃଷ୍ଟିରୁ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଦେଶର ପୂର୍ବତନ ରାଷ୍ଟ୍ରାଧ୍ୟକ୍ଷଙ୍କ ଠାରୁ ପଛରେ ପଡ଼ିଯାଇଛନ୍ତି। 

ଆପଣଙ୍କୁ କହି ରଖିଛୁ ଯେ ୨୦୨୪ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ (US Presidential Election 2024) ନେଇ ସ୍ଥାନୀୟ ଗଣମାଧ୍ୟମ "ୱାଶିଂଟନ୍ ପୋଷ୍ଟ" ଏବଂ "ଏବିସି ନ୍ୟୁଜ୍" ପକ୍ଷରୁ ଏକ ସର୍ଭେ  (US Election 2024 Survey) କରାଯାଇଥିଲା। ଯାହା ଫଳାଫଳକୁ ସ୍ଥାନୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି।

୨୦୨୪ ରାଷ୍ଟ୍ରପତି ନିର୍ବାଚନ ସର୍ଭେ: କାହାକୁ ମିଳିଲା କେତେ ନମ୍ବର?
ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ପୂର୍ବରୁ କରାଯାଇଥିବା ସର୍ଭେ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ (Former US President Donald Trump) ୫୧ ପଏଣ୍ଟ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ (US President Joe Biden) ୪୨ ନମ୍ବର ମିଳିଛି। ଏହି ସର୍ଭେ ଫଳାଫଳ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅତ୍ୟନ୍ତ ଉତ୍ସାହଜନକ ହୋଇପାରେ। କାରଣ ସେ ପୁଣି ଥରେ ଆମେରିକା ରାଷ୍ଟ୍ରପତି (United States of America President) ହେବାର ସ୍ୱପ୍ନ ଦେଖୁଛନ୍ତି। 

ରିପବ୍ଲିକାନ୍ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ସର୍ବାଗ୍ରେ ଡୋନାଲ୍ଡ ଟ୍ରମ୍ପ 
୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​ରିପବ୍ଲିକାନ୍ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ (Republican Party Presidential Candidates 2024) ଦୌଡ଼ରେ ସର୍ବାଗ୍ରେ ଡୋନାଲ୍ଡ ଟ୍ରମ୍ପ (Donald Trump) ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ ଅଛନ୍ତି। ରିପବ୍ଲିକାନ୍ ପାର୍ଟି (Republican Party) ନାମାଙ୍କନ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆସନ୍ତା ଜାନୁଆରୀ ମାସରେ ନ୍ୟୁ ହାମ୍ପସାୟର୍ ପ୍ରାଇମେରୀ ଏବଂ ଆୟୱା କକସ୍ ସହିତ ଆରମ୍ଭ ହେବ। ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ହେବାକୁ ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଦକ୍ଷିଣ କାରୋଲିନା ପ୍ରଦେଶର ପୂର୍ବତନ ଗଭର୍ଣ୍ଣର ନିକ୍କି ହ୍ୟାଲି ଏବଂ ଉଦ୍ୟୋଗୀ ବିବେକ ରାମସ୍ୱାମୀଙ୍କ ଲୋକପ୍ରିୟତା ଗତ ସପ୍ତାହରେ ବୃଦ୍ଧି ପାଇଛି। ଏହା ସତ୍ତ୍ୱେ ସେମାନଙ୍କ ଠାରୁ ଡୋନାଲ୍ଡ ଟ୍ରମ୍ପ ବହୁତ ଆଗରେ ଅଛନ୍ତି। ରାଜନୈତିକ ବିଶେଷଜ୍ଞ ବିଶ୍ୱାସ କରୁଛନ୍ତି ଯେ ରିପବ୍ଲିକାନ୍ ପାର୍ଟି ତାଙ୍କୁ ପୁଣି ଥରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ (Republican Party Presidential Candidates 2024 Race) କରିପାରେ। 

ସର୍ଭେ ଫଳାଫଳରେ ଜୋ ବାଇଡେନଙ୍କୁ ଝଟକା 
ସେପ୍ଟମ୍ବର ୨୪ ତାରିଖ ରବିବାର "ୱାଶିଂଟନ୍ ପୋଷ୍ଟ-ଏବିସି ନ୍ୟୁଜ୍" ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳ ଅନୁଯାୟୀ, ରେକର୍ଡ ସଂଖ୍ୟକ ଆମେରିକୀୟଙ୍କ (US Citizen View on President Election 2024) କହିବା ଅନୁଯାୟୀ ଜୋ ବାଇଡେନଙ୍କ (Joe Biden) କାର୍ଯ୍ୟକାଳରେ (Presidency of Joe Biden) ସେମାନଙ୍କ ଅବସ୍ଥା ଆହୁରି ବିଗିଡି ଯାଇଛି। ତିନି-ଚତୁର୍ଥାଂଶ ଆମେରିକୀୟଙ୍କ କହିବା କଥା ଯେ ଜୋ ବାଇଡେନଙ୍କ ବୟସ ଅଧିକ ହୋଇଗଲାଣି। ରାଷ୍ଟ୍ରପତି ଭାବରେ ଆଉ ଏକ କାର୍ଯ୍ୟକାଳ (Joe Biden President Tenure) ସମ୍ଭାଳିବା ତାଙ୍କ ପାଇଁ ସମ୍ଭବ ନୁହେଁ।