Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1875868

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

 

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

1-Odisha CM Naveen Patnaik In Delhi: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ । ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। 

2-Betel Leaf Farmer: ପାନବରଜ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର, ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା । ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

3-Birthday of PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୩ତମ ଜନ୍ମଦିନ। ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ(PM Narendra Modi) ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଲୋକେ । ୧୯୫୦ ମସିହା ଆଜିର ଦିନରେ ଗୁଜରାଟର(Gujurat) ୱଡନଗରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

4-PM Vishwakarma Yojana 2023: ବିଶ୍ୱକର୍ମଙ୍କ ପୂଜା (Vishwakarma Puja) ଉପଲକ୍ଷେ ଆଜି ଠାରୁ ଦେଶରେ 'ବିଶ୍ୱକର୍ମା ଯୋଜନା' (Vishwakarma Yojana) ଶୁଭାରମ୍ଭ ହୋଇଛି। ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm narendra modi) ।  କାରିଗର ଏବଂ କୁଶଳୀ ଶ୍ରମିକମାନଙ୍କୁ  'ବିଶ୍ୱକର୍ମା ଯୋଜନା' ରେ ଆର୍ଥିକ ସହାୟତା ଯୋଗାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ । 

5-Scrub Typhus fear in odisha: ଡ଼େଙ୍ଗୁ ପରେ ଏବେ ରାଜ୍ୟରେ ସ୍କ୍ରବ୍ ଟାଇଫସ ଆତଙ୍କ । ଦିନକୁ ଦିନ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ (Scrub Typhus) ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ ପୁଣିଥରେ ୧୧ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଏବେ ୧୦୮ରେ ପହଁଞ୍ଚିଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ (Sundargarh) ଜିଲ୍ଲାରେ ୫୪ଟି ନମୂନା ମଧ୍ୟରୁ ୧୧ରେ ସ୍କ୍ରବ୍ ଟାଇଫସ (Scrub Typhus) ଚିହ୍ନଟ ହେବା ପରେ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ (Health Department) । ଗତ ୧୪ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୩୦ ଜଣ ଓ ୧୫ ତାରିଖରେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । 

6-Irani Honey Trap case: ଇରାନୀ ହନିଟ୍ରାପ ବ୍ଲାକମେଲିଙ୍ଗ ମାମଲା । ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ଦେବାନନ୍ଦ ଜେନା ଗିରଫ। ବୋଲଗଡର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି । ସେପଟେ ଆସନ୍ତା କାଲି ରିମାଣ୍ଡରେ ଆସିବ ଇରାନୀ ପାତ୍ର ସ୍ୱାମୀ ନିଶିକାନ୍ତ ପାତ୍ର। ଏହି ରିମାଣ୍ଡ ସମୟ ପୋଲିସ ପାଇଁ ବଡ଼ ଗୁରୁତ୍ୱ ବହନ କରୁଛି।

7-2nd Instalment of  Kalia Scheme: ନୂଆଖାଇରେ(Nuakhai) ମିଳିବାକୁ ଯାଉଛି କାଳିଆ ଟଙ୍କା। ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଅବସରରେ ଓଡ଼ିଶାର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ(Kalia Scheme) ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ। 

8-Odia Film Mind Game: ଓଡିଶା ମାଟିରେ ଘଟିଥିବା ସତ୍ୟ ଘଟଣାବଳୀକୁ ନେଇ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ମାଇଣ୍ଡ ଗେମ୍' ରିଲିଜ୍  ହେବାକୁ ଯାଇଛି। ରିଲିଜ୍ ପୂର୍ବରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା।  କେବେ ଏବଂ କେଉଁ ଦିନ ଏହି ଫିଲ୍ମଟି ମୁକ୍ତିଲାଭ କରିବ। ତେବେ, ଏହି ଫିଲ୍ମକୁ ନେଇ ଏକ ତାଜା ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି। ଚଳଚ୍ଚିତ୍ର 'ମାଇଣ୍ଡ ଗେମ୍'ର ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଥିବା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି ଯେ, ଆସନ୍ତା ଅକ୍ଟୋବର ମାସରେ  ଏହି ଫିଲ୍ମଟି ମୁକ୍ତିଲାଭ କରିବ (Odia Film Mind Game Release on October)। 

9-Weather Update: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୧୮ ତାରିଖରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷାର  ପରିମାଣ ବଢିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

10-India vs Sri Lanka Final, Asia Cup 2023: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏସିଆ କପ୍ ୨୦୨୩ ର ଫାଇନାଲ ମ୍ୟାଚ୍ ଆଜି କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି । ଟାଇଟଲ ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଟସ୍ ପରେ ବର୍ଷା ବ୍ୟାଘାତ ହୋଇଥିଲା ଯେଉଁଥିପାଇଁ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇପାରି ନଥିଲା । ଆପଣଙ୍କୁ କହି ରଖୁଛୁ ଯେ ଏହି ମ୍ୟାଚ୍ ପାଇଁ ରିଜର୍ଭ ଡେ'ର ବ୍ୟବସ୍ଥା ମଧ୍ୟ କରାଯାଇଛି ।