Top 10 News Headlines: ରାଜ୍ୟ ତଥା ଦେଶ ବିଦେଶରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଖବର ଗୁଡିକ ଜାଣନ୍ତୁ ସଂକ୍ଷପରେ...
Trending Photos
1. Sanatan Hindu Day
ସେପ୍ଟମ୍ବର ୩ ହେବ ସନାତନ ଧର୍ମ ଦିବସ: ଭାରତରେ ସନାତନ ଧର୍ମକୁ ନେଇ ରାଜନୀତିକ ବିବାଦ ଚାଲିଥିବାବେଳେ ଆମେରିକାରେ କିନ୍ତୁ ଏହି ଧର୍ମ ଓ ପରମ୍ପରାର ମହତ୍ତ୍ୱ ବୃଦ୍ଧି ଲାଗି ସେପ୍ଟମ୍ବର ୩କୁ ‘ସନାତନ ଧର୍ମ ଦିମସ’ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ଲୁଇସବିଲେ ସହରର ମେୟର ଏଥିନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଏଠାରେ ହିନ୍ଦୁ ମନ୍ଦିରର ମହାକୁମ୍ଭ ଅଭିଶେକ ଉତ୍ସବରେ ଯୋଗଦେଇ ସହରର ବିଶିଷ୍ଟ ଅତିଥିଙ୍କ ଗହଣରେ ଏହି ଘୋଷଣା କରାଯାଇଛି।
2. Modi appeals Ministers to leave VIP Culture
ସବୁ ମନ୍ତ୍ରୀ ରହିବେ ଦିଲ୍ଲୀରେ: ଜି-୨୦ ବୈଠକ ସମୟରେ ସବୁ ମନ୍ତ୍ରୀ ଦିଲ୍ଲୀତରେ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନେ ଭିଆଇପି ସଂସ୍କୃତିରୁ ଦୂରରେ ରହି ସମୟକୁ ଧ୍ୟାନ ଦେବାକୁ ଶ୍ରୀ ମୋଦୀ ମନ୍ତ୍ରୀଙ୍କୁ ମନ୍ତ୍ର ଦେଇଛନ୍ତି। ଯେଉଁମାନଙ୍କ ଜି-୨୦ ବୈଠକରେ ଡ୍ୟୁଟି ସ୍ଥିର ହୋଇଛି ସେମାନେ ଠିକଣା ମୟରେ ଠିକଣା ସ୍ଥଳରେ ପହଞ୍ଚିବାକୁ ସେ କହିଛନ୍ତି। ଦେଶର ସମ୍ମାନକୁ ଆନ୍ତର୍ଜାତିକ ସ୍ତରରେ ବଜାୟ ରଖିବାାକୁ ସେ କହିଛନ୍ତି।
3. Exchange of Fire between Pak and Afghanistan
ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଗୁଳି ବିନିମୟ: ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଯୁଳି ବିନିମୟ ହୋଇଛି। ତୋରଖମ୍ ସୀମାରେ ଦୁଇ ଦେଇର ସୈନିକଙ୍କ ଭିତରେ ଗୁଳି ବିନିମୟ ହେତୁ ଏହି ସୀମାକୁ ବନ୍ଦ କରିଦିଆଯାଇଛି। ଏହି ସ୍ଥାନରେ ବରିଷ୍ଠ ସେନାଅଧିକାରୀ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ପାକ୍ ମିଡିଆରେ ପ୍ରକାଶିତ ହୋଇଛି।
4. Sonia Gandhi Writes Letter to PM
