Tamil vs Sanskrit: ତାମିଲ ନାଁ ସଂସ୍କୃତ, କେଉଁ ଭାଷା ସବୁଠାରୁ ପୁରାତନ? ଜାଣନ୍ତୁ ସଠିକ୍ ଉତ୍ତର
Advertisement
Article Detail0/zeeodisha/odisha1663672

Tamil vs Sanskrit: ତାମିଲ ନାଁ ସଂସ୍କୃତ, କେଉଁ ଭାଷା ସବୁଠାରୁ ପୁରାତନ? ଜାଣନ୍ତୁ ସଠିକ୍ ଉତ୍ତର

Oldest Language of the World:  ସଂସ୍କୃତ ହେଉଛି ଏକ ଭାରତୀୟ ଆର୍ଯ୍ୟ ଭାଷା। ଯେତେବେଳେ ତାମିଲ ହେଉଛି ଏକ ଦ୍ରାବିଡ଼ ଭାଷା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ହେଉଛି, ତାମିଲନାଡୁ ବ୍ୟତୀତ ତାମିଲ ଭାଷା ଶ୍ରୀଲଙ୍କା, ମାଲେସିଆ ଏବଂ ସିଙ୍ଗାପୁର ଭଳି ଦେଶର ବସବାସ କରୁଥିବା ପ୍ରବାସୀ ତାମିଲ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇଥାଏ। 

Tamil vs Sanskrit: ତାମିଲ ନାଁ ସଂସ୍କୃତ, କେଉଁ ଭାଷା ସବୁଠାରୁ ପୁରାତନ? ଜାଣନ୍ତୁ ସଠିକ୍ ଉତ୍ତର

Tamil vs Sanskrit Which Is Old: ଅଧିକାଂଶ ଲୋକ ବିଶ୍ୱାସ କରିଥାନ୍ତି ଯେ, ସଂସ୍କୃତ ହେଉଛି ବିଶ୍ୱର ସର୍ବ ପୁରାତନ ଭାଷା। ଦେବ ଭାଷା ନାମରେ ଜଣାଶୁଣା ସଂସ୍କୃତ ଭାଷାକୁ ଦେବବାଣୀ ବୋଲି ମଧ୍ୟ କୁହାଯାଏ। କାରଣ ସଂସ୍କୃତ ଦେବତାଙ୍କ ଦ୍ୱାରା କୁହାଯାଉଥିବା ଭାଷା। ଏହାର ବଦଳରେ, କିଛି ଲୋକ ଅନୁଭବ ହୋଇଥାଏ ଯେ ତାମିଲ ଭାଷା ହେଉଛି ବିଶ୍ୱର ସର୍ବ ପୁରାତନ ଭାଷା। ଆପଣଙ୍କୁ କହିରଖୁଛୁ ଯେ ଏହି ଦୁଇଟି ଭାଷାର ଇତିହାସ ବହୁତ ସମୃଦ୍ଧ। ଉଭୟ ଭାଷା ଦୁନିଆର ସର୍ବ ପୁରାତନ ଭାଷାର ମାନ୍ୟତା ପାଇଛନ୍ତି। ହେଲେ ଆମେ ଆପଣଙ୍କୁ କହିଦେବୁ ଯେ ଏହି ଭାଷାକ ମଧ୍ୟରୁ କେଉଁ ଭାଷା ସବୁଠାରୁ ପୁରାତନ।

ତାମିଲ ନାଁ ସଂସ୍କୃତ କେଉଁ ଭାଷା ସବୁଠାରୁ ପୁରାତନ?
ଭାଷା ଗବେଷକ (Linguist) ବିଶ୍ୱାସ କରନ୍ତି ଯେ ତାମିଲ ଭାଷାର ଇତିହାସ (History of Tamil Language) ପ୍ରାୟ ୨୩୦୦ ବର୍ଷରୁ ଅଧିକ ପୁରୁଣା। ତାମିଲ (Tamil Language) ଦ୍ରାବିଡ଼ ଭାଷାର (Dravidian Language) ମାନ୍ୟତା ପାଇଛି। ତାମିଲ ଭାଷାର ଲିଖିତ ପ୍ରମାଣ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ପୂର୍ବରୁ ମିଳିଥାଏ। ଭିୟନ୍ସ ରିପୋର୍ଟ ଅନୁଯାୟୀ ତାମିଲ ହେଉଛି ବିଶ୍ୱର ସର୍ବ ପୁରାତନ ଲିଖିତ ଭାଷା (Oldest Written Language)। ଅନ୍ୟପକ୍ଷରେ ଭାରତୀୟ-ଆର୍ଯ୍ୟ ଭାଷା (Indo-Aryan Language) ସଂସ୍କୃତ (Sanskrit Language) ଦୁନିଆର ସର୍ବ ପୁରାତନ ଭାଷାର (Oldest Language of the World) ମାନ୍ୟତା ପାଇଛି। ଯାହାର ଇତିହାସ ପ୍ରାୟ ୩୫୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ।

