Top 10 Armies Of The World: ଦୁନିଆରେ ଏହି ୧୦ଟି ଦେଶର ସେନା ସବୁଠାରୁ ଖତରନାକ୍, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ?
Advertisement

Top 10 Armies Of The World: ଦୁନିଆରେ ଏହି ୧୦ଟି ଦେଶର ସେନା ସବୁଠାରୁ ଖତରନାକ୍, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ?

Top 10 Armies Of The World: ସେନା ଶକ୍ତିଶାଳୀ ହେବ ତ ଦେଶ ଉପରେ କୌଣସି ବାହ୍ୟ ଆକ୍ରମଣ ହେବାର ଆଶଙ୍କା ରହିବ ନାହିଁ । ପ୍ରତିବର୍ଷ ସେନାକୁ ଉନ୍ନତ ତଥା ଶକ୍ତିଶାଳୀ କରିବା ପାଇଁ ବଜେଟର ଏକ ପ୍ରମୁଖ ଅଂଶ ଏଥିପାଇଁ ଖର୍ଚ୍ଚ ହୋଇଥାଏ । ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ଯୋଗାଇବା ଦେଶର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ଦୁନିଆର ଶ୍ରେଷ୍ଠ ୧୦ ଶକ୍ତିଶାଳୀ ସ୍ଥଳ ସେନା ବିଷୟରେ...

Top 10 Armies Of The World: ଦୁନିଆରେ ଏହି ୧୦ଟି ଦେଶର ସେନା ସବୁଠାରୁ ଖତରନାକ୍, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ?

Top 10 Armies Of The World: କୌଣସି ଦେଶର ସୁରକ୍ଷାର ଆଧାର ହେଉଛି ସେହି ଦେଶର ସେନା । ଯଦି ସେନା ଶକ୍ତିଶାଳୀ ହେବ ତ ଦେଶ ଉପରେ କୌଣସି ବାହ୍ୟ ଆକ୍ରମଣ ହେବାର ଆଶଙ୍କା ରହିବ ନାହିଁ । ପ୍ରତିବର୍ଷ ସେନାକୁ ଉନ୍ନତ ତଥା ଶକ୍ତିଶାଳୀ କରିବା ପାଇଁ ବଜେଟର ଏକ ପ୍ରମୁଖ ଅଂଶ ଏଥିପାଇଁ ଖର୍ଚ୍ଚ ହୋଇଥାଏ । ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତିବିଦ୍ୟା ଯୋଗାଇବା ଦେଶର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ଦୁନିଆର ଶ୍ରେଷ୍ଠ ୧୦ ଶକ୍ତିଶାଳୀ ସ୍ଥଳ ସେନା ବିଷୟରେ...

୧. ଆମେରିକାର ସ୍ଥଳ ସେନା  (United States Army) 

୨୪୭ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆମେରିକୀୟ ସୈନ୍ୟବାହିନୀ (US Army) ର ସର୍ବ ପୁରାତନ ଶାଖା । ଏଥିରେ ୧୦.୫ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି, ଯେଉଁମାନେ ରେଗୁଲାର ଆର୍ମି, ଆର୍ମି ନ୍ୟାସନାଲ ଗାର୍ଡ ଏବଂ ରିଜର୍ଭରେ ମୁତୟନ ଅଛନ୍ତି । ଏଥିରେ ୨.୫୨ ଲକ୍ଷରୁ ଅଧିକ ସିଭିଲିୟନ ଷ୍ଟାଫ୍ ଅଛନ୍ତି । ଅର୍ଥାତ ୧୨.୫୨ ଲକ୍ଷରୁ ଅଧିକ ସାମରିକ କର୍ମଚାରୀ ଅଛନ୍ତି । ଆମେରିକାର ସେନା ପାଖରେ ୪,୪୦୦ରୁ ଅଧିକ କ୍ରୁ ଏୟାରକ୍ରାଫ୍ଟ ଅଛି । ଏହା ବ୍ୟତୀତ ୬,୧୦୦ ଟ୍ୟାଙ୍କ, ୪୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୫୦୦ ସ୍ୱୟଂ ଚାଳିତ ବନ୍ଧୁକ, ୧୩୪୦ ଟାଣି ପାରୁଥିବା ତୋପ ଏବଂ ୧୩୬୫ ରକେଟ ପ୍ରୋଜେକ୍ଟର ଅଛି ।

୨. ଋଷର ସ୍ଥଳ ସେନା (Russian Army) 

