Top 10 News Headlines Odisha Afternoon 5 Aug 2023 I ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1856915

Top 10 News Headlines Odisha Afternoon 5 Aug 2023 I ଅପରାହ୍ଣର ୧୦ ବଡ଼ ଖବର

1.

Top 10 News Headlines Odisha Afternoon 5 Aug 2023 I ଅପରାହ୍ଣର ୧୦ ବଡ଼ ଖବର

1. INDIA Vs Bharat:  ‘ଭାରତ’ ବନାମ ଇଣ୍ଡିଆ: ଜି-୨୦ ବୈଠକର ନୈଶ୍ୟ ଭୋଜି ନିମନ୍ତ୍ରଣରେ ସରକାରଙ୍କ ପକ୍ଷରୁ ‘ଇଣ୍ଡିଆ’ ବଦଳରେ ଭାରତ ଲେଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆନ୍ତର୍ଜାତୀୟ ମଞ୍ଚରେ ବି ସରକାର ଆଭ୍ୟନ୍ତରୀଣ ରାଜନୀତିକୁ ଉଠାଉଛନ୍ତି ବୋଲି  ବିରୋଧୀ ଅଭିଯୋଗ କରିଛନ୍ତି। ଏପରିକି  ୨୦୨୪ ନିର୍ବାଚନରେ ବିରେଧୀଙ୍କ ମେଣ୍ଟର ନାଁ ‘ଇଣ୍ଡିଆ’ ଥିବାରୁ ସରକାର ଏହାକୁ ନେଇ ଭୟଭୀତ ହୋଇଥିବା କହିଛନ୍ତି। ଅପରପକ୍ଷେ ‘ ଭାରତ’ ଆମ ଦେଶର ନାଁ ଏହାକୁ ବ୍ୟବହାର କରିବାରେ ବିରୋଧୀ କାହିଁକି ଶଙ୍କାଗ୍ରସ୍ତ ବୋଲି ପ୍ରଶ୍ନ କରିଛି ବିଜେପି।

2. CBI Arrests Gail ED KB Singh: ଗେଲ୍‍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କିରଫ: ଗ୍ୟାସ୍‍ ଅଥରିଟି ଅଫ୍‍ ଇଣ୍ଡିଆ ଲିମିଟେଡ୍‍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ କେବି ସିଂହଙ୍କୁ ସିବିଆଇ ଗିରଫ କରିଛି। ୫୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ସହ ଆଉ ଚାରିଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଗେଲ୍‍ ପ୍ରକଳ୍ପକୁ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ବ୍ୟବହାର କରୁଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। 

3. BCCI Announced team for  World cup 2023: ଭାରତୀୟ କ୍ରିକେଟ୍‍ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ବିଶ୍ୱକପ୍‍ ଟିମ୍‍ ଘୋଷଣା କରାଯାଇଛି। ବିସିସିଆଇ ଚେୟାରମ୍ୟାନ୍‍ ଅଜିତ୍‍ ଅଗରକର ଏବଂ କ୍ୟାପ୍ଟନ୍‍ ରୋହିତ ଶର୍ମାଙ୍କ ଉପସ୍ଥିତିରେ ଏହି ୧୫ଜଣିଆ ଟିମ୍‍ ଘୋଷଣା କରାଯାଇଛି। ଏହି ବିଶ୍ୱକପ୍‍ ଭାରତ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ କାରଣ ଏହିକୁ ସମ୍ପୂର୍ଣ୍ଣ ଭାବେ ଭାରତ ଆୟାଜନ କରିବାକୁ ଯାଉଛି। 

