China Tiantong Satellite: ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ବିଶ୍ୱ ଠାରୁ ପାଦେ ଆଗେଇଲା ଚୀନ; ଜାଣନ୍ତୁ କିପରି
Advertisement

China Tiantong Satellite: ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ବିଶ୍ୱ ଠାରୁ ପାଦେ ଆଗେଇଲା ଚୀନ; ଜାଣନ୍ତୁ କିପରି

 Chinese Mobile Technology: ଏଣିକି ବିନା ଟାୱାର ସହୟତାରେ ସ୍ମାର୍ଟଫୋନ ଯୋଗେ କରିହେବ କଲ୍। ସଦ୍ୟ ଏପରି ଜ୍ଞାନକୌଶଳ ବିକଶିତ କରିବାରେ ସଫଳ ହୋଇଛି ଚୀନ।

China Tiantong Satellite: ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ବିଶ୍ୱ ଠାରୁ ପାଦେ ଆଗେଇଲା ଚୀନ; ଜାଣନ୍ତୁ କିପରି

China Tiantong Project: ମୋବାଇଲ୍ ଟେକ୍ନୋଲୋଜି ମାମଲାରେ ଚୀନ୍ ବିଶ୍ୱ ସମୁଦାୟ ଠାରୁ ଚାରି ପାଦେ ଆଗେଇ ଯାଇଛି। ଚୀନ ବିଶ୍ୱର ଏପରି ପ୍ରଥମ ଉପଗ୍ରହ ବିକଶିତ କରିଛି ଯାହା ମାଧ୍ୟମରେ ସ୍ମାର୍ଟଫୋନ ସହାୟତାରେ ସିଧାସଳଖ କଲ କରାଯାଇ ପାରିବ। ଏଥିପାଇଁ ପୃଥିବୀ ପୃଷ୍ଠରେ ଟାୱାର ନେଟୱାର୍କର  କିମ୍ବା ଅନ୍ୟାନ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିବ ନାହିଁ। ମୁଖ୍ୟ ସ୍ରୋତରେ ରହିବା ସତ୍ତ୍ୱେ ସାଟେଲାଇଟ ଫୋନ ଭଳି ଉପକରଣର କୌଣସି ଆବଶ୍ୟକତା ରହିବ ନାହିଁ। ସାଟେଲାଇଟ ସହାୟତାରେ ହେଉଥିବା ଯୋଗାଯୋଗ କ୍ଷେତ୍ରରେ ଚୀନ୍‌ ପାଇଥିବା ସଫଳତା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ।

ଚୀନ୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପର ନାମ "ଟିଆଁଣ୍ଟଙ୍ଗ" ରଖାଯାଇଛି। ଯାହାର ଅର୍ଥ ହେଉଛି ସ୍ୱର୍ଗ ସହିତ ସଂଯୋଗ। "ଟିଆଁଣ୍ଟଙ୍ଗ" ଉପଗ୍ରହ ଶୃଙ୍ଖଳାର ପ୍ରଥମ ଉତକ୍ଷେପଣ ୨୦୧୬ ଅଗଷ୍ଟ ୬ ତାରିଖରେ ହୋଇଥିଲା। ବର୍ତ୍ତମାନ ଏପରି ତିନୋଟି ଉପଗ୍ରହ ପ୍ରାୟ ୩୬ ହଜାର କିଲୋମିଟର କକ୍ଷପଥରେ ସ୍ଥାପିତ ହୋଇଛି। ଏହି ଉପଗ୍ରହ ସହାୟତାରେ ଚୀନ୍ ସମଗ୍ର ଏସିଆ-ପ୍ରଶାନ୍ତ ମହାସାଗରକୁ ଆଚ୍ଛାଦନ କରିଥାଏ। ଗତ ବର୍ଷ ସେପ୍ଟେମ୍ବର ମାସରେ ଚୀନୀ କମ୍ପାନୀ ହ୍ୱେଇ ବିଶ୍ୱର ପ୍ରଥମ ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା। ​​ଯାହା ମାଧ୍ୟମରେ ସାଟେଲାଇଟ୍ କଲ କରାଯାଇ ପାରିବ। ଚୀନ ଗଣମାଧ୍ୟମ "ସାଉଥ ଚାଇନା ମର୍ନିଂ ପୋଷ୍ଟ" ପକ୍ଷରୁ ପ୍ରକାଶିତ ଏକ  ରିପୋର୍ଟ ଅନୁଯାୟୀ, ଜିଆଓମି, ଅନର୍ ଏବଂ ଓପୋ ଭଳି ଅନ୍ୟ ମୋବାଇଲ୍ ନିର୍ମାତା ମଧ୍ୟ ଏପରି ସ୍ମାର୍ଟଫୋନ୍ ବିକଶିତ କରୁଛନ୍ତି। ଚୀନ୍‌ ଦ୍ୱାରା କରାଯାଇଥିବା ଏହି ଆବିଷ୍କାର ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବଶାଳୀ ହୋଇପାରେ।