ଋଷର ସେନାକୁ ସ୍ଥଳ ସେନାକୁ ଋଷିଆନ ଗ୍ରାଉଣ୍ଡ ଫୋର୍ସ (Russian Ground Forces) ମଧ୍ୟ କୁହାଯାଏ । ଏହା ୧୫୫୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ବର୍ତ୍ତମାନ ଏଥିରେ ୨.୮୦ ଲକ୍ଷ ସକ୍ରିୟ କାର୍ଯ୍ୟରତ ସେନ୍ୟ ଅଛନ୍ତି । ଆଶ୍ଚର୍ଯ୍ୟର କଥା ଏଥିରେ ୧୩ ହଜାର ଟ୍ୟାଙ୍କ ଅଛି । ୨୭,୦୦୦ ସଶସ୍ତ୍ର ଯାନ ଅଛି । ଏହା ବ୍ୟତୀତ ୬,୫୪୦ ସ୍ୱୟଂ ଚାଳିତ ତୋପ ଓ ୪,୪୬୫ ଟାଣିବା ତୋପ ଅଛି । ଏହା ସହିତ ଋଷ ପାଖରେ ୩,୮୬୦ ରକେଟ୍ ଲଞ୍ଚର୍ ଅଛି । ଯଦିଓ ଏହି ଅସ୍ତ୍ରଗୁଡିକ ମଧ୍ୟରୁ କିଛି ବର୍ତ୍ତମାନ ୟୁକ୍ରେନରେ ମୁତୟନ କରାଯାଇଛି ଓ କିଛି ଶେଷ ହୋଇଯାଇଛି । ତେଣୁ ଏହାର ତାଜା ସୂଚନା ନାହିଁ ।

୩. ଚୀନର ସେନା (Chinese Army) 

ଚୀନର ସେନା (Chinese Army) ବିଶ୍ୱରେ ପିପୁଲ୍ସ ଲିବରେସନ୍ ଆର୍ମି (PLA) ଭାବରେ ଜଣାଶୁଣା । ଏହା ୯୪ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା । ଏହା ମଧ୍ୟରେ ଗ୍ରାଉଣ୍ଡ ଫୋର୍ସ, ନୌସେନା, ବାୟୁସେନା, ରକେଟ୍ ଫୋର୍ସ ଏବଂ ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ ଆସିଥାଏ । ବର୍ତ୍ତମାନ ଏଥିରେ ୨୦.୩୫ ଲକ୍ଷରୁ ଅଧିକ ସୈନିକ ଅଛନ୍ତି । ୫.୧୦ ଲକ୍ଷ ସୈନିକ ରିଜର୍ଭରେ ଅଛନ୍ତି । ସୈନିକଙ୍କ ସଂଖ୍ୟା ଦୃଷ୍ଟିରୁ ଚୀନ ଆଗରେ ରହିଛି । ଚୀନ ପାଖରେ ୩,୨୦୫ ଟ୍ୟାଙ୍କ, ୩୫ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୯୭୦ରୁ ସ୍ୱୟଂ ଚାଳିତ ତୋପ, ୧୨୩୪ ଟାଣିବା ତୋପ ରହିଛି । ଏହା ବ୍ୟତୀତ ୨୨୫୦ ରକେଟ୍ ପ୍ରୋଜେକ୍ଟର୍ ଅଛି ।

୪. ଭାରତୀୟ ସେନା (Indian Army) 

୭୨ ବର୍ଷ ପୂର୍ବେ ପ୍ରତିଷ୍ଠିତ ଭାରତୀୟ ସେନା (Indian Army) ରେ ୧୨.୩୭ ଲକ୍ଷରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ୯.୬୦ ଲକ୍ଷ ଯବାନଙ୍କୁ ରିଜର୍ଭ ରଖାଯାଇଛି । ଭାରତୀୟ ସେନାର ନିଜସ୍ୱ ୨୯୬ ଏୟାରକ୍ରାଫ୍ଟ୍ସ ଅଛି । ଏହାସହ ୪,୭୩୦ ଟ୍ୟାଙ୍କ, ୧୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୧୦୦ ସ୍ୱୟଂ ଚାଳିତ ତୋପ ଏବଂ ୪,୦୪୦ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୭୪ ରକେଟ୍ ଲଞ୍ଚର୍ ଅଛି । ଭାରତୀୟ ସ୍ଥଳ ସେନା ପାଖରେ ସମସ୍ତ ଯୁଦ୍ଧ ଟ୍ୟାଙ୍କ, ପରମାଣୁ କ୍ଷେପଣାସ୍ତ୍ର, ଆଇସିବିଏମ୍, କ୍ରୁଜ୍ କ୍ଷେପଣାସ୍ତ୍ର, ଟେକ୍ନିକାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଆର୍ମି ଆଭିଏସନ୍ କର୍ପସର ହେଲିକପ୍ଟର ଏବଂ ଅନ୍ୟାନ୍ୟ ଶାଖା ଅଛି, ଯାହା ବିଭିନ୍ନ ପରିସ୍ଥିତିରେ ମୋର୍ଚ୍ଚା ସମ୍ଭାଳି ଥାଏ ।