4. Very Heavy rainfall warning in Odisha: ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: ବଙ୍ଗୋପସାଗରରେ ଲଘୁଚାପ ହେବା କାରଣରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ପୀତ ସତର୍କତା ଜାରି କରାଯାଇଛି। ବର୍ଷା ଆସନ୍ତା ୩ ଦିନ ଯାଏ ଲାଗି ରହିବ ବୋଲି ଆଶଙ୍କା କରାଯାଇଛି। ବର୍ଷା ପରିମାଣ ୨୦ ସେଣ୍ଟି ମିଟର ହେବାର ଆଶଙ୍କା ଥିବାରୁ ସମସ୍ତ ଅଞ୍ଚଳରେ ସତର୍କତା ଜାରି କରାଯାଇଛି।
5. Yogesh as BSF ADG:  ଯୋଗେଶ ଖୁରାନିଆ ବିଏସ୍‍ଏଫ୍‍ ଏଡିଜି: ଓଡ଼ିଶା କ୍ୟାଡର ୧୯୯୦ ବ୍ୟାଚ୍‍ ଆଇପିଏସ୍‍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କୁ ସୀମାନ୍ତ ସୁରକ୍ଷା ବାହିନୀ ( ବିଏସ୍‍ଏଫ୍‍) ର  ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ନୂତନ ଦାୟିତ୍ୱରେ ସେ ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱ ତୁଲାଇବେ।  
 
6.2 Naxals shot dead: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରେ ନକ୍ସଲ ବିରୋଧୀ ଅପରେସନ୍‍ ୨ ମୃତ : ମାଲକାନଗିରି ଜିଲ୍ଲା ପଡ଼ୋଶୀ ଛତିଶଗଡ଼ର  ସୁକମା ଜିଲ୍ଲାରେ ଏକ ବଡ଼ ଧରଣର  ନକ୍ସଲ ବିରୋଧୀ ଅପରେସନ୍‍ ରେ ପୁଲିସକୁ ଆଂଶିକ ସଫଳତା ମିଳିଛି। ୨ଜଣ ନକ୍ସଲ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଟପ୍‍ କ୍ୟାଡର ଖସି ପଳାଇବାରେ ସକ୍ଷମ ହୋଇଥିବା ପୁଲିସ କହିଛି। ଏହାସହ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ଜବତ ହୋଇଥିବା ମଧ୍ୟ ପୁଲିସ ସୂଚନା ଦେଇଛି। 

7.Teachers Day: ଗୁରୁଦିବସ:  ଆଜି ଭାରତର ବିଭିନ୍ନ ପ୍ରାନ୍ତରେ ଗୁରୁଦିବସ ପାଳନ କରାଯାଉଛି। ଦେଶ ଗଠନରେ ଶିକ୍ଷକଙ୍କ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ତାହାକୁ ଅନୁଭବ କରି ଶିକ୍ଷକଙ୍କୁ କୃତଜ୍ଞତା ଅର୍ପଣ କରିବା ଏହି ଦିବସର ମୁଖ୍ୟ ଚିନ୍ତନ। ଏହିଦିନଟି  ଭାରତର  ପ୍ରଥମ ଉପରାଷ୍ଟ୍ରପତି ତଥା ପ୍ରଥମ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‍ଙ୍କ ଜନ୍ମ ଦିନ। ୧୮୮୮ ମସିହାର ଆଜିର ଦିନରେ ତାଙ୍କ ଜନ୍ମ ହୋଇଥିଲା।  ସର୍ବପଲ୍ଲୀଙ୍କ ଦିଗ୍‍ଦର୍ଶନରେ ଏହି ଦିନଟିକୁଦେଶର ପ୍ରତିଟି ଶିକ୍ଷକଙ୍କୁ ଉତ୍ସର୍ଗ କରାଯାଇଛି। 

8.Odia University: ଓଡ଼ିଆ ବିଶ୍ୱବିଦ୍ୟାଳୟର ଉଦ୍‍ଘାଟନ:  ଆଜିଠୁ ରାଜ୍ୟରେ ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଏହାକାର୍ଯ୍ୟକ୍ଷମ ହେବ। ଯଦିଓ ଏହାର ସ୍ଥାୟୀ କୋଠା ନିର୍ମାଣ ଏଯାଏ ଶଷଷ ହୋଇ ନାହିଁ, ତଥାପି ସତ୍ୟବାଦୀର ପାନ୍ଥ ନିବାସଠାରେ ଏଥିପାଇଁ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାରଙ୍କପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ବ୍ୟାଜଚ୍‍ରେ ୭୨ଜଣ ଛାତ୍ରଛାତ୍ରୀ ନାମ ଲେଖାଇsଛନ୍ତି। ୩ଟି ବିଭାଗ ଏଥିରେ ରହିଛି। ମୁଖ୍ୟମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟକୁ ଉଦ୍‍ଘଟନ କରିବେ। 