୨୦୦୮ ଭୂକମ୍ପ ପରେ ଏପରି ଧାରଣା ପାଇଥିଲା ଚୀନ
ଗତ ୨୦୦୮ ବର୍ଷରେ ଚୀନ୍ ଏପରି ଉପଗ୍ରହ ସମ୍ପର୍କରେ ଧାରଣା ପାଇଥିଲା। ସେହି ବର୍ଷ ଦକ୍ଷିଣ-ପଶ୍ଚିମ ଚୀନ ଠାରେ ୮ ତୀବ୍ରତା ବିଶିଷ୍ଟ ଭୟଙ୍କର ଭୂକମ୍ପ ହୋଇଥିଲା। ଯେଉଁ କାରଣରୁ ୮୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବାରୁ ସମସ୍ୟା ଆହୁରି ବଢିଯାଇଥିଲା। ଯେଉଁ କାରଣରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା। ଯେଉଁଥିପାଇଁ ସମସ୍ୟା ବଢି ଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଚୀନ୍ ସରକାର "ଟିଆଁଣ୍ଟଙ୍ଗ" ପ୍ରକଳ୍ପ ଆରମ୍ଭ କରିଥିଲା। 

"ଟିଆଁଣ୍ଟଙ୍ଗ" ପ୍ରକଳ୍ପ କ'ଣ?
"ଟିଆଁଣ୍ଟଙ୍ଗ" ପ୍ରକଳ୍ପ ହେଉଛି ଚୀନ ଦ୍ୱାରା ବିକଶିତ ହୋଇଥିବା ଏକ ପ୍ରକାର ସାଟେଲାଇଟ୍ ଯୋଗାଯୋଗ ପ୍ରଣାଳୀ। ଯାହାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଯୋଗାଯୋଗ ସେବା ପ୍ରଦାନ କରିବା ପାଇଁ ସାର୍ବଜନୀନ ପ୍ରବେଶ ଅନୁମତି ପ୍ରଦାନ କରିବା। ଏହି କ୍ଷେତ୍ରରେ ଚୀନ୍ ଆଗରେ ରହିଛି। ଉପଗ୍ରହ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାରେ ସମଗ୍ର ବିଶ୍ୱରେ ଚୀନ ନେତୃତ୍ୱ ନେଉଛି। 

ସାଟେଲାଇଟ ମାଧ୍ୟମରେ କଲ୍ କରିବା କାହିଁକି ହୋଇପାରେ 'ଗେମଚେଞ୍ଜର'?
ମୋବାଇଲ୍ ଫୋନ୍ କୁ ସିଧାସଳଖ ଉପଗ୍ରହ ସହିତ ସଂଯୋଗ କରିବା ବୈଷୟିକ ବିକାଶ କ୍ଷେତ୍ରରେ ଏକ ନୂତନ ଧାରା। ଚାଇନା ଏକାଡେମୀ ଅଫ୍ ସ୍ପେସ୍ ସାଇନ୍ସ ଅନୁଯାୟୀ ସାଟେଲାଇଟ୍ ଯୋଗାଯୋଗ ଧିରେ ଧିରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବ। ଜରୁରୀକାଳୀନ ପରିସ୍ଥିତିରେ ପ୍ରତ୍ୟେକ୍ଷ ଉପଗ୍ରହ ଯୋଗାଯୋଗ ବହୁତ ସହାୟକ ହୋଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ହେତୁ ଯୋଗାଯୋଗ ବ୍ୟବସ୍ଥା ପ୍ରାୟତଃ ଭାଙ୍ଗିରୁଜି ଯାଏ। ମୋବାଇଲ୍ ଯୋଗାଯୋଗ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର କ୍ଷୟକ୍ଷତି ମୁଖ୍ୟ ସମସ୍ୟା ସୃଷ୍ଟି କରିଥାଏ।

ସିଧାସଳଖ ସାଟେଲାଇଟ ଦ୍ୱାରା କଲିଂ କରିବାର ଗୋଟିଏ ମୁଖ୍ୟ ସୁବିଧା ଏହା ହେବ ଯେ ଏହାର ସଂଯୋଗ କେବେ ହେଲେ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ। ଗତ ବର୍ଷ ଡିସେମ୍ବର ମାସରେ ଚୀନ ଗାନସୁ ପ୍ରଦେଶରେ ୬.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ସେହି ସମୟରେ ସେଠାକାର ଲୋକମାନେ ବାହ୍ୟ ଜଗତ ସହ ଯୋଗଯୋଗରେ ରହିବାକୁ ସକ୍ଷମ ହୋଇଥିଲେ। କାରଣ ସେମାନଙ୍କର ସ୍ମାର୍ଟଫୋନ୍ ସାଟେଲାଇଟ୍ କଲ୍ କାରିବାକୁ ସମର୍ଥ ହୋଇଥିଲା।