୫. ଜାପାନ ସେନା (Japanese Army) 

୬୭ ବର୍ଷ ପୂର୍ବେ ଗଠିତ ଜାପାନ ସେନା (Japanese Army) କୁ ଜାପାନ ସେଲ୍ଫ ଡିଫେନ୍ସ ଫୋର୍ସେସ୍ (JSDF) କୁହାଯାଏ । ଏଥିରେ ୨.୪୭ ଲକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି । ୫୬ ହଜାର ସୈନ୍ୟଙ୍କୁ ରିଜର୍ଭରେ ରଖାଯାଇଛି । ଏଥିରେ ୧,୦୦୦୪ ଟ୍ୟାଙ୍କ ଅଛି । ଜାପାନ ପାଖରେ ୫,୫୦୦ରୁ ଅଧିକ ସଶସ୍ତ୍ର ଯାନ ଅଛି । ୨୧୪ ସ୍ୱୟଂ ଚାଳିତ ତୋପ ଓ ୪୮୦ ଟାଣିବା ତୋପ ଅଛି । ଏହା ବ୍ୟତୀତ ୯୯ଟି ରକେଟ୍ ପ୍ରୋଜେକ୍ଟର୍ ଅର୍ଥାତ୍ ଲଞ୍ଚର୍ ଅଛି ।

୬. ଦକ୍ଷିଣ କୋରିଆ ସେନା (South Korean Army)

ଦକ୍ଷିଣ କୋରିଆର ଏହି ୭୩ ବର୍ଷ ପୁରୁଣା ସେନାକୁ ରିପବ୍ଲିକ୍ ଅଫ୍ କୋରିଆ ଆର୍ମି (RKA) କୁହାଯାଏ । ଏଥିରେ ୪.୨୦ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି । ଏହା ସହ ଦକ୍ଷିଣ କୋରିଆ ସେନା ପାଖରେ ୨,୧୩୦ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ୧୪,୧୦୦ ସଶସ୍ତ୍ର ଯୁଦ୍ଧ ଯାନ, ୩,୦୪୦ ସେଲ୍ଫ୍ ପ୍ରପ୍ଲେଡ୍ ତୋପ, ୨୬୦୦ ତୋପ ଏବଂ 270 ମଲ୍ଟିପଲ୍ ରକେଟ୍ ଲଞ୍ଚର୍ ଅଛି । ଏହା ବ୍ୟତୀତ ୬୦ଟି ଗାଇଡ୍ ମିସାଇଲ୍ ସିଷ୍ଟମ୍ ଓ ୩,୮୫୪ ଟାଣିବା ତୋପ ଅଛି ।

୭. ଫରାସୀ ସେନା (French Army) 

ଫ୍ରାନ୍ସର ସେନା  (French Army) କୁ ଫ୍ରେଞ୍ଚ ଆର୍ମ୍ଡ ଫୋର୍ସେସ (French Armed Forces) କୁହାଯାଏ । ଏଥିରେ ୨.୦୮ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି ।  ୩୫ ହଜାର ରିଜର୍ଭ ସୈନ୍ୟ ମଧ୍ୟ ଅଛନ୍ତି । ବିଭିନ୍ନ ସ୍ଥାନରେ ୧୧ ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଛି । ସେନା ପାଖରେ ୪୦୬ ଟ୍ୟାଙ୍କ, ୬,୪୨୦ ସଶସ୍ତ୍ର ଯାନ, ୧୦୯ଟି ସ୍ୱୟଂ ଚାଳିତ ତୋପ ଓ ୧୨ଟି ଟାଣିବା ତୋପ ଅଛି । ଏହା ବ୍ୟତୀତ ୧୩ଟି ରକେଟ୍ ପ୍ରୋଜେକ୍ଟର୍ ଅଛି ।

୮. ବ୍ରିଟିଶ ସେନା (United Kingdom Army)