9.Nijukti Parva: ନିଯୁକ୍ତି ପର୍ବ: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପର୍ବ ଆୟୋଜନ କରାଯାଇଛି। ଲୋକସେବ ଭବନର ସମ୍ମିଳନୀ କକ୍ଷରେ ଏହି ପର୍ବର ଉଦ୍‍ଘାଟନ ହେବ। ଏଥିରେ ୫୭୨ଜଣଙ୍କ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ବଛାଯାଇଥିବା ପ୍ରାର୍ଥୀଙ୍କୁ  ନିଯୁକ୍ତି ଦିଆଯିବ। ଏହା ସହ ନୂତନ ହଷ୍ଟଲ୍‍ ଓ ଏକାଡେମିକ୍‍ କୋଠାର ଉଦ୍‍ଘାଟନ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଓ୍ୱେବ୍‍ ପୋର୍ଟାଲ୍‍ ଉଦ୍‍ଘାଟନ କରାଯିବ। 

10. Election Preparedness: ରାଜ୍ୟରେ ନିର୍ବାଚନ ପାଇଁ ରାଜନୀତିକ ପ୍ରସ୍ତୁତି:  ଆଗକୁ ନିର୍ବାଚନ। ପରମ୍ପରା ଅନୁସାରେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ପାଇଁ ନିର୍ବାଚନ ଏକ ସମ୍ରୟରେ ଆା ରାଜ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗତକାଲି ତିନି ଦଳ ପକ୍ଷରୁ ତୃଣମୂଳରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ପକ୍ଷରୁ ଏହିକ୍ରମରେ ପ୍ରତି ଘରକୁ ଯାଇ ଲୋକଙ୍କୁ ଭେଟିବା ଲକ୍ଷ୍ୟ ରଖାଯାଇଛି। ସେଥିଲାଗି ପ୍ରଦେଶ କଂଗ୍ରେସ ୨୫ରୁ ଘରେ ଘରେ କଂଗ୍ରେସ ଯାତ୍ରା ଆରମ୍ଭ କରିବ।  ଠିକ୍‍ ସେହିଭଳି, ସେହି ୨୫ ତାରିଖରୁ ବିଜେପି  ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜଶିଟ୍‍ ନେଇ ଗାଁକୁ ଯିବା କାର୍ଯ୍ୟକ୍ରମ କରିଛି। ଏହା ଅକ୍ଟୋବର ୨ ତାରିଖରେ ଶେଷ ହେବ। ବିଜେଡି ମଧ୍ୟ ନବୀନ ନିବାସରେ ଏକ ପର୍ଯ୍ୟବେକ୍ଷକ ସମ୍ମିଳନୀ ଆୟୋଜନ କରିଥିଲା। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିର୍ବାଚନ ରୋହ୍‍ମ୍ୟାପ୍‍ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ପ୍ରେତ୍ୟକ ପରିବାର ସହ ସମ୍ପର୍କ ରଖି ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସଚେତନତା ସୃଷ୍ଟି ଲାଗି ସେ କହିଛନ୍ତି।

Also Read: G-20 Summit: ୨ଦିନ ପାଇଁ ୧୮ କୋଟି ଭଡ଼ାରେ ନିଆଯାଇଛି ୨୦ ଲିମୋଜିନ୍ କାର, ଜାଣନ୍ତୁ କଣ ରହିଛି ଖାସ୍

Also Read: SBI Recruitment 2023: ଗ୍ରାଜୁଏଟଙ୍କ ପାଇଁ SBIରେ ବମ୍ପର Job ଅଫର, ଏବେ କରନ୍ତୁ ଆବେଦନ

Also Read: ODI World Cup 2023 India Squad Announced: ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଅଧିନାୟକ, ବାଦ ପଡ଼ିଲେ ଏହି ଘାତକ ଖେଳାଳି