ପ୍ରଧାନମନ୍ତ୍ରୀଙ୍କୁ ସେନିଆଙ୍କ ଚିଠି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଂସଦ ତଥା କଂଗ୍ରେସ ନେତା ସୋନିଆ ଗାନ୍ଧି। ସାଧାରଣତଃ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସଦସ୍ୟମାନଙ୍କୁ ଏଜେଣ୍ଡା ବବାଦରେ ଜୁହାଯାଇଥାଏ। ହେଲେ ସ୍ ବିରୋଧୀ ଏ ବାବଦରେ ମାଗିଥିଲେ ବି ସରକାରଙ୍କ ପକ୍ଷରୁ ଏଯାଏ କୌଣସି ଏଜେଣ୍ଡା ପ୍ରଦାନ କରାଯାଇ ନାହିଁ। ଅପରପକ୍ଷେ ସମସ୍ତ ୫ ଦିନକୁ ସରକାରୀ ଦିବସ ଭାବେ ଉଲ୍ଲଖ କରାଯାଇଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସୋନିଆ ଚିଠିରେ ଲେଖିଛନ୍ତି। ତଥାପି ଦେଶର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକୁ ୯ଟି ବିନ୍ଦୁରେ ଉଲ୍ଲଖ କରି ସେସବୁଥିରେ ସେ ଆଲୋଚନ କରିବାକୁ ଚାହାନ୍ତି ବୋଲି କହିଛନ୍ତି।
5. Special Session in New Parliament Building
ନୂଆ ସଂସଦ ଭବନରେ ହେବ ସ୍ବତନ୍ତ୍ର ଅଧିବେଶନ: ଅମୃତ କାଳକୁ ସ୍ମରଣୀୟ କରିବା ଲାଗି ଡକାଯାଇଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂତନ ସଂସଦଭବନରେ ହେବ। ୧୮ ତାରିଖରେ ପୁରୁଣା ସଂସଦ ଭବନରେ ବେୈଠକ ବସିବ। ପରେ ୧୯ ତାରିଖ ଦିନ ଅର୍ଥାତ ଗଣେଶ ପୂଜା ଦିନ ନୂଆ ସଂସଦ ଭବନକୁ ବୈଠକ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକ ୨୨ ତାରିଖରେ ଶେଷ ହେବ।
6. No Unemployment in Goa
ଗୋଆରେ କେହି ବେକାର ନାହାନ୍ତି: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଏକ ଆା୍ଛର୍ଯ୍ୟ କଲାଭଳି ଘୋଷଣା କରିଛନ୍ତି। ସେ କହିଛନ୍ତି ଏଠାରେ କେହି ବେକାର ନୁହନ୍ତି। ଗୋଆରେ କାମ ରହିଛି। ଯିଏ ଚାହିଁବ କାମ କରିପାରିବ। ଶିକ୍ଷକ ଦିବସ ପାଳନ ଅବସରରେ ସେ ଏକଥା କହିଛନ୍ତି। ପୂର୍ବରୁ ନିତି ଆୟୋଗ ଦେଶର ସର୍ବାଧିକ ବେକାରୀ ହାର ଗୋଆରେ ଥିବା କହିଥିଲେ।
7. Indo-China Relationship is Stable
ଭାରତ-ଚୀନ୍ ସମ୍ପର୍କ ସ୍ଥିର ରହିଛି: ଭାରତ-ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି କି? ଏ ପ୍ରଶ୍ନର ଉତ୍ତରରେ ଚୀନ ମୁଖପାତ୍ର କହିଛନ୍ତି, ଦୁଇ ଦେଶ ଭିତରେ ସମ୍ପର୍କ ପୂର୍ବ ଭଳି ସ୍ଥିର ରହିଛି। କଥାବାର୍ତ୍ତା ସହ ଉତ୍ତମ ଯୋଗାଯୋଗ ରହିଛି। ଚୀନ ଭାରତରେ ଜି-୨୦ ଆୟୋଜନକୁ ସମର୍ଥନ କରୁଛି। ଏବଂ ମିଳିମିଶି କାମ କରିବାକୁ ପ୍ରସ୍ତୁତ ରହିଛି । ରାଷ୍ଟ୍ରପତିଙ୍କ ପରିବର୍ତ୍ତେ ପ୍ରିମିୟରଙ୍କୁ ଭାରତ ପଠାଯାଇଥିବାରୁ ବୈଦେଶିକ ସଚିବଙ୍କୁ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା।
