Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିର ନିକଟରେ ଅଘଟଣ, ସୁରକ୍ଷାକର୍ମୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2299044

Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିର ନିକଟରେ ଅଘଟଣ, ସୁରକ୍ଷାକର୍ମୀଙ୍କ ମୃତ୍ୟୁ

Ayodhya Ram Mandir:  ସମ୍ପର୍କରେ ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶତୃଘ୍ନଙ୍କ ମୋବାଇଲକୁ ପୋଲିସ ଜବତ କରିଛି ।

Ayodhya Ram Mandir: ଅଯୋଧ୍ୟା ରାମ ମନ୍ଦିର ନିକଟରେ ଅଘଟଣ, ସୁରକ୍ଷାକର୍ମୀଙ୍କ ମୃତ୍ୟୁ

Ayodhya Ram Mandir: ପବିତ୍ର ଦେବଭୂମୀ ଅଯୋଧ୍ୟା ରାମ ମନ୍ଦିର ନିକଟରେ ଗୁଳି ଫୁଟି ଜଣେ ଯବାନଙ୍କର ମୃତ୍ୟୁ ହୋଇଛି । ମୃତ ଯବାନଙ୍କ ନାମ ଶତ୍ରୁଘ୍ନ ବିଶ୍ୱକର୍ମା ଏବଂ ତାଙ୍କର ବୟସ ୨୫ ବୋଲି ଜଣାପଡିଛି । ସ୍ପେଶାଲ ସିକ୍ୟୁରିଟି ଫୋର୍ସ (SSF)ରେ କାର୍ଯ୍ୟରତ ଥିବା ଶତ୍ରୁଘ୍ନଙ୍କ ଘର ଆମ୍ବେଦକର ନଗର ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ରାମ ମନ୍ଦିରର ଭିଆଇପି ଗେଟ୍‌ ନିକଟରେ ଶତୃଘ୍ନ ଡ୍ୟୁଟି କରୁଥିଲେ । ଠିକ୍ ସେହି ସମୟରେ ସେଠାରେ ଗୁଳିକାଣ୍ଡ ହୋଇଥିଲା । ଗୁଳି ଶବ୍ଦ ଶୁଭିବା ପରେ ଅନ୍ୟ ସୁରକ୍ଷାକର୍ମୀମାନେ ଶତୃଘ୍ନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଏବଂ କେଉଁ କାରଣରୁ ଗୁଳିମାଡ କଲା ସେ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ଅନ୍ୟପଟେ ଏ ସମ୍ପର୍କରେ ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶତୃଘ୍ନଙ୍କ ମୋବାଇଲକୁ ପୋଲିସ ଜବତ କରିଛି । ସେପଟେ ମୃତ ଶତୃଘ୍ନଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବା ସମୟରେ କିଭଳି ଶତୃଘ୍ନଙ୍କ ମୃତ୍ୟୁ ହେଲା ସେନେଇ ସଠିକ ତଦନ୍ତ କରିବା ନେଇ ପରିବାର ସଦସ୍ୟ ଦାବି କରିଛନ୍ତି ।

Also Read- ନୂଆ ସିଜିନ ସହ ଆରମ୍ଭ ହେବାକୁ ଯାଉଛି 'ଦିଦି ନମ୍ବର ୧'