୩୬୨ ବର୍ଷ ପୁରୁଣା ବ୍ରିଟିଶ ସେନାରେ ୮୨,୪୦୦ ସକ୍ରିୟ ସେନ୍ୟ ଅଛନ୍ତି । ଯେଉଁଥିରେ ପ୍ରାୟ ୪ ହଜାର ଗୁରୁଖା ଅଛନ୍ତି । ଏଥିରେ ପ୍ରାୟ ୩୦ ହଜାର ରିଜର୍ଭ ଫୋର୍ସ ଅଛି । ସେନା ପାଖରେ ୧୦୯ ଟ୍ୟାଙ୍କ, ୫୫୦୦ ସଶସ୍ତ୍ର ଯାନ, ୮୯ଟି ସ୍ୱୟଂ ଚାଳିତ ତୋପ ଏବଂ ୧୨୬ଟି ଟାଣିବା ତୋପ ଅଛି । ଏହାସହ ମୋଟ ୩୫ଟି ରକେଟ୍ ଲଞ୍ଚର୍ ଅଛି ।

୯. ବ୍ରାଜିଲର ସେନା  (Brazilian Army)

୧୮୨୨ ମସିହାରେ ଗଠିତ ବ୍ରାଜିଲୀୟ ସେନାରେ ୨.୩୫ ଲକ୍ଷ ସକ୍ରିୟ ସୈନ୍ୟ ଅଛନ୍ତି । ଏହା ବ୍ୟତୀତ ୧୩.୩୫ ଲକ୍ଷ ରିଜର୍ଭ ଫୋର୍ସ ଅଛି । ସେନା ପାଖରେ ୪୬୯ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ, ୧୯୭୬ଟି ସଶସ୍ତ୍ର ଯାନ, ୨୧୨ଟି ସ୍ୱୟଂ ଚାଳିତ ତୋପ, ୨୩୯ଟି SAM ସିଷ୍ଟମ, ୭୪ଟି ରିଭର ବୋଟ୍, ୨୦,୦୦୦ ସପୋର୍ଟ ଗାଡ଼ି, ୯୪ଟି ହେଲିକପ୍ଟର ଏବଂ ଡ୍ରୋନ୍ ଅଛି । ଏହା ବ୍ୟତୀତ ୫୪୬ ଟାଣିବା ତୋପ ଓ ୬୦ଟି ରକେଟ୍ ଲଞ୍ଚର୍ ଅଛି ।

ଅଧିକ ପଢ଼ନ୍ତୁ:-ଶିଖର ଧାୱନ-ଭୁବିଙ୍କ ସମେତ ୫ ଖେଳାଳିଙ୍କ ବିଶ୍ୱକପ ୨୦୨୩ରୁ ବାଦ୍ ପଡ଼ିବା ନିଶ୍ଚିତ! ଅଷ୍ଟ୍ରେଲିଆ ସିରିଜରୁ ମିଳିଲା ଏହି ବଡ଼ ସଂକେତ

ଅଧିକ ପଢ଼ନ୍ତୁ:-ଦୁନିଆର ସବୁଠାରୁ ଅଳସୁଆ କ୍ରିକେଟର କିଏ? ରେକର୍ଡ୍ସ ଶୁଣି ହସିବାକୁ ଲାଗିବେ ଆପଣ!

ଅଧିକ ପଢ଼ନ୍ତୁ:-ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ହେବା ପରେ ହଠାତ୍ ଭାରତ ଛାଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ,, କଙ୍ଗାରୁ ଦଳରେ ହଇଚଇ

୧୦. ପାକିସ୍ତାନ ସେନା (Pakistani Army) 

୭୪ ବର୍ଷ ପୂର୍ବେ ଗଠିତ ପାକିସ୍ତାନୀ ସେନା (Pakistani Army) ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନ୍ୟବାହିନୀର ତାଲିକାରେ ସବୁଠାରୁ ତଳରେ ରହିଛି । ଏଥିରେ ୫.୬୦ ଲକ୍ଷ ସକ୍ରିୟ ଯବାନ ଅଛନ୍ତି । ଏହାସହ ୫.୫୦ ଲକ୍ଷ ରିଜର୍ଭ ଫୋର୍ସ ମଧ୍ୟ ଅଛି । ସେନା ପାଖରେ ୧.୮୫ ଲକ୍ଷ ନ୍ୟାସନାଲ ଗାର୍ଡ ଅଛନ୍ତି । ୬,୫୦୦ ସିଭିଲିୟନ ପର୍ସନଲ ମଧ୍ୟ ରହିଛି ।  ସେନା ପାଖରେ ୨,୬୮୦ ଟ୍ୟାଙ୍କ, ୯,୬୩୫ ସଶସ୍ତ୍ର ଯାନ, ୪୨୯ ସ୍ୱୟଂ ଚାଳିତ ତୋପ ଏବଂ ୧୬୨୯ ଟାଣିବା ତୋପ ଅଛି । ଏହା ବ୍ୟତୀତ ୩୩୦ ରକେଟ୍ ଲଞ୍ଚର୍ ଅଛି ।