8. Now PM of Bharat
ଭାରତ ବନାମ ଇଣ୍ଡିଆ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜି-୨୦ ଅତିଥିଙ୍କୁ ନୈଶ୍ୟ ଭୋଜି ନିମନ୍ତ୍ରଣ ପତ୍ର ଦେଶରେ ‘ଭାରତ’ ବନାମ ‘ଇଣ୍ଡିଆ’ ଚର୍ଚ୍ଚା ଆରମ୍ଭ କରିଥିବାବେଳେ ସେଥିରେ ଘିଅ ଢାଳିଛି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ସୂଚନା। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ‘ପ୍ରାଇମ୍ ମିନିଷ୍ଟର ଅଫ୍ ଭାରତ’ ବୋଲି ସମ୍ବୋଧନ କରାଯାଇଛି। ଏହା ପାରମ୍ପରିକ ସେମ୍ବାଧନଠାରୁ ଭିନ୍ନ ରହିଛି।
9. Sri Krishna Janmastami
ଶ୍ରୀକୃଷ୍ଣଙ୍କୁ ୫୨୫୦ ବର୍ଷ ହୋଇଥାଆନ୍ତା: ଭଗବାନ ଶ୍ରୀ କୃଷ୍ଣଙ୍କ ଆଜି ଜନ୍ମ ଉତ୍ସବ। ଏଥିଲାଗି କୃଷ୍ଣ ଜନ୍ମଭୂମି ମଥୁରାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିକୁ ୫୨୫୦ ବର୍ଷ ପୂର୍ବେ ଶ୍ରୀ କୃଷ୍ଣଙ୍କ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ। ଏହି ଦିନଟିକୁ ନିଷ୍ଠାସହକାରେ ଉପବାସ ରହି ଅନେକ ଲୋକ ପାଳନ କରିଥାଆନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ କୃଷ୍ଣ ଜନ୍ମକୁ ଧୂମଧାମ୍ ସହକାରେ ପାଳନ କରାଯାଇଥାଏ। ଆଜି ରାତିରୁ ବିଭିନ୍ନ ମନ୍ଦିର ଓ ଅନୁଷ୍ଠାନ କୃଷ୍ଣ କିର୍ତ୍ତନ, ଭଜନ ସମାରୋହ ଆୟୋଜନ କରାଯାଇଛି। ଆସନ୍ତା କାଲି ଯାଏ ଏହି ଉତ୍ସବ ଚାଲିବ।
10. Janmashtami in SriMandir:
ଶ୍ରୀ ଜଗନ୍ନାଥ ହେଲେ ଗର୍ଭବତୀ: ଶ୍ର ଜଗନ୍ନାଥ ହିଁ ଅବତାରୀ। ତାଙ୍କଠାରୁ ଶ୍ରୀ କୃଷ୍ଣ, ଶ୍ରୀ ରାମଙ୍କ ସୃଷ୍ଟି। ଏହାକୁ ପ୍ରମାଣିତ କରେ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ଜନ୍ମାଷ୍ଟମୀ ମହୋତ୍ସବ। ଏହିଦିନ ଶ୍ରୀ ଜଗନ୍ନାଥ ନିଜେ ଗର୍ଭ ଧାରଣ କରି ଶ୍ରୀ କୃଷ୍ଣଙ୍କୁ ଜନ୍ମ ଦେଇଥାଆନ୍ତି। ସ୍ୱତନ୍ତ୍ରୀ ନୀତି, ବନ୍ଦାପନ ଓ ଉତ୍ସବ ଏଥିଲାଗି ଆୟୋଜନ କରାଯାଇଥାଏ। ଗତକାଲି ରାତିରୁ ଏହି ଉତ୍ସବ ଆରମ୍ଭ ହୋଇଛି ଯାହା ଆସନ୍ତା କାଲି ଯାଏ ଚାଲିବ। ଆଜି ଶ୍ରୀ କୃଷ୍ଣ ଜନ୍ମ ନେବେ।
Also Read- Sanatan Dharma Day: ସେପ୍ଟେମ୍ବର ୩ ରେ 'ସନାତନ ଧର୍ମ ଦିବସ'
Also Read- Success Story: ଟ୍ରକ୍ ଡ୍ରାଇଭର ବନିଲେ ସରକାରୀ ଶିକ୍ଷକ, ଦଶମ ଏବଂ ବିଏରେ ହୋଇଥିଲେ ଫେଲ୍