ସଂସ୍କୃତ ଏବଂ ତାମିଲ ଭାଷା ସହିତ ଜଡିତ କିଛି ତଥ୍ୟ 
ଆମେ ସମସ୍ତେ ଜାଣିଛେ ଯେ ସଂସ୍କୃତ ହେଉଛି ଏକ ଭାରତୀୟ ଆର୍ଯ୍ୟ ଭାଷା। ଯେତେବେଳେ ତାମିଲ ହେଉଛି ଏକ ଦ୍ରାବିଡ଼ ଭାଷା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ହେଉଛି, ତାମିଲନାଡୁ (Tamil Nadu) ବ୍ୟତୀତ ତାମିଲ ଭାଷା ଶ୍ରୀଲଙ୍କା (Sri Lanka), ମାଲେସିଆ (Malaysia) ଏବଂ ସିଙ୍ଗାପୁର (Singapore) ଭଳି ଦେଶର ବସବାସ କରୁଥିବା ପ୍ରବାସୀ ତାମିଲ ସମ୍ପ୍ରଦାୟର (Tamil Community) ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇଥାଏ। ଯଦି ସଂସ୍କୃତ ଭାଷା କଥା କୁହାଯାଏ, ତାହେଲେ ସଂସ୍କୃତ ସମସ୍ତ ପ୍ରମୁଖ ଆର୍ଯ୍ୟ ଭାରତୀୟ ଭାଷାର ଜନନୀ (Mother of Indo-Aryan Language) ଭାବରେ ପରିଗଣିତ ହୋଇଥାଏ। ସଂସ୍କୃତ ଭାଷା ଅତ୍ୟନ୍ତ ସମୃଦ୍ଧ ହୋଇଥିବାବେଳେ ଏହାର ବ୍ୟାକରଣ (Sanskrit Language Grammar) ବହୁତ ଜଟିଳ। ଭାରତୀୟ ସାହିତ୍ୟର (Indian Literature) ବିକାଶରେ ତାମିଲ ସାହିତ୍ୟର (Tamil Literature) ବହୁତ ଅବଦାନ ରହିଥିବା ବେଳେ, ସଂସ୍କୃତ ଭାଷାର ଶବ୍ଦକୋଷ (Vocabulary of Sanskrit Language) ଅଧିକ ବିକଶିତ ହୋଇଛି।

ବହୁତ ସମୃଦ୍ଧ ସଂସ୍କୃତ-ତାମିଲ 
ସଂସ୍କୃତ ଭାଷାର ବିଦ୍ୱାନ (Scholar of Sanskrit Language) କୁହନ୍ତି ଯେ ସଂସ୍କୃତ ଭାଷା ହିନ୍ଦୀ, ମରାଠୀ, ବଙ୍ଗଳା ଭଳି ଅନେକ ଆର୍ଯ୍ୟ ଭାରତୀୟ ଭାଷାକୁ ପ୍ରଭାବିତ କରିଛି। ଯଦି ଲେଖା ପ୍ରଣାଳୀ (Writing System of Language) ବିଷୟରେ କୁହାଯାଏ, ତାହେଲେ ତାମିଲ ଦୁନିଆର ସର୍ବ ପୁରାତନ ଲିଖିତ ଭାଷା (Oldest Written Language of World) ମଧ୍ୟରୁ ଅନ୍ୟତମ। ସଂସ୍କୃତ ଭାଷାର ବ୍ୟବହାର ହିନ୍ଦୁ ଧାର୍ମିକ ଗ୍ରନ୍ଥରେ (Hindu Scripture) ବ୍ୟବହାର ହେଉଥିବାର ଦେଖାଯାଏ। ଏହା ବ୍ୟତୀତ ପ୍ରାଚୀନ ଭାରତୀୟ ସାହିତ୍ୟରେ ମଧ୍ୟ ଏହି ଭାଷାର ବ୍ୟବହାର ଦେଖିବାକୁ ମିଳେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ତାମିଲ ଭାଷାରେ ସମୁଦାୟ ପାଞ୍ଚଟି ଏନସାଇକ୍ଲୋପିଡିଆ (Tamil Encyclopedia) ରହିଛି। ଯାହା ବିଶ୍ୱର ଅନ୍ୟ କୌଣସି ଭାଷାରେ ଉପଲବ୍ଧ ନାହିଁ।